କି ସାହସ! ରାସ୍ତାରେ ମୋବାଇଲ୍ ଛଡ଼ାଳିଙ୍କ ସହ ଲଢ଼ି ଝିଅଟି ଜଣକୁ ଧରିଲା; ଦେଖନ୍ତୁ VIDEO

ଦୁଇ ଜଣ ଦୁର୍ବୃତ୍ତଙ୍କ ମଧ୍ୟରୁ ବାଇକର ପଛରେ ବସିଥିବା ଲୋକଟି ଝିଅଟି ଉପରେ ଆକ୍ରମଣ କରିଚାଲିଥିଲା, ହେଲେ ଝିଅଟି ସେମାନଙ୍କୁ ଛାଡ଼ି ନ ଥିଲା । ଏହି ୧୫ ବର୍ଷୀୟା ଝିଅଟିର ସାହସକୁ ଏବେ ସବୁଠି ପ୍ରଶଂସା କରାଯାଉଛି ।

କି ସାହସ! ରାସ୍ତାରେ ମୋବାଇଲ୍ ଛଡ଼ାଳିଙ୍କ ସହ ଲଢ଼ି ଝିଅଟି ଜଣକୁ ଧରିଲା; ଦେଖନ୍ତୁ VIDEO
ସିସିଟିଭି ଫୁଟେଜରୁ ଦୁଇଟି ଦୃଶ୍ୟ
  • News18 Odia
  • Last Updated: September 2, 2020, 10:10 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଜଳନ୍ଧର: ପଞ୍ଜାବର (Punjab) ଜଣେ ୧୫ ବର୍ଷୀୟା ବାଳିକା ସାହସିକତାର ପ୍ରଦର୍ଶନ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଜଲନ୍ଧରର (Jalandhar) ଏହି ଝିଅଟି ରାସ୍ତାରେ ତା’ ଠାରୁ ମୋବାଇଲ୍ ଫୋନ୍‌ ଛଡ଼ାଇ ନେଇ ଯାଉଥିବା ଦୁଇ ଜଣ ବଦମାସଙ୍କୁ ଖାଲି ଜବରଦସ୍ତ ଶିକ୍ଷା ଦେଇ ନ ଥିଲା ବରଂ ସାହସର ସହ ସଙ୍ଘର୍ଷ କରି ସେମାନଙ୍କ ମଧ୍ୟରୁ ଜଣକୁ ଧରିପକାଇଥିଲା ।

ସେହି ଝିଅଟି ନିଜ ମୋବାଇଲ୍ ଫୋନ୍ ଫେରିପାଇବାରେ ବି ସଫଳ ହୋଇଥିଲା । ଏହି ଘଟଣାଟି ଅଗଷ୍ଟ ୩୦ରେ ଘଟିଥିଲା । ଏହା ବିଷୟରେ ​​ସେହି ରାସ୍ତାର ନିକଟରେ ଥିବା ଏକ ଘରର ସିସିଟିଭି କ୍ୟାମେରାର ଭିଡିଓରୁ ଏବେ ମିଳିଛି । ସେହି ଭିଡିଓଟି ଖୁବ୍‌ ଭାଇରାଲ୍‌ ହେଉଛି ।

ପଞ୍ଜାବ ରାଜ୍ୟର ଜଲନ୍ଧର ଜିଲ୍ଲାର ଜଲନ୍ଦର-କାପୁରଥାଲା ରୋଡ଼ରେ ସେହି ଝିଅଟି ଚାଲି ଚାଲି ଯାଉଥିବା ବେଳେ ପଛରୁ ଗୋଟେ ବାଇକରେ ଆସୁଥିବା ଦୁଇ ଜଣ ବଦମାସ୍‌ ତା’ ହାତରୁ ମୋବାଇଲ୍ ଫୋନଟି ଛଡ଼ାଇନେବାକୁ ଚେଷ୍ଟା କରିଥିଲେ । କିନ୍ତୁ ଝିଅଟି ସେହି ଦୁଇ ବଦମାସଙ୍କ ସହ ଭୀଷ ସଙ୍ଘର୍ଷ କରିଥିଲା ଓ ସଫଳ ହୋଇଥିଲା ।

ଦେଖନ୍ତୁ ଭିଡିଓ (Watch Video):



ଦୁଇ ଜଣ ଦୁର୍ବୃତ୍ତଙ୍କ ମଧ୍ୟରୁ ବାଇକର ପଛରେ ବସିଥିବା ଲୋକଟି ଝିଅଟି ଉପରେ ଆକ୍ରମଣ କରିଚାଲିଥିଲା, ହେଲେ ଝିଅଟି ସେମାନଙ୍କୁ ଛାଡ଼ି ନ ଥିଲା । ଏହି ସମୟରେ ଝିଅଟିର କବଳରୁ ମୁକ୍ତ ହେବା ପାଇଁ ସେ ଏକ ତୀକ୍ଷ୍ଣ ଅସ୍ତ୍ରରେ ଅନେକ ଥର ତା’ ଉପରେ ଆକ୍ରମଣ ବି କରିଥିଲା । କିନ୍ତୁ ଏହି ସାହସୀ ଝିଅଟି ହାରିଯିବା ପାଇଁ ପ୍ରସ୍ତୁତ ନ ଥିଲା ।

ଏତିକି ବେଳେ ସେଠାରେ ହେଉଥିବା ଶବ୍ଦ ଶୁଣି କିଛି ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିଲା । ଏହା ପରେ ବାଇକ୍ ଚଳାଉଥିବା ଦୁର୍ବୃତ୍ତ ସେଠୁ ଖସି ପଳାଇ ଯାଇଥିଲା, କିନ୍ତୁ ମୋବାଇଲ୍ ଛଡ଼ାଇ ନେଇଥିବା ଦୁର୍ବୃତ୍ତ ଝିଅଟି ଦ୍ୱାରା ଧରାପଡ଼ିଥିଲା । ଲୋକେ ତାକୁ ଧରିପକାଇଥିଲେ ।

ଏହା ବି ପଢ଼ନ୍ତୁ | ୭ ବର୍ଷର ବାଳକ ଭୋକରେ ମରିଗଲା; ତା’ ମା’ ମୃତ ଦେହ ପାଖରେ ୩ ଦିନ ବସିରହିଲା

ଏହା ବି ପଢ଼ନ୍ତୁ | କୁକୁରକୁ ରଙ୍ଗ ଲଗେଇ ବାଘ ବନେଇଦେଲେ; ‘ମିନି ଟାଇଗର’କୁ ଦେଖି ପଶୁ ପ୍ରେମୀ ନାରାଜ ହେଲେ

ନିକଟସ୍ଥ ଘରର ସିସିଟିଭି କ୍ୟାମେରାରେ ଏହି ଭିଡିଓ ରେକର୍ଡ଼ ହେବା ପରେ ଏହି ପୂରା ମାମଲା ବିଷୟରେ ସବିଶେଷ ତଥ୍ୟ ସାମ୍ନାକୁ ଆସିଥିଲା । ଏହି ଭିଡିଓରେ ଲଗାତାର ଝିଅଟି ଉପରେ ଆକ୍ରମଣ ସତ୍ତ୍ୱେ ସେ ଦୁର୍ବୃତ୍ତମାନଙ୍କ ସହ ଲଢ଼ୁଥିବା ଦେଖିବାକୁ ମିଳିଛି ।



ଝିଅଟିକୁ ଧକ୍କା ଦେବା ପରେ ବାଇକ୍‌ ପଛରେ ବସିଥିବା ଦୁର୍ବୃତ୍ତ ପୁଣି ବାଇକରେ ବସି ଖସି ପଳେଇବାକୁ ଚାହୁଁଥିଲା, କିନ୍ତୁ ଝିଅଟି ତା’ ପଛେ ପଛେ ଦୌଡ଼ିଯାଇ ତାକୁ ପିଟିବା ଆରମ୍ଭ କରିଥିଲା । ଏହି ୧୫ ବର୍ଷୀୟା ଝିଅଟିର ସାହସକୁ ଏବେ ସବୁଠି ପ୍ରଶଂସା କରାଯାଉଛି ।
Published by: Anand Shankar Thankur Das
First published: September 2, 2020, 10:10 PM IST
corona virus btn
corona virus btn
Loading