ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ବିଲରେ ଡ୍ୟାନ୍ସ କରୁଥିଲା ଝିଅଟି; ମାଧୁରୀ ଦିକ୍ଷୀତ୍ VIDEO ଦେଖି କହିଲେ, ‘ଆରେ ବାଃ!’; ଦେଖନ୍ତୁ

ବିଲରେ ଡ୍ୟାନ୍ସ କରୁଥିଲା ଝିଅଟି; ମାଧୁରୀ ଦିକ୍ଷୀତ୍ VIDEO ଦେଖି କହିଲେ, ‘ଆରେ ବାଃ!’; ଦେଖନ୍ତୁ

ଝିଅଟି ଗାଁରେ ଥିବା ବିଲ ମଝିରେ ଜବରଦସ୍ତ ନୃତ୍ୟ କରୁଥିବା ଦେଖାଯାଉଛି ଏହି ଭିଡିଓରେ । ବଡ଼ ପରଦାରେ ନିଜ ନୃତ୍ୟ ପାଇଁ ଜଣାଶୁଣା ମାଧୁରୀ ଦିକ୍ଷୀତ ସେହି ଭିଡିଓ ଦେଖି ପ୍ରଭାବିତ ହୋଇଥିଲେ ।

ବିଲରେ ଡ୍ୟାନ୍ସ କରୁଥିଲା ଝିଅଟି; ମାଧୁରୀ ଦିକ୍ଷୀତ୍ VIDEO ଦେଖି କହିଲେ, ‘ଆରେ ବାଃ!’; ଦେଖନ୍ତୁ
ଝିଅଟିର ନୃତ୍ୟରୁ ଏକ କ୍ଷଣ; (ଡାହାଣ) ମାଧୁରୀ ଦିକ୍ଷୀତ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଆମ ଦେଶରେ ପ୍ରତିଭାର ଅଭାବ ନାହିଁ । ପୂର୍ବରୁ ଲୋକଙ୍କୁ ନିଜ ପ୍ରତିଭା ଦେଖାଇବା ପାଇଁ କଠିନ ପରିଶ୍ରମ କରିବାକୁ ପଡୁଥିଲା, ତଥାପି ସେମାନେ ପରିଚୟ ଓ ସ୍ୱୀକୃତି ପାଇବା ପାଇଁ ଉପଯୁକ୍ତ ପ୍ଲାଟଫର୍ମ (ସ୍ଥାନ) ପାଉ ନ ଥିଲେ । କିନ୍ତୁ ଏବେ ସୋସିଆଲ୍‌ ମିଡ଼ିଆ ଯୁଗରେ ଏହା ଅତି ସହଜ ହୋଇଯାଇଛି ।ନିଜ ପ୍ରତିଭା ପ୍ରଦର୍ଶନ କରିବାରେ ଅସମର୍ଥ ହେଉଥିବା ଲୋକଙ୍କ ପାଇଁ ସୋସିଆଲ୍‌ ମିଡିଆ ଏକ ବରଦାନ ହୋଇ ଉଭାହୋଇଛି ।ଆଜି ଏହି ପ୍ଲାଟଫର୍ମ ମାଧ୍ୟମରେ ଅନେକ ଜୀବନ ବଦଳି ଯାଇଛି । ଆଜି ଦେଶର ଯୁବ ପିଢ଼ୀ ସୋସିଆଲ୍‌ ମିଡ଼ିଆରେ ଭିଡିଓ ମାଧ୍ୟମରେ ନିଜ ପ୍ରତିଭାକୁ ସମସ୍ତଙ୍କ ସାମ୍ନାକୁ ଆଣୁଛନ୍ତି, ଆଉ କିଛି ଭିଡିଓ ତ ତୁରନ୍ତ ଇଣ୍ଟରନେଟରେ ଭାଇରାଲ ହୋଇଯାଉଛି ।

ଏମିତି ଏକ ଭିଡିଓ ନିକଟରେ ସୋସିଆଲ ମିଡି଼ଆରେ ଭାଇରାଲ ହେବାରେ ଲାଗିଥିଲା । ଏହା ଏକ ଗାଁ ଝିଅର ଭିଡିଓ । ଏହି ଭିଡିଓରେ ଗାଁରେ ରହୁଥିବା ଝିଅଟି ବିଲରେ ‘ମଦର ଇଣ୍ଡିଆ’ (Mother India) ଫିଲ୍ମର ଏକ ଗୀତରେ ଜବରଦସ୍ତ ନୃତ୍ୟ କରୁଥିବା ଦେଖିବାକୁ ମିଳିଛି (girl dance in farm viral video)। ସେହି ଗୀତଟି ହେଉଛି ‘ଘୁଙ୍ଘଟ୍‌ ନେହିଁ ଖୋଲୁଙ୍ଗୀ ସୈୟାଁ ତୋରେ ଆଗେ…’ ।

ଏହା ବି ପଢ଼ନ୍ତୁ | ଏଣିକି ମର୍ଣ୍ଣିଂ ୱାକ୍ କରିବା ସାଇକେଲ୍ ଚଳେଇବା ମନା; କଟକ ଭୁବନେଶ୍ୱରରେ ଲାଗିଲା କଟକଣା

ଏହି ନୃତ୍ୟ ଭିଡିଓକୁ ଟ୍ୱିଟରରେ ଦେଖି ରାଗଗିରି ନାମକ ଜଣେ ବ୍ୟକ୍ତି ବଲିଉଡ ଅଭିନେତ୍ରୀ ମାଧୁରୀ ଦିକ୍ଷୀତଙ୍କୁ (Madhuri Dixit) ଟ୍ୟାଗ୍ କରିଥିଲେ । ବଡ଼ ପରଦାରେ ନିଜ ନୃତ୍ୟ ପାଇଁ ଜଣାଶୁଣା ମାଧୁରୀ ସେହି ଭିଡିଓ ଦେଖି ବିମୋହିତ ହୋଇଥିଲେ ।

ମାଧୁରୀ ସେହି ଭିଡିଓକୁ ରି଼୍ୱିଟ୍‌ କରି ଲେଖିଛନ୍ତି, ‘ଖୁବ୍‌ ସୁନ୍ଦର, ବାଃ! ସେ ଏତେ ସୁନ୍ଦର ନାଚୁଛି! ଅନେକ ପ୍ରତିଭା ଏବେ ବି ଆବିଷ୍କାର ହେବା ପ୍ରତୀକ୍ଷାରେ ରହିଛି ।’’

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | IPS ଅଫିସର୍ ସାଗରିକା ନାଥ କହିଲେ: ‘‘ଜଣେ ଦୃଢ଼ ମହିଳା ମୋତେ ଲାଳନ ପାଳନ କରିଥିବାରୁ ମୁଁ ଆଜି ଦୃଢ଼’’



ସେହି ଭିଡିଓଟିକୁ ଟ୍ୱିଟ୍‌ କରି ରାଗଗିରି ନାମକ ବ୍ୟକ୍ତି ଲେଖିଥିଲେ, ‘‘କୁହାଯାଏ ଯେ ନୃତ୍ୟଶିଳ୍ପୀମାନେ ଉଡ଼ିବା ପାଇଁ ଡେଣା ଦରକାର କରନ୍ତି ନାହିଁ ।ଆପଣ ଗାଁର ଏହି ଝିଅଟିକୁ ନାଚୁଥିବା ଦେଖି ଅନୁମାନ କରିପାରୁଥିବେ ସେହି କଥାରେ କେତେ ସତ୍ୟତା ଅଛି । ଐତିହାସିକ ଫିଲ୍ମ #MotherIndiaର ଚମତ୍କାର ଗୀତ ଉପରେ ଏହି ନୃତ୍ୟ ଦେଖନ୍ତୁ ।’’

ଏହା ବି ପଢ଼ନ୍ତୁ | ଝାରସୁଗୁଡ଼ାରେ ଯୁବତୀକୁ ଜଣ ବଳାତ୍କାର କଲେ; ଭିଡିଓ ଭାଇରାଲ୍ ହେବା ପରେ ଜଣେ ଧରାପଡ଼ିଲା

ମାଧୁରୀ ଦିକ୍ଷିତ ଝିଅଟିର ନୃତ୍ୟ ଦେଖି ପ୍ରଭାବିତ ହୋଇଥିଲେ । ସେ ସେହି ନୃତ୍ୟକ ରିଟ୍ୱିଟ୍‌ କରିବା ପରେ ତାହା ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହୋଇଛି । ଅନେକ ଲୋକ ଝିଅଟିର ପ୍ରତିଭାକୁ ଖୁବ୍‌ ପ୍ରଶଂସା କରୁଥିବା ଦେଖାଯାଉଛି ।



ଯଦିଓ ବିଲରେ ନାଚୁଥିବା ସେହି ଝିଅଟିର ପରିଚୟ ଏ ପର୍ଯ୍ୟନ୍ତ ଠିକ୍‌ ଭାବେ ଜଣା ପଡ଼ି ନାହିଁ, ଟ୍ୱିଟ୍‌ ଉପରେ କମେଣ୍ଟ କରି ଜଣେ ଉପଭୋକ୍ତା ଲେଖିଛନ୍ତି ଯେ ଝିଅଟିର ନାମ ପ୍ରିୟଦର୍ଶିନୀ ତ୍ୟାଗୀ ଓ ସେ ଏକ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ବି ଚଳାଏ ।
Published by: Anand ST Das
First published: February 8, 2021, 7:51 PM IST