ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»VIDEO: ପ୍ରେମ ବିବାହ ପରେ ବାପାଙ୍କୁ କହୁଛି ଝିଅ, ‘‘ମୋତେ ଟର୍ଚ୍ଚର୍ କରନି; ୪ ଦିନ ହେଲା କିଛି ଖାଇନି’’

VIDEO: ପ୍ରେମ ବିବାହ ପରେ ବାପାଙ୍କୁ କହୁଛି ଝିଅ, ‘‘ମୋତେ ଟର୍ଚ୍ଚର୍ କରନି; ୪ ଦିନ ହେଲା କିଛି ଖାଇନି’’

Girl marries without father’s consent, asks him in viral video not to torture her | କୋର୍ଟରେ ବିବାହ କରିବା ପରେ ଯୁବତୀ ଘର ଛାଡ଼ି ନିଜ ସ୍ୱାମୀଙ୍କ ସହ ଚାଲିଆସିଥିଲେ । ‘‘ଆମକୁ ବଞ୍ଚିବାକୁ ଦିଅ । ମୁଁ ନିଜ ଇଚ୍ଛାରେ ବିବାହ କରିଛି ଓ ଲକି ସହିତ ସେଟଲ୍ ହେବାକୁ ଚାହୁଁଛି,’’ ଭାଇରାଲ୍ ହୋଇଥିବା ଭିଡିଓରେ ସେ କହୁଛନ୍ତି ।

VIDEO: ପ୍ରେମ ବିବାହ ପରେ ବାପାଙ୍କୁ କହୁଛି ଝିଅ, ‘‘ମୋତେ ଟର୍ଚ୍ଚର୍ କରନି; ୪ ଦିନ ହେଲା କିଛି ଖାଇନି’’
ସ୍ୱାମୀ ଲକି ସହ କନିକା
  • News18 Odia
  • Last Updated: October 22, 2021, 5:42 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ହାଜିପୁର: ପ୍ରେମରେ ପଡ଼ି ନିଜ ପ୍ରେମିକକୁ ବିବାହ କରି ତା’ ସହ ଘର ଛାଡ଼ି ଚାଲିଯିବା ପରେ ଅନେକ ଯୁବତୀ ତାଙ୍କୁ ନିଜ ପରିବାର ଅସହଯୋଗ ଓ ହଇରାଣ କରୁଥିବା ଅଭିଯୋଗ କରିଥାନ୍ତି । ଯଦି ପ୍ରେମିକ ଓ ପ୍ରେମିକା ଦୁଇଟି ଅଲଗା ରାଜ୍ୟର ହୋଇଥାନ୍ତି ତାହେଲେ ତ ସ୍ଥିତି ସାଙ୍ଘାତିକ ହୁଏ । ଏମିତି ଏକ ତାଜା ଘଟଣାରେ ରାଜସ୍ଥାନର ଜଣେ ଯୁବତୀ ବିହାର ବାସିନ୍ଦା ନିଜ ପ୍ରେମିକକୁ ବିବାହ କରିବା ପରେ ନିଜ ପରିବାର ଲୋକେ ତାଙ୍କୁ ପ୍ରତାଡ଼ିତ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଛନ୍ତି ।

ରାଜସ୍ଥାନର ହନୁମାନଗଡ଼ର ଏହି ଯୁବତୀ ବିହାରର ବୈଶାଳୀ ଜିଲ୍ଲାର ବାସିନ୍ଦାଙ୍କୁ ପ୍ରେମ କରି ବିବାହ କରିଛନ୍ତି । ସେ ନିଜକୁ ସାଂସଦ ନିହାଲଚାନ୍ଦ ମେଘୱାଲ ଓରଫ ନିହାଲଚାନ୍ଦ ଚୌହାନଙ୍କ ଜଣେ ଭଉଣୀ ବୋଲି କହିଛନ୍ତି। ଯୁବତୀ ନିକଟରେ ଏକ ଭିଡିଓ ରିଲିଜ୍ କରି ନିଜ ଜୀବନ ବଞ୍ଚାଇବାକୁ ଅନୁରୋଧ କରୁଥିବା ଦେଖାଯାଇଛି । ଏହି ଭିଡିଓରେ ସେ ନିଜ ପିତାଙ୍କୁ ତାଙ୍କୁ ନିର୍ଯାତନା ନ ଦେବାକୁ ଅନୁରୋଧ କରୁଛନ୍ତି ।

ଏହା ବି ପଢ଼ନ୍ତୁ | ଭଦ୍ରକରେ ପିଶାଚ ବାପାର ନାରକୀୟ କାଣ୍ଡ: ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଶିଶୁ କନ୍ୟାର ଯୌନାଙ୍ଗକୁ କାଟିଲା

