News18 Odia Digital
Girl finds husband through lottery: ଲଟେରୀ (Lottery) ମାଧ୍ୟମରେ ବଛାଗଲା ବର (Groom), କଥାଟି ଶୁଣି ଚମକି ପଡ଼ିଲେ କି? ଆଜ୍ଞା ହଁ, ଏହା କୌଣସି ଫିଲ୍ମର ଡାଇଲଗ ନୁହେଁ ବରଂ ପ୍ରକୃତରେ ହିଁ ଏଭଳି ଏକ ଘଟଣା ଘଟିଛି ଉତ୍ତର ପ୍ରଦେଶରେ।
ଉତ୍ତର ପ୍ରଦେଶ (Uttar Pradesh) ସ୍ଥିତ ଆମ୍ବେଦକର୍ ନଗରରେ ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଆଜିକାଲି ଯୁବକ ଯୁବତୀମାନେ ନିଜ ପସନ୍ଦର ଜୀବନସାଥୀ ବାଛି ଫେରାର ହୋଇଯାଉଥିବା ଖବର କିଛି ନୂଆ କଥା ନୁହେଁ।
ହେଲେ ଏଠାରେ ଆମ୍ଭେ ଯେଉଁ ଯୁବତୀଙ୍କ (Girl finds husband through lottery) ବିଷୟରେ କହିବାକୁ ଯାଉଛୁ ସେ ଜଣେ ଦୁଇଜଣ ଯୁବକ ନୁହେଁ ବରଂ ଏକସହିତ ୪ ଜଣ ଯୁବକଙ୍କ ସହିତ ଫେରାର ହୋଇଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଯୁବକ ଉକ୍ତ ଯୁବତୀଙ୍କୁ ନିଜ ସମ୍ପର୍କୀୟଙ୍କ ଘରେ ଲୁଚାଇ ରଖିଥିଲେ। ଦୁର୍ଭାଗ୍ୟବଶତଃ ଝିଅ ଘର ଲୋକଙ୍କୁ ଏଥିନେଇ ସୁରାକ ମିଳିବା ପରେ ସେମାନେ ଧରା ପଡ଼ିଯାଇଥିଲେ।
ଅନ୍ୟପକ୍ଷରେ ଝିଅର ପରିବାର ଲୋକେ ସମସ୍ତ ୪ ଜଣ ଯୁବକଙ୍କ ବିରୋଧରେ ଥାନାରେ ଏତଲା ଦେଇଥିଲେ। ପରବର୍ତ୍ତୀ ସମୟରେ ଏଥିନେଇ ଗାଁରେ ପଞ୍ଚାୟତ ବସିଥିଲା। ଯୁବତୀ ଜଣକ କାହାକୁ ବିବାହ କରିବେ ସ୍ଥିର କରିପାରିନଥିଲେ।
ପଢ଼ନ୍ତୁ ଏହି ଖବର: SBI: ସରକାରୀ ବ୍ୟାଙ୍କକୁ ନେଇ ଆସିଲା ଖୁସି ଖବର; ଅଛି କି ଏଥିରେ ଆପଣଙ୍କ ଆକାଉଣ୍ଟ?ତେବେ, ଶେଷରେ ଏଥିନେଇ ଲଟେରୀ କରାଯାଇଥିଲା। ଏହି ଲଟେରୀରେ ଜିତିଥିବା ଜଣେ ଯୁବକଙ୍କ ସହିତ ଉକ୍ତ ଯୁବତୀଙ୍କ ବିବାହ କରାଯାଇଥିବା ଜଣାପଡ଼ିଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।