Gold Price Today: ଆସିଲା ଖୁସି ଖବର; କମିଲା ସୁନା ଓ ରୂପା ଦର

Gold Price Today: ଆଜିଠାରୁ ନୂଆ ସପ୍ତାହ ଆରମ୍ଭ ହୋଇଛି। ଯଦି ଆପଣ ଏହି ସପ୍ତାହରେ ସୁନା ଅଳଙ୍କାର କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଅଛି। ତେବେ ଆସନ୍ତୁ ଜାଣିବା କ'ଣ।

କମିଲା ସୁନା ଓ ରୂପା ମୂଲ୍ୟ

କମିଲା ସୁନା ଓ ରୂପା ମୂଲ୍ୟ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

Gold Price Today: ଆଜିଠାରୁ ନୂଆ ସପ୍ତାହ ଆରମ୍ଭ ହୋଇଛି। ଯଦି ଆପଣ ଏହି ସପ୍ତାହରେ ସୁନା ଅଳଙ୍କାର କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଅଛି। ଆଜି ଉଭୟ ସୁନା ଓ ରୂପା ମୂଲ୍ୟରେ ହ୍ରାସ ଘଟିଛି, ଅର୍ଥାତ ଆଜି ସୁନା ଅଳଙ୍କାର କିଣିବା ପାଇଁ ଆପଣଙ୍କୁ କମ୍ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ଆଜି ସୁନାର ମୂଲ୍ୟ ୫୭,୦୦୦ରୁ କମ୍ ହୋଇଛି।

କେତେ କମିଲା ସୁନା ଓ ରୂପା ମୂଲ୍ୟ?

ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ସୁନା ମୂଲ୍ୟ ୦.୦୫ ପ୍ରତିଶତ ହ୍ରାସ ହୋଇ ୧୦ ଗ୍ରାମ ପ୍ରତି ୫୬,୭୧୫ ଟଙ୍କା ସ୍ତରରେ ପହଞ୍ଚିଛି। ଅନ୍ୟପକ୍ଷରେ, ଯଦି ଆମେ ରୂପା ମୂଲ୍ୟ ବିଷୟରେ କହିବା, ତେବେ ରୂପା ମୂଲ୍ୟ ମଧ୍ୟ ୦.୩୨ ପ୍ରତିଶତ ହ୍ରାସ ସହିତ କିଲୋଗ୍ରାମ ପିଛା ୬୬.୨୧୦ ଟଙ୍କା ସ୍ତରରେ କାରବାର କରୁଛି।

ବିଶ୍ୱ ବଜାରରେ ମୂଲ୍ୟ

ଆନ୍ତର୍ଜାତୀୟ ବଜାର ବିଷୟରେ କହିବାକୁ ଗଲେ ଏଠାରେ ସୁନା ମୂଲ୍ୟ ୦.୧୨ ପ୍ରତିଶତ ବୃଦ୍ଧି ସହିତ ଅନ୍ସ ପିଛା ୧,୮୬୪.୯୯ ଡଲାର ସ୍ତରରେ ରହିଛି। ଏଥି ସହିତ ରୂପା ମୂଲ୍ୟ ୦.୨୩ ପ୍ରତିଶତ ବୃଦ୍ଧି ସହିତ ୨୧.୯୮ ଡଲାର ସ୍ତରରେ ରହିଛି।

ଏମିତି ଯାଞ୍ଚ କରିପାରିବି ଆପଣଙ୍କ ସହରର ସୁନା ଓ ରୂପା ମୂଲ୍ୟ?

ଆପଣ ନିଜ ଘରେ ବସି ସୁନା ମୂଲ୍ୟ ମଧ୍ୟ ଯାଞ୍ଚ କରିପାରିବେ। ଇଣ୍ଡିଆନ୍ ବୁଲିଅନ୍ ଏବଂ ଜୁଏଲର୍ସ ଆସୋସିଏସନ୍ ଅନୁଯାୟୀ, ଆପଣ କେବଳ ୮୯୫୫୬୬୪୪୩୩ରେ ଏକ ମିସ୍ କଲ ଦେଇ ମୂଲ୍ୟ ଯାଞ୍ଚ କରିପାରିବେ। ଆପଣଙ୍କ ମେସେଜ ସେହି ସମାନ ନମ୍ବରରେ ଆସିବ ଯେଉଁଠାରୁ ଆପଣ ମେସେଜ୍ କରିଥିବ।

ସୁନାର ଶୁଦ୍ଧତା କିପରି ଚିହ୍ନବି

ସୁନା ଅଳଙ୍କାର କିଣିବାବେଳେ ସର୍ବପ୍ରଥମେ ଏହାର ଶୁଦ୍ଧତା ସମସ୍ତେ ଯାଞ୍ଚ କରିଥାଆନ୍ତି। ୨୪ କ୍ୟାରେଟ୍ ସୁନା ସବୁଠାରୁ ଶୁଦ୍ଧ ବୋଲି କୁହାଯାଏ। ସୁନା ଅଳଙ୍କାର ୨୨ କିମ୍ବା ୧୮ କ୍ୟାରେଟ୍ ସୁନାରେ ନିର୍ମିତ ହୁଏ। ଅର୍ଥାତ୍ ୨୨ କ୍ୟାରେଟ୍ ସହ ସହିତ ଅନ୍ୟ କିଛି ଧାତୁ ମିଶ୍ରିତ କରାଯାଏ। ଅଳଙ୍କାର କିଣିବା ପୂର୍ବରୁ ସର୍ବଦା ଅଳଙ୍କାରରୁ ସୁନାର ଶୁଦ୍ଧତା ଯାଞ୍ଚ କରନ୍ତୁ।
Published by:Lipina Das
First published: