News18 Odia Digital
ଫରିଦାବାଦ: ପରୀକ୍ଷା ଦେଇ ସାରି କଲେଜରୁ ଫେରୁଥିବା ବେଳେ ଜଣେ ୨୧-ବର୍ଷୀୟା ଛାତ୍ରୀଙ୍କୁ ତାଙ୍କ କଥିତ ପ୍ରେମିକ ରାସ୍ତା ଉପରେ ଗୁଳି ମାରିଲା । ଅତି ନିକଟରୁ ଝିଅଟିର ମଥାକୁ ସେ ଗୁଳି ମାରିବାରୁ ତା’ର ଘଟଣା ସ୍ଥଳରେ ମୃତ୍ୟୁ ହୋଇଗଲା । ତା’ ପରେ ସେହି ଯୁବକ ନିଜର ଜଣେ ସାଥୀ ସହ ଏକ କାରରେ ସେଠାରୁ ଖସି ପଳେଇଲା । ଏହି ବିଭତ୍ସ ହତ୍ୟା କାଣ୍ଡର ଦୃଶ୍ୟ ସେଠି ଲାଗିଥିବା ସିସିଟିଭି କ୍ୟାମେରାରେ ରେକର୍ଡ଼ ହୋଇଛି ।
ଏହି ଜଘନ୍ୟ ହତ୍ୟା ଘଟିଛି ଦିଲ୍ଲୀ ନିକଟବର୍ତ୍ତୀ ଫରିଦାବାଦ ଜିଲ୍ଲାର ବଲ୍ଲବଗଡ଼ରେ (Faridabad Ballabhgarh girl murder) । ନିକିତା ତୋମର (Nikita Tomar) ନାମକ ଏହି ଝିଅଟି ଉପରେ ଅକ୍ଟୋବର ୨୬ ତାରିଖ ଦିନ ନୃଶଂସ ଭାବେ ଗୁଳି ଚଳାଇ ତାକୁ ହତ୍ୟା କରିଥିବା ଏହି ଯୁବକର ନାଁ ତୌଶିଫ୍ (Tauseef) । ହରିୟାଣା ପୋଲିସ ତାକୁ ଓ ଏହି ହତ୍ୟାରେ ସାମିଲ୍ ଥିବା ତା’ର ସାଥୀ ରେହାନକୁ ଗିରଫ କରିବାରେ ସଫଳ ହୋଇଛି ।

ମୃତ ନିକିତା ତୋମର୍
ବିକମ୍ (BCom) ଶେଷ ବର୍ଷର ଛାତ୍ରୀ ନିକିତା ତୋମର୍ ବଲ୍ଲବଗଡ଼ର ଅଗ୍ରୱାଲ କଲେଜରେ ସୋମବାର ଦିନ ପରୀକ୍ଷା ଦେଇ ସାରି ନିଜର କିଛି ସାଙ୍ଗଙ୍କ ସହ ବାହାରକୁ ଆସିଥିବା ପରେ ଏହି ହତ୍ୟାକାଣ୍ଡ ଘଟିଥିଲା । ତୌଶୀଫ ତା’ର ସାଥୀ ରେହାନ୍ ସହ ଏକ ଆଇ-ଟେନ୍ (i10) କାରରେ ଆସି ନିକିତାକୁ ଅପେକ୍ଷା କରିଥିଲା । ସେ ନିକିତାକୁ ତା’ କାର୍ ଭିତରକୁ ଆସିବାକୁ କହିଥିଲା । ହେଲେ ନିକିତା ନ ଆସିବାରୁ ସେ ତାକୁ ଜବରଦସ୍ତି କାର୍ ଭିତରକୁ ପୂରାଇବାକୁ ଚେଷ୍ଟା କରିଥିଲା । ସେଠି ଥିବା ନିକିତାର କେତେକ ଝିଅ ସାଙ୍ଗ ତାକୁ ରକ୍ଷା କରିବାକୁ ଚେଷ୍ଟାକରିଥିଲେ ।
ଏହା ବି ପଢ଼ନ୍ତୁ | ଭୁବନେଶ୍ୱରରେ ବ୍ୟବସାୟୀଙ୍କ ଠାରୁ ଦେଢ଼ ଲକ୍ଷ ଟଙ୍କା ଲୁଟି ଗିରଫ ହେଲେ ୬ ଜଣ ମିଛ ସାମ୍ବାଦିକନିକିତାର ବାପା ମୂଲଚନ୍ଦ ତୋମର କହିଛନ୍ତି ଯେ ଅଭିଯୁକ୍ତ ତୌଶୀଫ ନିକିତା ସହ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଥିଲା । ସେ ନିକିତା ଉପରେ ତା’ ସହ ବନ୍ଧୁତା ରଖିବା ପାଇଁ ଚାପ ପକାଉଥିଲା ଓ ତାକୁ ବାହା ହେବା ପାଇଁ ଚାହୁଁଥିଲା, କିନ୍ତୁ ନିକିତା ସମ୍ପୂର୍ଣ୍ଣ ଭାବେ ମନା କରିଦେଇଥିଲା ।
ଏହା ବି ପଢ଼ନ୍ତୁ | ଭୁବନେଶ୍ୱର Blast: ନିଖୋଜ ଇଞ୍ଜିନିୟରଙ୍କ ‘ପ୍ରତୀକ ଶବ ସଂସ୍କାର’ ହେଲା; ଫେରିବାକୁ ଅନେଇଛି ପତ୍ନୀତୌଶୀଫ ନିକିତାକୁ ୨୦୧୮ ମସିହାରେ ଥରେ ଅପହରଣ ବି କରିନେଇଥିଲା । ଏହି ମାମଲାରେ ନିକିତାର ପରିବାର ତା’ ବିରୁଦ୍ଧରେ ଏକ ଏଫଆଇଆର୍ (FIR) ଦେଇଥିଲା ଓ ତୌଶୀଫ ଗିରଫ ହୋଇଥିଲା ବୋଲି କହିଛନ୍ତି ତା’ ବାପା ।
ନିକିତାର ଭାଇ ନବୀନ କହିଛନ୍ତି ଯେ ସୋମବାର ନିକିତା ପରୀକ୍ଷା ଦେବାକୁ କଲେଜ ଯାଇଥିଲା । ତା’ ମା’ ବିଜୟବତୀ ଓ ଭାଇ ନବୀନ ତାକୁ କଲେଜ ବାହାରେ ଅପେକ୍ଷା କରିଥିଲେ । ଅପରାହ୍ଣ ପ୍ରାୟ ସାଢ଼େ ୪ଟାରେ ସେ ପରୀକ୍ଷା ଦେଇ ସାରି ବାହାରକୁ ଆସିବା ବେଳେ ଏକ କାର୍ କଲେଜ ଫାଟକ ଆଗରେ ଆସି ତା’ ନିକଟରେ ଅଟକିଥିଲା । ସେଥିରୁ ତୌଶୀଫ୍ ବାହାରି ଆସି ନିକିତାକୁ ଟାଣି କାର୍ ଭିତରକୁ ପଶାଇବାକୁ ଚେଷ୍ଟା କରିଥିଲା ବୋଲି ସେ କହିଛନ୍ତି ।
ଏହା ବି ପଢ଼ନ୍ତୁ | ମହିଳାଙ୍କୁ ଦେଢ଼ ବର୍ଷ ପାଇଖାନାରେ ବନ୍ଦ୍ କରି ରଖିଥିଲେ ତାଙ୍କ ସ୍ୱାମୀ, ଉଦ୍ଧାର କରାଗଲାଗିରଫ ହେବା ପରେ ତୌଶୀଫ ପୋଲିସକୁ କହିଛି ଯେ ନିକିତାର ବାହାଘର ଆଉ ଜଣଙ୍କ ସହିତ ହେବାକୁ ଯାଉଥିବାରୁ ସେ ତାକୁ ଅପହରଣ କରିନେବାକୁ ଚାହୁଁଥିଲା । ସେ ୨୦୧୮ ମସିହାର ସେହି ଗିରଫ ହେବା ଘଟଣା ପାଇଁ ପ୍ରତିଶୋଧ ନେବାକୁ ବି ଚାହୁଁଥିଲା ବୋଲି ପୋଲିସକୁ କହିଛି ।
ପୋଲିସ ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଏହି ହତ୍ୟାର ପୂର୍ବ ଦିନ ରାତିରେ ତୌଶୀଫ ଓ ନିକିତା ମଧ୍ୟରେ ଫୋନରେ କଥାବାର୍ତ୍ତା ହୋଇଥିଲା । ସେମାନେ ମୋଟ ୧୬ ମିନିଟ୍ ଫୋନରେ କଥାବାର୍ତ୍ତା କରିଥିଲେ ବୋଲି କହିଛନ୍ତି ଜଣେ ତଦନ୍ତ ଅଧିକାରୀ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।