ନିଲାମ ହେବ ମୋଦିଙ୍କୁ ମିଳିଥିବା ଉପହାର; ସେପ୍ଟେମ୍ବର ୧୭ରୁ ଆରମ୍ଭ ହେବ ପ୍ରକ୍ରିୟା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦିଆଯାଇଥିବା ଉପହାର ଏବଂ ସ୍ମୃତିର ଇ-ନିଲାମ ସେପ୍ଟେମ୍ବର ୧୭ ତାରିଖ ତଥା ତାଙ୍କ ଜନ୍ମଦିନରୁ ଆରମ୍ଭ ହେବ। ଏହା ଅକ୍ଟୋବର ୨ ପର୍ଯ୍ୟନ୍ତ ଚାଲିବ।

 ନିଲାମ ହେବ ମୋଦିଙ୍କୁ ମିଳିଥିବା ଉପହାର

ନିଲାମ ହେବ ମୋଦିଙ୍କୁ ମିଳିଥିବା ଉପହାର

  • News18 Odia
  • Last Updated :
  • Share this:
News 18 Odia Digital

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦିଆଯାଇଥିବା ଉପହାର ଏବଂ ସ୍ମୃତିର ଇ-ନିଲାମ ସେପ୍ଟେମ୍ବର ୧୭ ତାଙ୍କ ଜନ୍ମଦିନରୁ ଆରମ୍ଭ ହେବ। ଏହା ଅକ୍ଟୋବର ୨ ପର୍ଯ୍ୟନ୍ତ ଚାଲିବ । ବର୍ଷ ବର୍ଷ ଧରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟାଳୟ ଦେଶର ବିଭିନ୍ନ କୋଣ ଅନୁକୋଣରୁ ବିଶିଷ୍ଟ ବ୍ୟକ୍ତିତ୍ୱ ତଥା ଶୁଭେଚ୍ଛୁମାନଙ୍କଠାରୁ ଅସଂଖ୍ୟ ସ୍ମୃତି ଏବଂ ଉପହାର ଗ୍ରହଣ କରିଛନ୍ତି । ପ୍ରେମର ଐତିହାସିକ ଉପହାରଗୁଡ଼ିକରେ ସୂକ୍ଷ୍ମ ଚିତ୍ର, ମୂର୍ତ୍ତି, ହସ୍ତତନ୍ତ ଏବଂ ଲୋକକଳା ଅନ୍ତର୍ଭୁକ୍ତ ରହିଛି ।





ପ୍ରଧାନମନ୍ତ୍ରୀଙ୍କୁ ମିଳିଥିବା ୧୨୦୦ ଉପହାର ଏବଂ ସ୍ମୃତି ନିଲାମ କରାଯିବ। ଏହି ୧୨୦୦ ଉପହାର ମଧ୍ୟରେ ଆକର୍ଷଣର କେନ୍ଦ୍ର ହେଉଛି ଅଯୋଧ୍ୟାରେ ଥିବା ଶ୍ରୀ ରାମ ମନ୍ଦିର ଏବଂ ବାରାଣାସୀର କାଶୀ-ବିଶ୍ୱନାଥ ମନ୍ଦିରର ମଡେଲ । ଏହି ଉପହାରଗୁଡ଼ିକ ନୂଆଦିଲ୍ଲୀର ନ୍ୟାସନାଲ ଗ୍ୟାଲେରୀ ଅଫ୍ ମଡର୍ନ ଆର୍ଟରେ ନିଲାମ ହେବ। କମନୱେଲଥ ଗେମ୍ସ, ବଧିର ଅଲମ୍ପିକ୍ସ ଏବଂ ଥୋମାସ କପ ଚାମ୍ପିଅନସିପ ଇତ୍ୟାଦିରେ ଟିମ ଇଣ୍ଡିଆ ପକ୍ଷରୁ ପିଏମ ମୋଦି ଗ୍ରହଣ କରିଥିବା ଉପହାରଗୁଡ଼ିକ ମଧ୍ୟ ଏଠାରେ ଅଛି ।

ଆପଣଙ୍କୁ କହିବୁ ଯେ ଏହା ହେଉଛି ନିଲାମର ଚତୁର୍ଥ ସିରିଜ୍ । ଜାନୁଆରୀ ୨୦୧୯ ରେ ନିଲାମ ଆରମ୍ଭ ହୋଇଥିଲା । ନିଲାମ ମାଧ୍ୟମରେ ସଂଗୃହୀତ ଅର୍ଥ ରାଶି ନମାମି ଗଙ୍ଗେ କାର୍ଯ୍ୟକ୍ରମରେ ବ୍ୟବହାର ହେବ । ଏହି ନିଲାମ ଅନଲାଇନ୍ ହେବ । ଲୋକମାନେ https://pmmementos.gov.in/ ଲିଙ୍କରେ କ୍ଲିକ୍ କରି ନିଲାମରେ ଅଂଶଗ୍ରହଣ କରିପାରିବେ ।
Published by:Sujit Swain
First published: