ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ମକର ସଙ୍କ୍ରାନ୍ତୀରେ ଶସ୍ତା ହେଲା ସୁନା-ରୂପା; ଫଟାଫଟ ଯାଞ୍ଚ କରନ୍ତୁ ନୂଆ ଦାମ୍, ଜାଣନ୍ତୁ କେତେ ହ୍ରାସ ହେଲା

ମକର ସଙ୍କ୍ରାନ୍ତୀରେ ଶସ୍ତା ହେଲା ସୁନା-ରୂପା; ଫଟାଫଟ ଯାଞ୍ଚ କରନ୍ତୁ ନୂଆ ଦାମ୍, ଜାଣନ୍ତୁ କେତେ ହ୍ରାସ ହେଲା

ସୁନା-ରୂପା (Gold Price Today) ଦରରେ ଆଜି ମଧ୍ୟ ଏକ ବଡ଼ ହ୍ରାସ ଘଟିଥିବା ଦେଖିବାକୁ ମିଳିଛି । ୧୪ ଜାନୁଆରୀ ୨୦୨୧ ରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ (MCX) ହଳଦିଆ ଧାତୁ ଦରରେ ଏକ ବଡ଼ ହ୍ରାସ ଘଟିଥିବା ଦେଖିବାକୁ ମିଳିଛି ।

ମକର ସଙ୍କ୍ରାନ୍ତୀରେ ଶସ୍ତା ହେଲା ସୁନା-ରୂପା; ଫଟାଫଟ ଯାଞ୍ଚ କରନ୍ତୁ ନୂଆ ଦାମ୍, ଜାଣନ୍ତୁ କେତେ ହ୍ରାସ ହେଲା
ଆଜି ପୁଣି ସୁନା-ରୂପା ଶସ୍ତା ହେଲା
  • News18 Odia
  • Last Updated: January 14, 2021, 12:49 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ସୁନା-ରୂପା (Gold Price Today) ଦରରେ ଆଜି ମଧ୍ୟ ହ୍ରାସ ପାଇଛି । ୧୪ ଜାନୁଆରୀ ୨୦୨୧ ରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ (MCX) ହଳଦିଆ ଧାତୁ ଦରରେ ଏକ ବଡ଼ ହ୍ରାସ ଘଟିଥିବା ଦେଖିବାକୁ ମିଳିଛି । ସୁନା ଫ୍ୟୁଚର ବଜାରରେ ୪୩୫.୦୦ ଟଙ୍କା ହ୍ରାସ ପାଇ ୪୮,୮୭୦.୦୦ ଟଙ୍କାର ସ୍ତରରେ ଟ୍ରେଣ୍ଡ କରୁଛି । ଏହା ବ୍ୟତୀତ ରୂପା ଫ୍ୟୁଚର ବଜାରରେ ୭୬୬.୦୦ ଟଙ୍କା ହ୍ରାସ ପାଇ ୬୫,୨୫୫.୦୦ ଟଙ୍କାରେ କାରବାର କରୁଛି । ଜାଣନ୍ତୁ ମେଟ୍ରୋରେ କେଉଁ ଦର ଅଛି-

ଏହା ବ୍ୟତୀତ ଯଦି ଆନ୍ତର୍ଜାତୀୟ ବଜାର ବିଷୟରେ କୁହାଯାଏ ତେବେ ଆଜି ମଧ୍ୟ ହ୍ରାସ ସହିତ ବ୍ୟବସାୟ ଚାଲିଛି । ଯୁକ୍ତରାଷ୍ଟ୍ରରେ ସୁନା ୯.୪୩ ଡଲାରରେ ହ୍ରାସ ସହିତ ପ୍ରତି ଔନ୍ସ ୧,୮୩୮.୫୬ ଡଲାରରେ କାରବାର କରୁଛି । ଏହା ବ୍ୟତୀତ ରୂପା $ ୦.୧୫ ହ୍ରାସ ପାଇ ପ୍ରତି ଔନ୍ସ $ ୨୫.୨୦ ସ୍ତରରେ କାରବାର କରୁଛି ।

ଏହା ବି ପଢ଼ନ୍ତୁ | ମୂକ-ବଧିର ଯୁବକଙ୍କ ମୃତ୍ୟୁକୁ ନେଇ ଭଦ୍ରକରେ ଲଙ୍କାକାଣ୍ଡ; ପୋଲିସକୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ଲୋକେ

କିପରି ଥିଲା ବୁଧବାର ଦିନର ସୁନା କାରବାର
ବୁଧବାର ଦିନ MCX ଉପରେ ସୁନାଦର ୩୦୦ ଟଙ୍କାର ସାମାନ୍ୟ ହ୍ରାସ ହୋଇ ଫ୍ୟୁଚର ବଜାରରେ କାରବାର କରୁଥିବା ଦେଖାଯାଇଥିଲା । ଶେଷରେ ସୁନା ପ୍ରାୟ ଅଧା ପ୍ରତିଶତ ଅର୍ଥାତ୍ ୨୩୪ ଟଙ୍କା ବୃଦ୍ଧି ସହିତ ପ୍ରାୟ ୪୯୨୮୦ ଟଙ୍କାରେ ବନ୍ଦ ହୋଇଥିଲା । ଏହାପୂର୍ବରୁ ମଙ୍ଗଳବାର ଦିନ ଏହା ୨୬୦ ଟଙ୍କା ହ୍ରାସ ହୋଇ ୪୯୦୮୦ ଟଙ୍କାରେ ବନ୍ଦ ହୋଇଥିଲା । ସୁନା ଏହାର ରେକର୍ଡ ଉଚ୍ଚତା ଠାରୁ ଏବେ ୧୦ ଗ୍ରାମ ପିଛା ପ୍ରାୟ ୭,୦୦୦ ଟଙ୍କା ଶସ୍ତା ହୋଇଛି ।

ଏହା ବି ପଢ଼ନ୍ତୁ | କି ବର୍ବରତା! ଅନୁଗୁଳରେ ଗାଁ ଦାଣ୍ଡରେ ପେଟ୍ରୋଲ୍ ଢାଳି ଜିଅନ୍ତା ଜାଳି ମାରିଦେଲେ ଯୁବକଙ୍କୁ

ଶସ୍ତା ସୁନା କିଣିବାକୁ ସରକାର ସୁଯୋଗ ଦେଉଛନ୍ତି
କେନ୍ଦ୍ର ସରକାର ନାଗରିକଙ୍କୁ ଏହି ସମୟରେ ଶସ୍ତା ସୁନା କିଣିବାର ସୁଯୋଗ ଦେଉଛନ୍ତି । ଦଶମ ସିରିଜ୍ ଅଧୀନରେ ନିବେଶକମାନେ ଏଥିରେ ଜାନୁଆରୀ ୧୧ ରୁ ଜାନୁୟାରୀ ୧୫ ପର୍ଯ୍ୟନ୍ତ ବିନିଯୋଗ କରିପାରିବେ । ରିଜର୍ଭ ବ୍ୟାଙ୍କ ଗୋଟିଏ ଗ୍ରାମ ସୁନା ମୂଲ୍ୟ ୫୧୦୪ ଟଙ୍କା ରଖିଛି ।



ଯଦି ଜଣେ ନିବେଶକ ଏହାକୁ ଅନଲାଇନ୍ ପାଇଁ ଆବେଦନ କରନ୍ତି ଓ ଡିଜିଟାଲ୍ ମୋଡରେ ପେମେଣ୍ଟ୍ ହୁଏ ତେବେ ସେ ପ୍ରତି ଗ୍ରାମ ପ୍ରତି ୫୦ ଟଙ୍କା ରିହାତି ପାଇବେ ।
Published by: Jagdish Barik
First published: January 14, 2021, 12:49 PM IST