ଭିଡିଓରେ ଯୁବତୀ ଅଭିଯୋଗ କରିଛନ୍ତି ଯେ ରାଜନୈତିକ ସଫଳତାର ସୁଯୋଗ ନେଇ ତାଙ୍କ ପରିବାର ଲୋକେ ତାଙ୍କୁ ଓ ତାଙ୍କ ସ୍ୱାମୀଙ୍କୁ ହଇରାଣ କରୁଛନ୍ତି । ପୋଲିସ ଭୟରେ ସେ ଘରୁ ପଳାୟନ କରିଛନ୍ତି ବୋଲି କହିଛନ୍ତି । ହେଲେ ରାଜସ୍ଥାନର ଶ୍ରୀଗଙ୍ଗାନଗର ସାଂସଦ ନିହାଲଚାନ୍ଦ ମେଘୱାଲ ଏହି ଯୁବତୀଙ୍କ ଦାବିକୁ ଖାରଜ କରିଛନ୍ତି । ସାଂସଦ କହିଛନ୍ତି ଯେ ସେ ଏହି ଝିଅଟିକୁ କିମ୍ବା ତା’ ପରିବାରକୁ ଜାଣି ନାହାଁନ୍ତି । ସେ କହିଛନ୍ତି ଯେ ଏ ବିଷୟରେ କେହି ତାଙ୍କ ସହ ଯୋଗାଯୋଗ କରିନାହାଁନ୍ତି । ତେଣୁ ତାଙ୍କ ନାମ କାହିଁକି ନିଆଯାଉଛି ତାହା ସେ ବୁଝିପାରୁ ନାହାନ୍ତି ବୋଲି କହିଛନ୍ତି ।

ଏହା ବି ପଢ଼ନ୍ତୁ | ମମିତା ମେହେର ହତ୍ୟା ମାମଲା: ଗୋବିନ୍ଦ ସାହୁର ଡ୍ରାଇଭର ରାଧେଶ୍ୟାମ ଗିରଫ ହେଲା; କେ. ଗାଁ IIC ନିଲମ୍ବିତ ହେଲେ

କୋର୍ଟରେ କରାଯାଇଥିବା ବିବାହ ଦଲିଲ ଅନୁଯାୟୀ କନିକା ସୋନି ନାମକ ଏହି ଯୁବତୀ ଲକି ନାମକ ଜଣେ ଜିମ୍‌ ଟ୍ରେନରଙ୍କୁ ନିଜ ପରିବାରର ଇଚ୍ଛା ବିରୁଦ୍ଧରେ ଯାଇ ବିବାହ କରିଛନ୍ତି । କୋର୍ଟରେ ବିବାହ କରିବା ପରେ ଦୁହେଁ ରାଜସ୍ଥାନରୁ ବିହାରର ବୈଶାଳୀ ଆସିଥିଲେ । ଉଭୟ ସୋସିଆଲ ମିଡି଼ଆରେ ଏକ ଭିଡିଓ ଶେୟାର୍‌ କରିଛନ୍ତି ଯେଉଁଥିରେ କନିକା ବିଜେପି ସାଂସଦ ନିହାଲଚାନ୍ଦ ମେଘୱାଲ ଓରଫ ନିହାଲଚାନ୍ଦ ଚୌହାନଙ୍କୁ ତାଙ୍କ ଭାଇ ବୋଲି କହିଛନ୍ତି ।

ଏହା ବି ପଢ଼ନ୍ତୁ | ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ମୃତ୍ୟୁ ରହସ୍ୟ: ସେ ପାଣିରେ ପଡ଼ିବା ଆଗରୁ ମୃତ୍ୟୁ ହୋଇଥିଲା; ତାଙ୍କ ସାଙ୍ଗ ହୋଟେଲରେ ଲୁଚିଥିଲେ

‘‘ପାପା, ତୁମେ ନିହାଲଚାନ୍ଦ ମେଘୱାଲଙ୍କ ରାଜନୈତିକ ଶକ୍ତି ବ୍ୟବହାର କରି ଆମକୁ ହଇରାଣ କରୁଛ। ଆମକୁ ବଞ୍ଚିବାକୁ ଦିଅ । ମୁଁ ନିଜ ଇଚ୍ଛାରେ ବିବାହ କରିଛି ଓ ମୁଁ ଲକି ସହିତ ସେଟଲ୍‌ ହେବାକୁ ଚାହୁଁଛି,’’ ଭାଇରାଲ୍‌ ହୋଇଥିବା ଭିଡିଓରେ କନିକା କହୁଛନ୍ତି ।

ଏଇଠି ଦେଖନ୍ତୁ ସେହି ଭାଇରାଲ୍‌ ଭିଡିଓ:



ରାଜସ୍ଥାନ ପୋଲିସ ଏହି ଘଟଣାର ତଦନ୍ତ ପାଇଁ ବିହାରର ବୈଶାଳୀରେ ପହଞ୍ଚିବା ପରେ ଏହି ମାମଲା ସାମ୍ନାକୁ ଆସିଥିଲା । ସ୍ଥାନୀୟ ପୋଲିସ କହିଛି ଯେ ଅପହରଣ ମାମଲାର ତଦନ୍ତ ପାଇଁ ରାଜସ୍ଥାନ ପୋଲିସ ବୈଶାଳୀରେ ପହଞ୍ଚିଥିଲା । କନିକାଙ୍କ ସ୍ୱାମୀ ଲକିଙ୍କ ବିରୁଦ୍ଧରେ ରାଜସ୍ଥାନର ଏକ ଥାନାରେ ସେଠାରୁ କନିକାଙ୍କୁ ଅପହରଣ କରିଆଣିଥିବା ଅଭିଯୋଗ ହୋଇଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ମୋବାଇଲ୍ଫୋନ୍ହେଲା କାଳ; ଗେମ୍ଖେଳିବାକୁ ଦେବାରୁ ଫ୍ୟାନରେ ଝୁଲି ଆତ୍ମହତ୍ୟା କଲା ଅଷ୍ଟମ ଶ୍ରେଣୀ ଛାତ୍ର

‘‘ବାପା, ମୁଁ ଜାଣିଛି ମୁଁ ଏକ ବଡ ଭୁଲ କରିଛି । ମୁଁ ତୁମ ଇଚ୍ଛା ବିରୁଦ୍ଧରେ ଲକିଙ୍କୁ ବିବାହ କରିଛି କାରଣ ମୁଁ ତାଙ୍କୁ ବହୁତ ଭଲ ପାଏ । ମୁଁ ଲକିଙ୍କୁ ଛାଡି଼ ପାରିବି ନାହିଁ । ସାଂସଦ ନିହାଲଚାନ୍ଦ ମେଘୱାଲଙ୍କ ରାଜନୈତିକ ଶକ୍ତି ବ୍ୟବହାର କରି ତୁମେ ମୋତେ ଟର୍ଚ୍ଚର୍‌ କରାଉଛ… ପାପା, ପ୍ଲିଜ୍‌ ଏମିତି କରିବା ବନ୍ଦ୍‌ କର । ପୋଲିସ ଆମକୁ ସବୁଆଡ଼େ ଟର୍ଚ୍ଚର୍‌ କରୁଛି… ଆମକୁ ଖୋଜୁଛି । ୟାକୁ ବନ୍ଦ୍‌ କର,’’ ଭିଡିଓ ଶଏୟାର୍‌ କରି କହିଛନ୍ତି କନିକା ।

ଏହା ବି ପଢ଼ନ୍ତୁ | ଦେବୀଙ୍କ ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲା ପିଲାଟି, ତାବେକକୁ କାମୁଡ଼ି ଝାମ୍ପି ନେଇଗଲା ଚିତାବାଘ

ସେ କହିଛନ୍ତି ଯେ ସେ ଓ ତାଙ୍କ ସ୍ୱାମୀ ଲକି ଚାରି ଦିନ ହେଲା କିଛି ଖାଇ ପିଇ ନାହାନ୍ତି । ‘‘ଆମେ ଲୁଚି ଲୁଚି ଏଠି ସେଠି ରହୁଛୁ । ପ୍ଲିଜ୍‌, ପାପା, ୟାକୁ ବନ୍ଦ କରନ୍ତୁ ଆଉ ମୋତେ ଲକି ସହିତ ନିଜ ଜୀବନ ସେଟ୍ କରିବାକୁ ଦିଅନ୍ତୁ । ମୁଁ ଲକି ସହିତ ରହିବାକୁ ଚାହୁଁଛି,’’ କହିଛନ୍ତି କନିକା । ସେ ନିଜ ବାପାଙ୍କ ଉପରେ ତାଙ୍କୁ ଘରେ ତାଲା ପକାଇ ଜବରଦସ୍ତି ବିବାହ କରିବାକୁ ବାଧ୍ୟ କରିଥିବା ଅଭିଯୋଗ ବି କରିଛନ୍ତି ।
Published by: Anand S.T. Das
First published: October 22, 2021, 5:42 PM IST