ଛାଡ଼ଖାଇ: ଛେଳିର ନାମ ‘ମୋଦି’; ଗ୍ରାହକ ଦେଉଛି ₹୭୦ ଲକ୍ଷ, ହେଲେ ମାଲିକ ମାଗୁଛି ₹୧.୫ କୋଟି

‘ମୋଦି’ ନାଁ ଥିବା ଏହି ଛେଳିର ମାଲିକ ବାବୁରାଓ ମେଟକାରୀ ଛେଳିଟିର ଦାମ୍ ନିଲାମରେ ୭୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଉଠିବା ପରେ ବି ସେହି ଦାମରେ ତାକୁ ବିକିବାକୁ ମନା କରିଦେଇଥିଲେ । ସେ ଦେଢ଼ କୋଟି ଟଙ୍କା ତଳକୁ ତାକୁ ବିକିବେନି ବୋଲି କହିଥିଲେ ।

ଛେଳିଟିର ମାଲିକ ତା’ ନାଁ ‘ମୋଦି’ ରଖିଥିଲେ । (ଛବି ସୌଜନ୍ୟ: ମୁମ୍ବାଇ ମିରର୍)

ଛେଳିଟିର ମାଲିକ ତା’ ନାଁ ‘ମୋଦି’ ରଖିଥିଲେ । (ଛବି ସୌଜନ୍ୟ: ମୁମ୍ବାଇ ମିରର୍)

  • Share this:
News18 Odia Digital

ମୁମ୍ବାଇ: ଲକଡାଉନ୍‌ ନିୟମାବଳୀ ଢିଲା ହେବା ପରେ ଦେଶ ସାରା ଅନ୍ୟ ଅନେକ ବ୍ୟବସାୟ ପରି ପଶୁ ମାଂସ ବ୍ୟବସାୟ ବି ପୂର୍ବ ସ୍ଥିତିକୁ ଫେରିବା ଆରମ୍ଭ କରିଛି । ଲୋକଙ୍କୁ ଚିକେନ୍‌ ଓ ମଟନ୍‌ ସହଜରେ ମିଳୁଛି ଓ ବ୍ୟବସାୟୀଙ୍କୁ ବି ଭଲ ଦାମ୍‌ ମିଳୁଛି । ଏହି ପରିସ୍ଥିତିରେ ଗୋଟିଏ ଛେଳିର ଦାମ୍‌ ୭୦ ଲକ୍ଷ ଟଙ୍କାରୁ ଦେଢ଼ କୋଟି ଟଙ୍କା ଭିତରେ ଲଗାଯାଉଛି ବୋଲି ଜାଣି ଅନେକ ବିଶ୍ୱାସ କରିବେ ନାହିଁ । ହେଲେ କଥାଟି ସତ । ଏମିତି ଘଟିଛି ମହାରାଷ୍ଟ୍ରରେ ।

ଗୋଟିଏ ଛେଳିର ନାଁ ତା’ ମାଲିକ ‘ମୋଦି’ ରଖିଥିଲା । ଏବେ ସେହି ଛେଳିଟିକୁ କିଣିବାକୁ ଜଣେ ଗ୍ରାହକ ୭୦ ଲକ୍ଷ ଟଙ୍କା ଦେବାକୁ ରାଜି ହୋଇଛି । ହେଲେ ଛେଳିର ମାଲିକ ଦେଢ଼ କୋଟି ଟଙ୍କାରୁ କମରେ ତାକୁ ବିକିବ ନାହିଁ ବୋଲି କହିଛି । ‘ମୁମ୍ବାଇ ମିରର୍‌’ ଖବରକାଗଜରେ ପ୍ରକାଶିତ ଏକ ଖବର ଅନୁସାରେ ଏହି ଘଟଣା ଘଟିଛି ପଶ୍ଚିମ ମହାରାଷ୍ଟ୍ରର ଅଟପଡ଼ି ମାର୍କେଟରେ । ପଶୁ ବ୍ୟବସାୟ ପାଇଁ ଏହି ମାର୍କେଟ୍‌ ପ୍ରସିଦ୍ଧ ।

ଏହା ବି ପଢ଼ନ୍ତୁ | ଚାଲିଗଲା ଶିଶୁ କାଳିଆ, ଏକା ହୋଇଗଲା ତା’ ଭାଇ ଜଗା; ଯୋଡ଼ା ମୁଣ୍ଡ ଅଲଗା ହେବା ପରେ ୧୪ ମାସ ଚିକିତ୍ସାରେ ଥିଲା

କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଶହ ଶହ ପଶୁ ମାଲିକ ନିଜ ପଶୁଙ୍କ ସହ ଅଟପଡ଼ି ମାର୍କେଟକୁ ଆସିଥିଲେ । ସେମାନଙ୍କ ମଧ୍ୟରୁ ଜଣଙ୍କ ପାଖରେ ‘ମୋଦି’ ନାଁ ଥିବା ଗୋଟେ ଛେଳି ଥିଲା । ସେହି ଛେଳିଟି ସେହି ନାଁରେ ବେଶ୍‌ ପ୍ରସିଦ୍ଧ ଥିଲା । ତାକୁ କିଣିବା ପାଇଁ ଗ୍ରାହକମାନେ ଲମ୍ବା ଲାଇନ୍‌ ଲଗାଇଥିଲେ ଓ ଏକ ନିଲାମରେ ତା’ ଦାମ୍‌ ୭୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଯାଇଥିଲା ।

ବାବୁରାଓ ମେଟକାରୀ ନାମକ ଏହି ଛେଳିପାଳକ ନିଜ ଛେଳିର ଦାମ୍‌ ନିଲାମରେ ୭୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଉଠିବା ପରେ ବି ସେହି ଦାମରେ ତାକୁ ବିକିବାକୁ ମନା କରିଦେଇଥିଲେ । କେତେକ ଗ୍ରାହକ ତାଙ୍କୁ ସେହି ଦାମରେ ‘ମୋଦି’ ନାମକ ଛେଳିଟିକୁ ବିକିବାକୁ ଅନୁରୋଧ କରିଥିଲେ ଓ ତା’ ଉପରେ କିଛି ଦାମ୍‌ ବଢ଼ାଇବାକୁ ବି ରାଜି ହୋଇଥିଲେ । ହେଲେ ବାବୁରାଓ ସ୍ପଷ୍ଟ କହିଥିଲେ ଯେ ସେ ଦେଢ଼ କୋଟି ଟଙ୍କା ତଳକୁ ସେହି ଛେଳିଟିକୁ ବିକ୍ରି କରିବେ ନାହିଁ ।

ଏହା ବି ପଢ଼ନ୍ତୁ | ପୁରୀ ହାଜତ ମୃତ୍ୟୁ’: ରମେଶର ପରିବାରକୁ ଭେଟିଲେ ସମ୍ବିତ ପାତ୍ର; ତାଙ୍କ ପାଇଁ କୋଟି ଟଙ୍କା ଦାବି କଲେ

ବାବୁରାଓଙ୍କ ଏହି ଜିଦ୍‌ ଯୋଗୁଁ ୭୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦାମ୍‌ ଦେବାକୁ ରାଜି ହୋଇଥିବା ଗ୍ରାହକମାନେ ନିରାଶ ହୋଇଥିଲେ । ଫଳରେ ‘ମୋଦି’ ନାମକ ସେହି ଛେଳିଟିର ବିକ୍ରି ହୋଇପାରି ନ ଥିଲା । ଏହି ଖବର ପୂରା ମହାରାଷ୍ଟ୍ରର ପଶୁ ମାର୍କେଟରେ ଖୁବ୍‌ ଚର୍ଚ୍ଚିତ ହୋଇଥିଲା ।



ମାର୍ଚ୍ଚ ମାସରେ ଦେଶରେ କରୋନା ଭାଇରସ୍‌ ବ୍ୟାପିବା କାରଣରୁ ଜାରି ହୋଇଥିବା ଲକଡାଉନ୍‌ ଯୋଗୁଁ ବିଭିନ୍ନ ବ୍ୟବସାୟ ସହ ପଶୁ ବ୍ୟବସାୟ ବି ଭୀଷଣ ଆଘାତ ପାଇଥିଲା । ପଶୁ ମାଂସ ବ୍ୟବସାୟ ଲକଡାଉନର ଶିକାର ହୋଇଥିଲା । ହେଲେ ଗତ କିଛି ମାସ ଧରି ଲକଡାଉନ୍‌ କ୍ରମାଗତ ଭାବରେ ଉଠିଥିବାରୁ ପଶୁ ମାଂସ ଓ ପଶୁପାଳନ ବଜାର ପୁରୁଣା ସ୍ଥିତିକୁ ଫେରୁଛି । ଏପରି ସମୟରେ ଆସିଥିବା ଏହି ଆଶ୍ଚର୍ଯ୍ୟଜନକ ଖବର ଏବେ ଚର୍ଚ୍ଚାରେ ଅଛି ।
Published by:Anand ST Das
First published: