ସୋନାଲି ଫୋଗାଟଙ୍କ ମୃତ୍ୟୁ ମାମଲାରେ ଗୋଆ ସରକାରଙ୍କ ବଡ଼ ନିଷ୍ପତ୍ତି; CBI କରିବ ତଦନ୍ତ

Sonali Phogat Death Case: ସୋନାଲି ଫୋଗାଟଙ୍କ ମୃତ୍ୟୁ ମାମଲାରେ ବର୍ତ୍ତମାନ ଗୋଆ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଗୋଆ ପୋଲିସ ବର୍ତ୍ତମାନ ଏହି ମାମଲାକୁ ସିବିଆଇକୁ ହସ୍ତାନ୍ତର କରିବ ଓ ସିବିଆଇ ଏହି ଘଟଣାର ଅଧିକ ତଦନ୍ତ କରିବ।

ସୋନାଲି ଫୋଗାଟଙ୍କ ମୃତ୍ୟୁ ମାମଲାରେ ଗୋଆ ସରକାରଙ୍କ ବଡ଼ ନିଷ୍ପତ୍ତି

ସୋନାଲି ଫୋଗାଟଙ୍କ ମୃତ୍ୟୁ ମାମଲାରେ ଗୋଆ ସରକାରଙ୍କ ବଡ଼ ନିଷ୍ପତ୍ତି

  • News18 Odia
  • Last Updated :
  • Share this:
News18 Odia Digital

Sonali Phogat Death Case: ସୋନାଲି ଫୋଗାଟ ଗତ ଅଗଷ୍ଟ ୨୩ରେ ଗୋଆର ଏକ ରେଷ୍ଟୁରାଣ୍ଟରେ ମୃତ୍ୟୁ ବରଣ କରିଥିଲେ। ତାଙ୍କୁ ରେଷ୍ଟୁରାଣ୍ଟରୁ ଡାକ୍ତରଖାନା ନିଆଯାଇଥିଲା। ଡାକ୍ତରଖାନାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।

ଏପର୍ଯ୍ୟନ୍ତ ଗୋଆ ପୋଲିସ ଏହି ମାମଲାରେ ସୋନାଲିଙ୍କ PA ସୁଧୀର ସାଙ୍ଗୱାନଙ୍କୁ ଗିରଫ କରିଛି। ଏଥି ସହିତ ବର୍ତ୍ତମାନ ଗୋଆ ସରକାର ସିବିଆଇକୁ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନେଇଛନ୍ତି।

ସୋନାଲି ଫୋଗାଟ ହତ୍ୟା ମାମଲା ଏବେ ସିବିଆଇ ଦ୍ୱାରା ଯାଞ୍ଚ ହେବ। ଗୋଆ ପୋଲିସ ପୂରା ମାମଲା ସିବିଆଇକୁ ହସ୍ତାନ୍ତର କରିବ। ଏହି ମାମଲାରେ ସୋନାଲି ଫୋଗାଟଙ୍କ ଝିଅ ଯଶୋଦରା ଫୋଗାଟ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖିଥିଲେ ଓ ସୋନାଲି ଫୋଗାଟ ମାମଲାର ତଦନ୍ତ ସିବିଆଇ ଦ୍ୱାରା କରାଯିବାକୁ ମଧ୍ୟ ଦାବି କରିଥିଲେ।

‘‘ସରକାରଙ୍କ ଉପରେ ଆମର କୌଣସି ଭରସା ନାହିଁ’’

ହିସାରର ଏକ ଖାପ ପଞ୍ଚାୟତରେ ସୋନାଲି ଫୋଗାଟଙ୍କ ଝିଅ ଯଶୋଦରା ଫୋଗାଟ କହିଛନ୍ତି ଯେ ଆମେ ଏହି ଘଟଣାର ସିବିଆଇ ତଦନ୍ତ ଦାବି କରୁଛୁ। ବର୍ତ୍ତମାନ ସରକାରଙ୍କ ଉପରେ ଆମର କୌଣସି ଭରସା ନାହିଁ କିମ୍ବା ସେମାନଙ୍କଠାରୁ କୌଣସି ନିଶ୍ଚିତତା ପାଇନାହୁଁ।

ସୂଚନାଯୋଗ୍ୟ, ରବିବାର ଦିନ ହରିୟାଣାର ହିସାରରେ ଏକ ଖାପ ପଞ୍ଚାୟତ ଆୟୋଜିତ ହୋଇଥିଲା ଯେଉଁଠାରେ ଯଶୋଦରା ଫୋଗାଟ ଏହା କହିଥିଲେ। ସୋନାଲି ଫୋଗାଟଙ୍କ ମୃତ୍ୟୁ ଘଟଣାରେ ସିବିଆଇ ତଦନ୍ତ ଦାବିରେ ଖାପ ପଞ୍ଚାୟତ ସଂଗଠିତ ହୋଇଥିଲା। ଏହି ଖାପ ପଞ୍ଚାୟତରେ ହରିୟାଣାର ବିଭିନ୍ନ ସ୍ଥାନରୁ ଖାପର ନେତାମାନେ ଉପସ୍ଥିତ ଥିଲେ।

ଯଶୋଦାରଙ୍କ ଜୀବନ ବିପଦରେ ଅଛି

କିଛି ଦିନ ପୂର୍ବରୁ ସୋନାଲି ଫୋଗାଟଙ୍କ ଝିଅ ପ୍ରଧାନମନ୍ତ୍ରୀଙ୍କୁ ଏକ ଚିଠି ଲେଖିଥିଲେ। ଯଶୋଦରା ଏହି ପତ୍ରରେ ଲେଖିଥିଲେ, ‘‘ମୋ ମା’ଙ୍କ ହତ୍ୟା ଘଟଣାରେ ସିବିଆଇ ତଦନ୍ତ କରାଯିବା ଉଚିତ୍।’’ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ପୀଡିତାଙ୍କ ପରିବାର ମଧ୍ୟ ଯଶୋଦାରଙ୍କ ପାଇଁ ପୋଲିସର ସୁରକ୍ଷା ଦାବି କରିଛନ୍ତି। ସୋନାଲିଙ୍କ ବିୟୋଗ ପରେ ଝିଅ ଯଶୋଧରା ତାଙ୍କର ସମସ୍ତ ସମ୍ପତ୍ତିର ଉତ୍ତରାଧିକାରୀ। ଏଭଳି ପରିସ୍ଥିତିରେ ଯଶୋଦାରଙ୍କ ଜୀବନ ବିପଦରେ ଥିବା ପରିବାର କହିଛନ୍ତି।
Published by:Lipina Das
First published: