ଭଲ ଦିନ ଆସିବା ପୂର୍ବରୁ ଭଗବାନ ଦିଅନ୍ତି ୭ଟି ସଙ୍କେତ; ଆପଣ ଦେଖୁଛନ୍ତି କି ଏହି ଜିନିଷ?

Vastu Tips: ଭଲ ସମୟକୁ ଈଶ୍ଵର ହିଁ ଆମ ଜୀବନରେ ଆଣିଥାନ୍ତି। ହେଲେ ଜୀବନରେ ଶୁଭ ସମୟ ଆସୁଛି ବୋଲି ଆମେ କେମିତି ଜାଣିବା। ୭ଟି ସଙ୍କେତ ଦ୍ବାରା ଆମେ ଜାଣିପାରିବା ଭଲ ଦିନ ଆସୁଛି କି ନାହିଁ...

ଭଲ ଦିନ ଆସିବା ପୂର୍ବରୁ ଭଗବାନ ଦିଅନ୍ତି ୭ଟି ସଙ୍କେତ

ଭଲ ଦିନ ଆସିବା ପୂର୍ବରୁ ଭଗବାନ ଦିଅନ୍ତି ୭ଟି ସଙ୍କେତ

  • News18 Odia
  • Last Updated :
  • Odisha (Orissa), India
  • Share this:
News18 Odia Digital

Vastu Tips: ହିନ୍ଦୁ ଶାସ୍ତ୍ରରେ ସମୟକୁ ପ୍ରମୁଖ ଭୂମିକା ଦିଆଯାଇଅଛି। ମଣିଷ ଜୀବନ ସବୁବେଳେ ସମାନ ହୋଇନଥାଏ। ମଣିଷ ଜୀବନରେ ଆସିଥିବା ଭଲ ସମୟ ଗରିବକୁ ଧନୀ ଓ ଧନୀକୁ ଗରିବ କରିଥାଏ। ଜୀବନରେ ସମୟର ଭୂମିକା ଗୁରୁତ୍ବପୂର୍ଣ୍ଣ ରହିଛି। ତେଣୁ ବଡ଼ ଲୋକମାନେ କୁହନ୍ତି ଯେ ସମୟ ଆସିଲେ ମଣିଷ ସବୁ କିଛି ଆପେ ଶିଖି ଯାଏ। ସମୟ ଓ କାଳ ଉଭୟ ମଣିଷକୁ ଜୀବନର ଶିକ୍ଷା ଦେଇଥାନ୍ତି।

ଭଲ ସମୟକୁ ଈଶ୍ଵର ହିଁ ଆମ ଜୀବନରେ ଆଣିଥାନ୍ତି। ହେଲେ ଜୀବନରେ ଶୁଭ ସମୟ ଆସୁଛି ବୋଲି ଆମେ କେମିତି ଜାଣିବା। ଆଜି ଆମେ ଆପଣଙ୍କୁ ଶାସ୍ତ୍ରରେ ବର୍ଣ୍ଣିତ ବିଷୟ ଯଥା ଶୁଭ ସମୟ ଆସିବା ପୂର୍ବରୁ ଦେଇଥାଏ ୭ଟି ସଙ୍କେତ ବିଷୟରେ କହିବାକୁ ଯାଉଛି। ଯାହା ଦ୍ଵାରା ଆପଣମାନେ ମଧ୍ୟ ଭଲ ସମୟ କୁ ଜାଣିପାରିବେ ଯାହା ଭଗବାନ ଶ୍ରୀକୃଷ୍ଣ ସ୍ଵୟଂ ନାରଦକୁ କହିଛନ୍ତି।

ଥରେ ନାରଦ ଭଗବାନ ଶ୍ରୀକୃଷ୍ଣଙ୍କ ପାଖ କୁଯାଇ କହିଥିଲେ ହେ ଭଗବାନ ମଣିଷ ତା ଜୀବନରେ ଆସୁଥିବା ଭଲ ସମୟ ବିଷୟରେ ପୂର୍ବରୁ କିପରି ଜାଣିପାରିବ। ତେବେ ଭଗବାନ କହିଲେ, ‘‘ମୁଁ ଭଲ ସମୟ ଆସିବା ପୂର୍ବରୁ ମଣିଷମାନଙ୍କୁ ଚର୍ତୁପାଶ୍ଵ ଥିବା ଜିନିଷ ଜୀବଜନ୍ତୁ ଦ୍ଵାରା କିଛି ସଙ୍କେତ ଦେଇଥାଏ।

୧– ଯଦି ବ୍ୟକ୍ତିର ଚକ୍ଷୁ ବହ୍ମ ମୁହୁତ୍ତରେ ଆପେ ଖୋଲି ଯାଇଥାଏ ଈଶ୍ଵରଙ୍କ ସ୍ମରଣ ଆସେ ବା କୋଣସି ସ୍ଥାନକୁ କେହି ନେଇଯାଉଛି। ତେବେ ବ୍ୟକ୍ତିଙ୍କୁ ଜାଣିବା ଉଚିତ୍ ଏହା ଈଶ୍ଵରଙ୍କ ସଙ୍କେତ।

୨- ଯଦି କେହି ସର୍ବଦା ଖୁସିରେ ରହିଥାଏ ଓ କ୍ରୋଧ ଉପରେ ବିଜୟ ପାଏ ସେହି ଲୋକମାନଙ୍କ ଜୀବନରେ ମାଗିବା ଠାରୁ ଅଧିକ ମିଳିଥାଏ।

୩– ଯଦି କୋଣସି ବ୍ୟକ୍ତିର ଘରର ଦ୍ଵାରରେ ଗାଈ ଆସେ, ମାଙ୍କଡ ବାରମ୍ବାର ଆସି ଖାଦ୍ୟ ନେଇଯାଏ କିମ୍ବା ପକ୍ଷୀମାନେ ତାଙ୍କ ଘରେ ବସା କରନ୍ତି। ତେବେ ମଣିଷ ବୁଝିବା ଦରକାର କି ଆସୁଥିବା ସମୟ ତା ପାଇଁ ଶୁଭ।

୪- ଆପଣଙ୍କ ଘରେ ଛୋଟ ପିଲାମାନେ ବାରମ୍ବାର ଆସି ଆପଣଙ୍କୁ ଦେଖି ହସି ଥାନ୍ତି, ଏହା ମଧ୍ୟ ଶୁଭ ସମୟର ସଙ୍କେତ ଦିଏ।

୫- ଆପଣଙ୍କ ପାଖରେ ଧନର ଅଭାବ ପରିଲକ୍ଷିତ ହୁଏ ଓ ନୂଆ ନୂଆ ଧନର ସୁଯୋଗ ମିଳିଥାଏ। ତେବେ ଆପଣ ବୁଝିଯିବେ ଯେ ଈଶ୍ଵର ଆପଣଙ୍କୁ ସଙ୍କେତ ମାଧ୍ୟମରେ ଶୁଭ ସମୟର ବାର୍ତ୍ତା ଦେଇଛନ୍ତି।

୬- ଆପଣ ପୂଜା କରିବା ସମୟରେ ଆପଣ ଅନୁଭବ କରନ୍ତୁ ଯେ ଈଶ୍ଵରଙ୍କ ମୂର୍ତ୍ତି ଆପଣଙ୍କୁ ଦେଖି ହସେ। ତେବେ ଆପଣଙ୍କ ଜୀବନରେ ଭଲ ସମୟ ଓ ଧନର ପ୍ରାପ୍ତି ହୋଇଥାଏ।

ପଢ଼ନ୍ତୁ ଏହି ଖବର: Horoscope: ଆଜି ଏହି ରାଶିର ଲୋକଙ୍କୁ ମିଳିବ ଲାଭ; ଜାଣନ୍ତୁ ଆପଣଙ୍କ ଭାଗ୍ୟରେ କଣ ଅଛି

୭- ପୁରୁଷଙ୍କ ଡାହାଣ ଆଖି ଓ ସ୍ତ୍ରୀଙ୍କର ବାମ ଆଖି ଡେଇଁ ଥାଏ ତେବେ ଏହା ଶୁଭ ସମୟର ଆସିବାର ସଙ୍କେତ ଦେଇଥାଏ।
Published by:Lipina Das
First published: