ସୁନା କିଣୁଥିବା ଗ୍ରାହକଙ୍କୁ ଝଟକା! ବଢ଼ିଚାଲିଛି ମୂଲ୍ୟ; ଲୋକଙ୍କ ପକେଟ ଉପରେ ମହଙ୍ଗା ମାଡ଼

Gold and Silver Rate: ଗୁରୁବାର ରାମନବମୀ କାରଣରୁ ସର୍‌ଫା ବଜାର ବନ୍ଦ ଥିଲା। ଓ ଏହା ଗୋଟେ ଦିନର ବନ୍ଦ ପରେ ଶୁକ୍ରବାର ଖୋଲିଛି। ଏଥିରୁ ଯାହା ଜଣାପଡୁଛି ପୁଣି ଥରେ ସୁନାର ଦର ବଢ଼ି ନୂଆ ରେକର୍ଡ ସୃଷ୍ଟି କରିପାରେ।

ସୁନା କିଣୁଥିବା ଗ୍ରାହକଙ୍କୁ ଝଟକା!

ସୁନା କିଣୁଥିବା ଗ୍ରାହକଙ୍କୁ ଝଟକା!

  • News18 Odia
  • Last Updated :
  • Odisha (Orissa), India
  • Share this:
News18 Odia Digita;

Gold and Silver Rate: ଗତ କିଛିଦିନ ହେବ ସୁନା ଏବଂ ରୂପାର ଦର (Gold-silver Rate) ବଢ଼ିବାରେ ଲାଗିଛି। ଯଦି ଆପଣ ସୁନା ଏବଂ ରୂପା (Gold-Silver) କିଣୁଛନ୍ତି ତେବେ ଏହା ଆପଣଙ୍କ ପାଇଁ ଏକ ଗୁରୁତ୍ୱ ପୂର୍ଣ୍ଣ ଖବର।

ଗୁରୁବାର ରାମନବମୀ କାରଣରୁ ସର୍‌ଫା ବଜାର ବନ୍ଦ ଥିଲା। ଓ ଏହା ଗୋଟେ ଦିନର ବନ୍ଦ ପରେ ଶୁକ୍ରବାର ଖୋଲିଛି। ଏଥିରୁ ଯାହା ଜଣାପଡୁଛି ପୁଣି ଥରେ ସୁନାର ଦର ବଢ଼ି ନୂଆ ରେକର୍ଡ ସୃଷ୍ଟି କରିପାରେ।

ବର୍ତ୍ତମାନ ସୁନାର ଦର ୧୦ ଗ୍ରାମ ପ୍ରତି ୫୯,୦୦୦ ଓ ରୂପା କିଲୋଗ୍ରାମ ପ୍ରତି ୭୦,୦୦୦ ଟଙ୍କାରେ କାରବାର କରୁଛି। ବୁଧବାର ସୁନାଦର ୧୦ ଗ୍ରାମ ପିଛା ୩୭୦ ଟଙ୍କା ବୃଦ୍ଧି ହୋଇ କିଲୋ ପିଛା ୫୯,୩୩୫ରେ କାରବାର ବନ୍ଦ ହୋଇଥିଲା, ଯେତେବେଳେ କି ଗତ ମଙ୍ଗଳବାରରେ ସୁନା ଦର ପ୍ରତି ୧୦ ଗ୍ରାମରେ ୭୩ ଟଙ୍କା ବୃଦ୍ଧିପାଇ ୫୮,୯୬୫ ଟଙ୍କା ହୋଇଥିଲା। ଏହା ଛଡ଼ା ରୂପାର ଦର କିଲୋଗ୍ରାମ ପିଛା ୫୦୦ ଟଙ୍କାକୁ ବୃଦ୍ଧି ହୋଇ ୭୦,୦୦୦ ଟଙ୍କାରେ ପହଞ୍ଚିଛି।

୧୪ କ୍ୟାରେଟରୁ ୨୪ କ୍ୟାରେଟ ପର୍ଯ୍ୟନ୍ତ ସୁନାର ଦର

ଏହି ବୃଦ୍ଧି ପରେ ୨୪ କ୍ୟାରେଟ୍ ସୁନାର ଦର ୩୭୦ଟଙ୍କା ବଢ଼ି ୫୯,୩୩୫ ଟଙ୍କାରେ ପହଞ୍ଚିଛି। ୨୩ କ୍ୟାରେଟ୍ ସୁନାର ଦର ୩୬୮ ଟଙ୍କା ବଢ଼ି ୫୯,୦୯୭ ଟଙ୍କାରେ ପହଞ୍ଚିଛି। ୨୨ କ୍ୟାରେଟ୍ ସୁନାର ଦର ୩୩୯ ଟଙ୍କା ବଢ଼ି ୫୪,୩୫୧ ଟଙ୍କାରେ କାରବାର କରୁଛି।

ସେହିପରି ୧୮ କ୍ୟାରେଟ୍ ସୁନାର ଦର ୨୭୭ ଟଙ୍କା ବଢ଼ି ୪୪,୫୦୧ ଟଙ୍କା ହୋଇଛି ଏବଂ ସେହିଭଳି ୧୪ କ୍ୟାରେଟ୍ ସୁନାର ଦର ୨୧୬ ଟଙ୍କା ପର୍ଯ୍ୟନ୍ତ ବଢ଼ି ୩୪୭୧୧ ଟଙ୍କାକୁ ବୃଦ୍ଧି ପାଇଛି। ସାଧାରଣତଃ ଆନ୍ତର୍ଜାତୀୟ ବଜାରରେ ସୁନା ଏବଂ ରୂପା ଟିକସମୁକ୍ତ ହୋଇଥାଏ ତେଣୁ ବାହାର ଦେଶମାନଙ୍କରେ ସୁନା ଦରରେ ପାର୍ଥକ୍ୟ ଦେଖାଯାଇଥାଏ।

ସର୍ବକାଳୀନ ସ୍ତରରେ ସୁନା ମୂଲ୍ୟ ୩୦୦ ଟଙ୍କା ରହିଥିବାବେଳେ ରୂପା ୧୦,୦୦୦ ଟଙ୍କା

ସୁନା ଏହାର ସର୍ବକାଳୀନ ଦରରୁ ୧୦ ଗ୍ରାମ ପ୍ରତି ୩୧୮ ଟଙ୍କା ବୃଦ୍ଧି ମୂଲ୍ୟରେ ବିକ୍ରି ହେଉଛି। ଏହା ପୂର୍ବରୁ ଗତ ବର୍ଷ ମାର୍ଚ୍ଚ ୨୪ରେ ସୁନା ଏହାର ସର୍ବକାଳୀନ ଉଚ୍ଚ ଦର ସୃଷ୍ଟି କରିଥିଲା। ଯେତେବେଳେ ସୁନା ୧୦ ଗ୍ରାମ ପିଛା ୫୯,୬୫୩ ଟଙ୍କାକୁ ଯାଇଥିଲା। ଏଥି ସହିତ ରୂପା ଏହାର ସର୍ବୋଚ୍ଚ ସ୍ତର ତୁଳନାରେ କିଲୋଗ୍ରାମ ପିଛା ୯୯୮୦ ଟଙ୍କା ମୂଲ୍ୟରେ ଶସ୍ତା ହୋଇଥିଲା। ସର୍ବକାଳୀନ ଉଚ୍ଚ ସ୍ତରରେ ରୂପା କିଲୋଗ୍ରାମ ପ୍ରତି ୭୯,୯୮୦ ଟଙ୍କା ରହିଥିବାର ସୂଚନା ମଧ୍ୟ ମିଳିଛି।

କିଭଳି ସୁନାର ସୁଦ୍ଧତା ପରଖିବେ

ସରକାରଙ୍କ ଦ୍ୱାରା ସୁନାର ସୁଦ୍ଧତା ଜାଣିବା ପାଇଁ ଏକ ଆପ୍‌ କରାଯାଇଛି । ଯେଉଁଥିରେ ଆପଣ ସୁନାର ସୁଦ୍ଧତା ଛଡା ସୁନା ସହ ଜଡିତ କିଛି ଅଭିଯୋଗ ମଧ୍ୟ କରିପାରିବେ ।

୨୪ କ୍ୟାରେଟ୍ ସୁନାକୁ ଶୁଦ୍ଧ ଭାବରେ ବିବେଚନା କରାଯାଏ, କିନ୍ତୁ ଏହି ସୁନାରୁ ଅଳଙ୍କାର ତିଆରି ହୋଇପାରିବ ନାହିଁ କାରଣ ଏହା ଅତ୍ୟନ୍ତ ନରମ। ସେଥିପାଇଁ ଅଳଙ୍କାର ତିଆରି ସମୟରେ ପ୍ରାୟତଃ ୨୨ କ୍ୟାରେଟ୍ ସୁନା ବ୍ୟବହୃତ ହୁଏ।୨୪ କ୍ୟାରେଟ୍ ସୁନା ୯୯.୯ ପ୍ରତିଶତ ଶୁଦ୍ଧ ଏବଂ ୨୨ କ୍ୟାରେଟ୍ ପ୍ରାୟ ୯୧ ପ୍ରତିଶତ ଶୁଦ୍ଧ।

୨୨ କ୍ୟାରେଟ୍ ସୁନାରେ ତମ୍ବା, ରୂପା, ଜିଙ୍କ ପରି ୯% ଅନ୍ୟ ଧାତୁ ମିଶ୍ରଣ କରି ଅଳଙ୍କାର ତିଆରି ହୋଇଥିବାବେଳେ ୨୪ କ୍ୟାରେଟ୍ ସୁନା ଉଜ୍ଜ୍ୱଳ, କିନ୍ତୁ ଏହାର ଅଳଙ୍କାର ତିଆରି ହୋଇପାରିବ ନାହିଁ। ସେଥିପାଇଁ ଅଧିକାଂଶ ଦୋକାନୀମାନେ ୨୨ କ୍ୟାରେଟରେ ସୁନା ବିକ୍ରି କରିଥାନ୍ତି।

ସୁନା କିଣିବାବେଳେ ଗ୍ରାହକମାନେ ଏହାର ଗୁଣର ଯତ୍ନ ନେବା ଆବଶ୍ୟକ। ହଲମାର୍କ ଚିହ୍ନ ଦେଖିବା ପରେ ହିଁ ସୁନା ଅଳଙ୍କାର କିଣିବା ଉଚିତ୍। ହଲମାର୍କ ହେଉଛି ସୁନା ପାଇଁ ଏକ ସରକାରୀ ଗ୍ୟାରେଣ୍ଟି ଏବଂ ବ୍ୟୁରୋ ଏଫ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ (ବିଆଇଏସ) ହେଉଛି ଭାରତର ଏକମାତ୍ର ଏଜେନ୍ସି ଯାହା ହଲମାର୍କ ଚିହ୍ନଟ କରିଥାଏ। ବିଆଇଏସ ଆକ୍ଟ ଅନୁଯାୟୀ ନିୟମ ଏବଂ ନିୟମାବଳୀ ଗୁଡିକ ପରିଚାଳିତ ହୋଇଥାଏ।

ସୁନାର ଶୁଦ୍ଧତା ଚିହ୍ନିବା ପାଇଁ ISO ଦ୍ୱାରା ହଲ୍ ମାର୍କ ଦିଆଯାଏ। ୨୪ କ୍ୟାରେଟ୍ ସୁନା ଅଳଙ୍କାରରେ ୯୯୯, ୨୩ କ୍ୟାରେଟ୍ ଉପରେ ୯୫୮, ୨୨ କ୍ୟାରେଟ୍ ଉପରେ ୯୧୬, ୨୧ କ୍ୟାରେଟ୍ ଉପରେ ୮୭୫ ଏବଂ ୧୮ କ୍ୟାରେଟ୍ ଉପରେ ୭୫୦ ଲେଖା ଯାଇଥାଏ। ପ୍ରାୟତ ସୁନା ୨୨ କ୍ୟାରେଟରେ ବିକ୍ରି ହେଉଥିବାବେଳେ କିଛି ଲୋକ ୧୮ କ୍ୟାରେଟ୍ ମଧ୍ୟ ବ୍ୟବହାର କରନ୍ତି।

ପଢ଼ନ୍ତୁ ଏହି ଖବର:  ମାର୍ଚ୍ଚରେ ରୂପା ନିବେଶକଙ୍କୁ ମିଳିଛି ଅଧିକ ଫାଇଦା; ମାତ୍ର ୭ ପ୍ରତିଶତ ରିଟର୍ଣ୍ଣ ଦେଇଛି ସୁନା

୨୨ ଏବଂ ୨୪ କ୍ୟାରେଟ ସୁନା ମଧ୍ୟରେ ଫରକ

୨୪ କ୍ୟାରେଟ୍ ସୁନା ୯୯.୯ ପ୍ରତିଶତ ଶୁଦ୍ଧ ହୋଇଥିବା ବେଳେ ୨୨ କ୍ୟାରେଟ୍ ପ୍ରାୟ ୯୧ ପ୍ରତିଶତ ଶୁଦ୍ଧ। ୨୨ କ୍ୟାରେଟ୍ ସୁନାରେ ତମ୍ବା, ରୂପା, ଜିଙ୍କ ପରି ୯ ଅନ୍ୟ ଧାତୁ ମିଶ୍ରଣ କରି ଅଳଙ୍କାର ପ୍ରସ୍ତୁତ କରାଯାଏ। ୨୪ କ୍ୟାରେଟ ସୁନା ଅତ୍ୟନ୍ତ ସୁଦ୍ଧ ହୋଇଥିଲେ ମଧ୍ୟ ଏହାକୁ ଅଳଙ୍କାରରେ ତିଆରି କରାଯାଇପାରିବ ନାହିଁ। ସେଥିପାଇଁ ଅଧିକାଂଶ ଦୋକାନୀମାନେ ୨୨ କ୍ୟାରେଟରେ ସୁନା ବିକ୍ରି କରନ୍ତି।
Published by:Lipina Das
First published: