News18 Odia Digital
ଇରାନ: ଇରାନରେ ବଢ଼ିଚାଲିଛି ମହିଳାଙ୍କ ପ୍ରତି ଅତ୍ୟାଚାର। ଗତ କିଛିଦିନ ତଳେ ଖବର ସାମ୍ନାକୁ ଆସିଥିଲା ଯେ, ସ୍କୁଲ ବନ୍ଦ କରିବା ପାଇଁ ଛାତ୍ରୀଙ୍କୁ ବିଷ ଦିଆଯାଇଥିଲା। ଯେଉଁଥିରେ ଅନେକ ଛାତ୍ରୀ ଗୁରୁତର ହୋଇଥିଲେ। ଠିକ୍ ସମାନ ଘଟଣା ପୁଣି ଥରେ ସାମ୍ନାକୁ ଆସିଛି। ଯାହା ସାରା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଦେଇଛି।
ଏଥର ଇରାନରେ ୯୦୦ରୁ ଅଧିକ ସ୍କୁଲ ଛାତ୍ରୀଙ୍କୁ ବିଷ ଦିଆଯାଇଥିବା ଖବର ଚର୍ଚ୍ଚାର ବିଷୟ ପାଲଟିଛି। ମିଳିଥିବା ଖବର ଅନୁସାରେ, ପାଖାପାଖି ୫ଟି ସ୍କୁଲକୁ ଟାର୍ଗେଟ କରାଯାଇଛି। ୫୦ଟି ସ୍କୁଲରେ ୯୦୦ରୁ ଅଧିକ ଛାତ୍ରୀଙ୍କୁ ବିଷ ଦିଆଯାଇଥିବା ଖବର ସାରା ଦେଶକୁ ବିଚଳିତ କରିଦେଇଛି । ସେହିପରି ଏହି ଘଟଣାଟି ଅଭିଭାବକଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେଇଛି।
ସରକାରଙ୍କୁ ଚ୍ୟାଲେଞ୍ଜ କରିଛନ୍ତି ଛାତ୍ରୀମାନେ
୧୯୭୯ ଇସଲାମିକ ବିପ୍ଳବ ପରେ ୪୦ ବର୍ଷରୁ ଅଧିକ ସମୟ ଧରି ଇରାନରେ ବାଳିକା ଶିକ୍ଷାକୁ ଚ୍ୟାଲେଞ୍ଜ କରାଯାଇ ନାହିଁ। ପଡୋଶୀ ଆଫଗାନିସ୍ତାନରେ ତାଲିବାନ ଶାସନକୁ ମହିଳାମାନଙ୍କୁ ସ୍କୁଲ ଏବଂ ବିଶ୍ୱବିଦ୍ୟାଳୟରେ ପଢ଼ିବାକୁ ଅନୁମତି ଦେବାକୁ ଇରାନ ଅନୁରୋଧ କରିଛି।
ପଢ଼ନ୍ତୁ ପୂରା ଖବର: ଦୀର୍ଘ କୋଭିଡରେ ପୀଡ଼ିତ ଲୋକଙ୍କ ମଧ୍ୟରେ ଷ୍ଟ୍ରୋକ୍ ସହ ହୃଦରୋଗର ଆଶଙ୍କା ଅଧିକ: ରିପୋର୍ଟଫତେମେହ ରେଜାଇ ନାମକ ଜଣେ ୧୧ ବର୍ଷୀୟା ବାଳିକା ବିଷରେ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି, ଯଦିଓ ତାଙ୍କ ପରିବାର ଏବଂ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ଯେ ସେ ଗୁରୁତର ସଂକ୍ରମଣରେ ମୃତ୍ୟୁ ବରଣ କରିଥିଲେ। ରବିବାର ଦିନ ଅଧିକ ଆକ୍ରମଣ ହୋଇଥିବା ବେଳେ ସୋସିଆଲ ମିଡିଆରେ ଏମିତି ଭିଡିଓ ପୋଷ୍ଟ କରାଯାଇଥିଲା ଯେଉଁଥିରେ ପିଲାମାନେ ଗୋଡ ଯନ୍ତ୍ରଣା, ପେଟ ଯନ୍ତ୍ରଣା ଏବଂ ମୁଣ୍ଡ ବୁଲାଇବା ଭଳି ଅଭିଯୋଗ କରୁଥିବା ଦେଖିବାକୁ ମିଳିଥିଲା।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।