News18 Odia Digital ପାଟନା: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତ ତ ମାତ୍ର ୩୪ ବର୍ଷ ବୟସରେ ଆତ୍ମହତ୍ୟା (Sushant Singh Rajput Suicide) କରି ଏ ଦୁନିଆରୁ ଚାଲିଗଲେ । ହେଲେ ସେହି ଖବର ବିହାରର ରାଜଧାନୀ ପାଟନାରେ (Bihar capital Patna) ଏକ ପରିବାର ପାଇଁ ଆଣିଦେଇଛି ଗଭୀର ଦୁଃଖ । ଏହି ପରିବାରର ଏକ ୧୭ ବର୍ଷୀୟା ଝିଅ ଟିଭିରେ ବାରମ୍ବାର ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଖବର ଦେଖିବା ପରେ ଆତ୍ମହତ୍ୟା କରିଛି । ସେହି ଝିଅଟିର ମା’ କହିଛନ୍ତି ଯେ ସେ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ବିଷୟରେ ଟିଭିରେ ଖବର କଭରେଜକୁ ବାରମ୍ବାର ଦେଖୁଥିଲା ଓ ଡିପ୍ରେସନରେ (depression) ଆସିଯାଇଥିଲା । ଏହି ଘଟଣା ସୋମବାର ରାତିରେ ପାଟନାରେ କଦମକୁଆଁ ଥାନା ଅନ୍ତର୍ଗତ ରାଜେନ୍ଦ୍ର ନାଗର ଅଞ୍ଚଳରେ ଘଟିଛି ବୋଲି ‘ଟାଇମ୍ସ ଅଫ୍ ଇଣ୍ଡିଆ’ର ଏକ ରିପୋର୍ଟରେ ପ୍ରକାଶ ପାଇଛି । ଇଶିକା କୁମାରୀ ନାମକ ଏହି ଝିଅଟି ବେକରେ ନିଜ ମା’ଙ୍କ ଶାଢ଼ୀ ଲଗେଇ ଆତ୍ମହତ୍ୟା କରିଛି । ନିଜ ଦଶମ ଶ୍ରେଣୀ ପରୀକ୍ଷା ଫଳକୁ ଅପେକ୍ଷା କରିଥିବା ଏହି ଝିଅଟିର ମୃତ ଦେହକୁ ପଙ୍ଖାରୁ ଝୁଲୁଥିବା ଦେଖିବା ପରେ ତାକୁ ଓହ୍ଲାଇ ପାଟନା ମେଡିକାଲ କଲେଜ ଓ ହସ୍ପିଟାଲ (Patna Medical College and Hospital, PMCH) କୁ ନିଆଯାଇଥିଲା । ସେଠାରେ ଡାକ୍ତରମାନେ ତାକୁ ମୃତ ଘୋଷଣା କରିଥିଲେ । ସୁଶାନ୍ତ ସିଂ ରାଜପୁତ ଇଶିକାର ମା‘ ଗୌରୀ ଦେବୀ କହିଛନ୍ତି ଯେ ଝିଅଟି ଦଶମ ଶ୍ରେଣୀ ପରୀକ୍ଷାରେ ଭଲ କରି ନଥିବା ଯୋଗୁଁ ଡିପ୍ରେସନରେ ଥିଲା । ମୃତ୍ୟୁ ପୂର୍ବରୁ ଇଶିକା ସୋମବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଟିଭି ଓ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଅଭିନେତା ସୁଶାନ୍ତ ରାଜପୁତଙ୍କ ଆତ୍ମହତ୍ୟା ଖବର ଦେଖୁଥିଲା । ଗୌରୀ ଦେବୀ କହିଛନ୍ତି ଯେ ସେ ତାଙ୍କ ଝିଅକୁ ଏହି ଖବର ବାରମ୍ବାର ନ ଦେଖିବା ପାଇଁ କହିଥିଲେ, କିନ୍ତୁ ସେ ତାଙ୍କ କଥା ଶୁଣି ନ ଥିଲା । ଗୌରୀ ଦେବୀ ଛାତ ଉପରକୁ ବୁଲିବାକୁ ଯାଇଥିବା ବେଳେ ଇଶିକା ନିଜ ଶୋଇବା ଘରେ ଆତ୍ମହତ୍ୟା କରିଥିଲା ବୋଲି କହିଛନ୍ତି ଜଣେ ପୋଲିସ ଅଧିକାରୀ । ‘‘ଇଶିକା ନିଜ ମା’ଙ୍କ ଶାଢ଼ୀକୁ ନିଜ ବେକରେ ବାନ୍ଧି ପଙ୍ଖାରୁ ନିଜକୁ ଲଟକେଇ ଦେଇଥିଲା । ତା’ ମା’ ଓ ପଡ଼ୋଶୀମାନେ ତାକୁ ତଳକୁ ଓହ୍ଲାଇ ଡାକ୍ତରଖାନାକୁ ନେଇଥିଲେ,’’ କହିଛନ୍ତି ପୋଲିସ୍ ଅଧିକାରୀ । ଏହା ବି ପଢ଼ନ୍ତୁ: ଫ୍ୟାକ୍ଟ ଚେକ୍: ଏହି ତି୩ଟି ମୃତ୍ୟୁକୁ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ସହ ଯୋଡ଼ାଯାଉଛି କାହିକି? ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୁମ୍ବାଇରେ ନିଜ ଘରେ ଆତ୍ମହତ୍ୟା କଲେ କାହିଁକି ଡିପ୍ରେସନରେ ଥିଲେ ସୁଶାନ୍ତ ସିଂ ରାଜପୁତ? କଥିତ ଗର୍ଲଫ୍ରେଣ୍ଡ ରିୟାଙ୍କ ସହ ପଚରାଉଚରା କରିବ ପୋଲିସ୍ ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବ ମ୍ୟାନେଜର୍ ଦିଶା ୫ ଦିନ ତଳେ ୧୨ ମହଲାରୁ ତଳକୁ ଖସି ମରିଥିଲେ ବେଶୀ ରୋଜଗାର ପାଇଁ ଏହି ୨୫ ବର୍ଷୀୟା ସୁପରକାର୍ ରେସର୍ ପର୍ଣ୍ଣ ଷ୍ଟାର୍ ହୋଇ ଭାରି ଖୁସି ଅଛନ୍ତି ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍ ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍ ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍ ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେ ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ! କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’ ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ ‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା