ନିଜ ପ୍ରେମକୁ ଲୁଚାଇବାକୁ ହତ୍ୟାକାରୀ ହେଲା ଭଉଣୀ, ପ୍ରେମିକ ସହ ମିଶି ସାନ ଭାଇକୁ ମାରିଦେଲା
ସାନ ଭାଇଟି ଭଉଣୀକୁ ତା’ ପ୍ରେମିକ ସହିତ ଆପତ୍ତିଜନକ ଅବସ୍ଥାରେ ଦେଖିନେବା ପରେ ଭଉଣୀ ପ୍ରେମିକ ସହିତ ମିଶି ତାକୁ ହତ୍ୟା କରିଥିଲା । ହତ୍ୟାକାରୀ ଯୁବତୀ ଗିରଫ ହୋଇଛି, ହେଲେ ତା’ ପ୍ରେମିକ ଫେରାର ହୋଇଯାଇଛି ।

ରାକ୍ଷୀ ପୂର୍ଣ୍ଣିମା; (ଡାହାଣ) ପୋଲିସ କବର ଖୋଳି ବାଳକର ଶବ ବାହାର କରୁଛି ।
- News18 Odia
- Last Updated: August 3, 2020, 4:25 PM IST
ବରେଲି: ଆଜି ରାକ୍ଷୀ ପୂର୍ଣ୍ଣିମା (Rakhi Purnima)। ଭାଇ ଓ ଭଉଣୀଙ୍କ ବିଶ୍ୱାସ ଓ ମିଳିତ ଶକ୍ତିର ମହାନ ପର୍ବ । ଯେଉଁ ଭଉଣୀ ଏହି ପର୍ବରେ ନିଜ ଭାଇର ସର୍ବଦା ସହାୟତା କରିବ ବୋଲି ପଣ କରି ଓ ତା’ ଲମ୍ବା ଆୟୁଷ କାମନା କରି ତା’ ହାତରେ ରାକ୍ଷୀ ବାନ୍ଧିଥାଏ, ସେହି ଭଉଣୀ ବି ହତ୍ୟାକାରୀ ହୋଇ ନିଜ ଭାଇର ପ୍ରାଣ ନେଇପାରେ? ହେଲେ ଏମିତି ଘଟଣା ବାସ୍ତବରେ ଘଟିଛି । ଜଣେ ଯୁବତୀ ନିଜ ପ୍ରେମକୁ ଲୁଚାଇବା ପାଇଁ ପ୍ରେମିକ ସହ ମିଶି ନିଜ ସାନ ଭାଇକୁ ହତ୍ୟା କରିଛି ।
ଏହି ଜଘନ୍ୟ କାଣ୍ଡ ଘଟିଛି ଉତ୍ତର ପ୍ରଦେଶର ବରେଲିରେ । ରକ୍ଷା ବନ୍ଧନ (Raksha Bandhan) ପର୍ବର କିଛି ଦିନ ପୂର୍ବରୁ ଏକ ଯୁବତୀ ନିଜ ସାନ ଭାଇକୁ ପ୍ରେମିକ ସହିତ ମିଶି ହତ୍ୟା କରିଛି । ସାନ ଭାଇଟି ଭଉଣୀକୁ ତା’ ପ୍ରେମିକ ସହିତ ଆପତ୍ତିଜନକ ଅବସ୍ଥାରେ ଦେଖିନେବା ପରେ ଭଉଣୀ ତାକୁ ହତ୍ୟା କରିଛି । ପୋଲିସ ହତ୍ୟାକାରୀ ଯୁବତୀକୁ ଗିରଫ କରିଛି । ତା’ ପ୍ରେମିକ ଏବେ ବି ଫେରାର ଅଛି । ଏହି ଘଟଣା ବରେଲିର ନବାବଗଞ୍ଜ ଥାନା ଅଞ୍ଚଳରେ ଘଟିଛି ।
ଅଭିଯୁକ୍ତ ଯୁବତୀ ନିଜ ବାପାମାଆ ଘରେ ନ ଥିବା ବେଳେ ତା’ ପ୍ରେମିକକୁ ଘରକୁ ଡାକି ତା’ ସହିତ ମଉଜମସ୍ତି କରୁଥିଲା । ଏତିକି ବେଳେ ତା’ ପାଞ୍ଚ ବର୍ଷର ଭାଇ ସେଠି ପହଞ୍ଚି ଭଉଣୀ ଓ ପ୍ରେମିକକୁ ଆପତ୍ତିଜନକ ଅବସ୍ଥାରେ ଦେଖିପକେଇଥିଲା । ଏହା ପରେ ସାନ ଭାଇଟି ବାପାମାଆଙ୍କୁ ଏଇ କଥା କହିଦେବ ବୋଲି ଭୟ କରି ଭଉଣୀ ଓ ତା’ ପ୍ରେମିକ ମିଶି ନିର୍ଦ୍ଦୋଷ ବାଳକକୁ ଗଳା ଚିପି ହତ୍ୟା କରିଥିଲେ । ତା’ ମୃତ ଦେହକୁ ଘର ପଛରେ ଥିବା ଏକ ବୁଦା ଭିତରେ ଫିଙ୍ଗି ଦେଇଥିଲେ ।

ରକ୍ଷା ବନ୍ଧନରେ ଭଉଣୀମାନେ ନିଜ ଭାଇଙ୍କ ହାତରେ ରାଖୀ ବାନ୍ଧି ତାଙ୍କର ଦୀର୍ଘ ଜୀବନ କାମନା କରନ୍ତି ।
ଭଉଣୀ ନୂଆ କାହାଣୀ ଗଢ଼ିଥିଲା, କିନ୍ତୁ ସତ୍ୟ ବାହାରିଲା
ମୃତ ବାଳକର ମାଆବାପା କହିଛନ୍ତି ଯେ ସେମାନେ ଫେରି ଘରେ ପହଞ୍ଚିବା ପରେ ତାଙ୍କ ଝିଅ ସେମାନଙ୍କୁ କହିଥିଲା ଯେ ତା’ ଭାଇ ଛାତରୁ ତଳକୁ ଖସି ପଡ଼ି ମୃତ୍ୟୁ ବରଣ କରିଛି । ଏହା ପରେ ମାଆବାପା ପିଲାଟିକୁ ପୋତି ଦେଇଥିଲେ । କିନ୍ତୁ ଦୁଇ ଦିନ ପରେ କୌଣସି ପ୍ରକାରେ ଜଣାପଡ଼ିଗଲା ଯେ ଭଉଣୀ ନିଜ ପ୍ରେମିକ ସହିତ ମିଶି ସାନ ଭାଇଟିକୁ ହତ୍ୟା କରିଛି ବୋଲି ।
ତା’ ମାଆବାପା ଏହି ସତ୍ୟ ବିଷୟରେ ଜାଣିବାକୁ ପାଇବା ରେ ସେମାନଙ୍କ ପାଦ ତଳୁ ଭୂମି ଖସିପଡ଼ିଲା । ସେମାନେ ନବାବଗଞ୍ଜ ଥାନାକୁ ଯାଇ ଏହି ଘଟଣାର ସୂଚନା ଦେଇଥିଲେ ।
ଏହା ବି ପଢ଼ନ୍ତୁ: ବଡ଼ ଖବର: ୧୦୦ଟି ଟ୍ରେନ୍ ବନ୍ଦ କରି ପାରେ ରେଳବାଇ; ସମୟ ସାରଣୀରେ ବି ହେବ ବଡ଼ ପରିବର୍ତ୍ତନ
ଏହା ବି ପଢ଼ନ୍ତୁ: ଜଲଦି ଆସିବ କରୋନା ଭ୍ୟାକ୍ସିନ; ରୁଷିଆରେ ବିଶ୍ୱର ପ୍ରଥମ କରୋନା ଟିକାର କ୍ଲିନିକାଲ୍ ପରୀକ୍ଷା ଶେଷ ହେଲା
ବରେଲିର ଏସ୍.ପି. (ଗ୍ରାମୀଣ) ଡଃ ସଂସାର ସିଂ କହିଛନ୍ତି ଯେ ପିତାମାତାଙ୍କ ସୂଚନା ଅନୁଯାୟୀ ପୋଲିସ ବାଳକର ମୃତ ଦେହକୁ କବର ଭିତରୁ ବାହାର କରି ପୋଷ୍ଟ ମର୍ଟମ ପାଇଁ ପଠାଇଛି ଓ ଅଭିଯୁକ୍ତ ଭଉଣୀକୁ ଗିରଫ କରିଛି । ତା’ ପ୍ରେମିକ ମହେଶ ଏବେ ବି ଫେରାର ଅଛି ।
ଭାଇ ଓ ଭଉଣୀଙ୍କ ପବିତ୍ର ପର୍ବ ରକ୍ଷା ବନ୍ଧନର ଦୁଇ ଦିନ ପୂର୍ବରୁ ଘଟିଥିବା ଏହି ଘଟଣା ସ୍ଥାନୀୟ ଲୋକଙ୍କ ମନରେ ଗଭୀର ଦୁଃଖ ଆଣିଛି । ରକ୍ଷା ବନ୍ଧନରେ ଭଉଣୀମାନେ ନିଜ ଭାଇଙ୍କ ହାତରେ ଏକ ରାଖୀ ବାନ୍ଧି ତାଙ୍କର ଦୀର୍ଘ ଜୀବନ କାମନା କରନ୍ତି । କିନ୍ତୁ ବରେଲିର ଏହି କଳିଯୁଗୀ ଭଉଣୀ ଭାଇ ଓ ଭଉଣୀର ପବିତ୍ର ସମ୍ପର୍କକୁ କଳୁଷିତ କରିଛି ।