News18 Odia Digital
କର୍ଣ୍ଣାଟକର ମାଣ୍ଡିଆ ଜିଲ୍ଲାର କଟେରୀ ଗାଁର ଏକ ହଷ୍ଟେଲରେ କିଛି ଛାତ୍ରୀ ମିଶି ପ୍ରଧାନ ଶିକ୍ଷକଙ୍କୁ ଝାଡୁରେ ପିଟିଛନ୍ତି। କେବଳ ଝାଡୁ ନୁହେଁ ପିଟିବା ବେଳର ସେମାନେ ବାଡ଼ି ମଧ୍ୟ ବ୍ୟବହାର କରିଥିଲେ।
ମିଳିଥିବା ସୂଚନା ଅନୁସାରେ ପ୍ରଧାନଶିକ୍ଷକ ଜଣଙ୍କ ଜଣେ ଛାତ୍ରୀଙ୍କୁ ହଇରାଣ କରୁଥିଲେ। ବାଳିକା ହଷ୍ଟେଲର ଦାୟିତ୍ୱରେ ଥିବା ଶିକ୍ଷକ ଜଣଙ୍କ ପ୍ରତି ସନ୍ଧ୍ୟାରେ ତାଙ୍କ କୋଠରୀକୁ ଡାକି ଝିଅମାନଙ୍କୁ ହଇରାଣ କରୁଥିଲେ। ଅଭିଯୁକ୍ତ ପ୍ରଧାନ ଶିକ୍ଷକ ସେମାନଙ୍କୁ ଅଶ୍ଳୀଳ ଭିଡିଓ ଦେଖିବା ପାଇଁ ତଥା ଭୁଲ ସ୍ପର୍ଶ କରିବାକୁ ବାଧ୍ୟ କରୁଥିଲେ। ସେ ଧମକ ମଧ୍ୟ ଦେଇଥିଲେ ଯେ ଯଦି ସେମାନେ ଏହି ବିଷୟରେ କିଛି ବାହାରେ ପ୍ରକାଶ କରନ୍ତି, ତେବେ ଛାତ୍ରୀଙ୍କ ସ୍ଥାନାନ୍ତର ପ୍ରମାଣପତ୍ରରେ ଅପମାନଜନକ ଗ୍ରେଡ ଦିଆଯିବ। ଏସବୁ ଘଟଣା ପରେ ଛାତ୍ରୀମାନେ ଏହି ପଦକ୍ଷେପ ନେଇଛନ୍ତି।
ଛାତ୍ରୀମାନେ ଦାବି କରିଛନ୍ତି ଯେ ସେମାନେ ଏହାକୁ ବର୍ଷ ବର୍ଷ ଧରି ସହିଥିଲେ। ବୁଧବାର ସନ୍ଧ୍ୟାରେ ଅଭିଯୁକ୍ତ ପ୍ରଧାନଶିକ୍ଷକ ଜଣେ ଛାତ୍ରୀଙ୍କୁ ହଷ୍ଟେଲରେ ଥିବା ତାଙ୍କ କୋଠରୀକୁ ଡାକି ତାଙ୍କୁ ଯୌନ ନିର୍ଯାତନା ଦେବାକୁ ଚେଷ୍ଟା କରିଥିଲେ। ଯେତେବେଳେ ପୀଡିତା ସାହାଯ୍ୟ ପାଇଁ ଚିତ୍କାର କରିଥିଲେ, ସେତେବେଳେ ସମସ୍ତ ଝିଅ ତାଙ୍କୁ ସାହାଯ୍ୟ କରିବାକୁ ଆସି ଅଭିଯୁକ୍ତଙ୍କୁ ଗୋଡ଼ାଇ ଗୋଡ଼ାଇ ଝାଡୁ ଓ ବାଡ଼ିରେ ପିଟିଥିଲେ। ପରେ ସେ ପୋଲିସକୁ ସୂଚନା ଦେଇଥିଲେ।
ଗ୍ରାମବାସୀ ମଧ୍ୟ ହଷ୍ଟେଲ ନିକଟରେ ଏକାଠି ହୋଇ ଅଭିଯୁକ୍ତଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। KRS ପୋଲିସ ଷ୍ଟେସନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଗିରଫ କରିଥିଲା। ବାଳିକା ହଷ୍ଟେଲ ୱାର୍ଡେନଙ୍କ ଅଭିଯୋଗରେ ବିରୋଧରେ ଏଫଆଇଆର ଦାଖଲ କରାଯାଇଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।