ଦିଲ୍ଲୀ HCର ବଡ଼ ଟିପ୍ପଣୀ; ସ୍ମୃତି ଇରାନୀ କିମ୍ବା ତାଙ୍କ ଝିଅ ରେଷ୍ଟୁରାଣ୍ଟର ମାଲିକ ନୁହଁନ୍ତି

ଗୋଆ ରେଷ୍ଟୁରାଣ୍ଟକୁ ନେଇ ବିବାଦ ମଧ୍ୟରେ ଦିଲ୍ଲୀ ହାଇକୋର୍ଟ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି। ହାଇକୋର୍ଟ କହିଛନ୍ତି ଯେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଓ ତାଙ୍କ ଝିଅ ସେହି ରେଷ୍ଟୁରାଣ୍ଟର ମାଲିକ ନୁହଁନ୍ତି।

ସ୍ମୃତି ଇରାନୀ (ପ୍ରତୀକାତ୍ମକ ଛବି)

ସ୍ମୃତି ଇରାନୀ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଗୋଆ ରେଷ୍ଟୁରାଣ୍ଟକୁ ନେଇ ବିବାଦ ମଧ୍ୟରେ ଦିଲ୍ଲୀ ହାଇକୋର୍ଟ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି। ହାଇକୋର୍ଟ କହିଛନ୍ତି ଯେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଓ ତାଙ୍କ ଝିଅ (ଜୋଇଶ ଇରାନୀ) ସେହି ରେଷ୍ଟୁରାଣ୍ଟର ମାଲିକ ନୁହଁନ୍ତି। ସେହି ରେଷ୍ଟୁରାଣ୍ଟ ସଂପର୍କରେ ସେ କେବେ ବି ଲାଇସେନ୍ସ ପାଇଁ ଆବେଦନ କରିନାହାଁନ୍ତି। ଏହି ମାମଲାର ଶୁଣାଣି ଶୁକ୍ରବାର ଜୁଲାଇ ୨୯ରେ ଦିଲ୍ଲୀ ହାଇକୋର୍ଟରେ ଅନୁଷ୍ଠିତ ହୋଇଥିଲା, ଯାହାର ସବିଶେଷ ଆଦେଶ ବର୍ତ୍ତମାନ ସାମ୍ନାକୁ ଆସିଛି।

ଜଷ୍ଟିସ ମିନି ପୁଷ୍କରଣ ଦିଲ୍ଲୀ ହାଇକୋର୍ଟରେ ଏହି ମନ୍ତବ୍ୟ ଦେଇଛନ୍ତି।  ସେ କଂଗ୍ରେସ ନେତା ଜୟରାମ ରମେଶ, ପବନ ଖେରା ଓ ନେଟଟା ଡି’ସୁଜାଙ୍କୁ ସମନ ପଠାଇଛନ୍ତି। ସ୍ମୃତି ଇରାନୀ ୨କୋଟି ଟଙ୍କା ମାନହାନୀ ମୋକଦ୍ଦମା କରିଥିଲେ। କୋର୍ଟ ତୁରନ୍ତ ଟ୍ୱିଟ ଡିଲିଟ କରିବାକୁ ଦୁଇ ନେତାଙ୍କୁ ନିର୍ଦ୍ଦେଶ ଦେଇଥିଲା।

କୋର୍ଟ ଆହୁରି କହିଛନ୍ତି ଯେ ବିପକ୍ଷ ଦଳ (ତିନି କଂଗ୍ରେସ ନେତା) ଓ ଅନ୍ୟ କେତେକ ଲୋକ ମିଛ କହିଥିଲେ।  ଏକାସାଙ୍ଗରେ ସେ ସ୍ମୃତି ଇରାନୀ ଓ ତାଙ୍କ ଝିଅ ଉପରେ ମଧ୍ୟ ବ୍ୟକ୍ତିଗତ ଆକ୍ରମଣ କରିଥିଲେ। ଦିଲ୍ଲୀ ହାଇକୋର୍ଟ ସ୍ୱୀକାର କରିଛନ୍ତି ଯେ ଏପରି କରିବା ଦ୍ୱାରା ସ୍ମୃତି ଇରାନୀଙ୍କ ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିବାର କାର୍ଯ୍ୟ କରାଯାଇଛି। ଦିଲ୍ଲୀ ହାଇକୋର୍ଟଙ୍କ କହିବାନୁସାରେ, ପ୍ରକୃତ ତଥ୍ୟ ନ ଜାଣି ବଡ଼ ଅଭିଯୋଗ ହୋଇଥିଲା, ଯେଉଁଥିପାଇଁ ସ୍ମୃତି ଇରାନୀ ଓ ତାଙ୍କ ପରିବାରର ପ୍ରତିଛବି କ୍ଷତିଗ୍ରସ୍ତ ହୋଇଥିଲା। ପରବର୍ତ୍ତୀ ଶୁଣାଣି ବର୍ତ୍ତମାନ ଅଗଷ୍ଟ ୧୮ ରେ ହେବ।
Published by:Soumya Das
First published: