'ଭାରତ ଯୋଡ଼' ପୂର୍ବରୁ 'କଂଗ୍ରେସ ଯୋଡ଼' ଅଭିଯାନ କରିବା ଜରୁରୀ: ଗୁଲାମ ନବୀ ଆଜାଦ

'ଭାରତ ଯୋଡ ଯାତ୍ରା' ଆରମ୍ଭ କରିବା ପୂର୍ବରୁ ଦଳ ସାରା ଦେଶରେ 'କଂଗ୍ରେସ ଯୋଡ ଯାତ୍ରା' ଆରମ୍ଭ କରିବା ଉଚିତ୍: ଗୁଲାମ ନବୀ ଆଜାଦ

ଗୁଲାମ ନବୀ ଆଜାଦ (ପ୍ରତୀକାତ୍ମକ ଛବି)

ଗୁଲାମ ନବୀ ଆଜାଦ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ନୂଆ ଦିଲ୍ଲୀ: ଭେଟେରାନ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ ଶୁକ୍ରବାର ଦିନ ସମସ୍ତ ଦଳ ପଦରୁ ଇସ୍ତଫା ଦେଇଛନ୍ତି। ବର୍ତ୍ତମାନ ସେ କଂଗ୍ରେସ ଠାରୁ ସମ୍ପୂର୍ଣ୍ଣ ଅଲଗା ହୋଇପାରିଛନ୍ତି, କିନ୍ତୁ ଇସ୍ତଫା ସମୟରେ ସେ ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରିଛନ୍ତି।

ଗୁଲାମ ନବୀ କହିଛନ୍ତି ଦେଶ ପାଇଁ କ’ଣ ଠିକ୍ ଓ ଦଳର ସୁରକ୍ଷା ପାଇଁ କଂଗ୍ରେସ କିପରି ସଂଘର୍ଷ କରିବ, ଏହି ଇଚ୍ଛା ଓ ଦକ୍ଷତା ନଷ୍ଟ ହୋଇଯାଇଛି। 'ଭାରତ ଯୋଡ ଯାତ୍ରା' ଆରମ୍ଭ କରିବା ପୂର୍ବରୁ ଦଳ ସାରା ଦେଶରେ 'କଂଗ୍ରେସ ଯୋଡ ଯାତ୍ରା' କରିବା ଉଚିତ୍। ଆଜାଦ କଂଗ୍ରେସ ବାହାରେ ଏକ ସମ୍ଭାବ୍ୟ ଭବିଷ୍ୟତ ବିଷୟରେ ସୂଚନା ଦେଇଛନ୍ତି। ସେ ଚିଠିରେ ଲେଖିଛନ୍ତି ଯେ ମୋର କିଛି ସହକର୍ମୀ ଓ ମୁଁ ସେହି ଆଦର୍ଶକୁ ସମର୍ଥନ କରିବାକୁ ସଂକଳ୍ପବଦ୍ଧ, ଯେଉଁଥିରେ ଆମେ ଆମର ଜୀବନକୁ କଂଗ୍ରେସକୁ ଉତ୍ସର୍ଗ କରିଥିଲୁ।

ଲାମ ନବୀ ଆଜାଦ କଂଗ୍ରେସ ଦଳ ଛାଡ଼ିଛନ୍ତି। ସେ କଂଗ୍ରେସର ପ୍ରାଥମିକ ସଦସ୍ୟତାରୁ ମଧ୍ୟ ଇସ୍ତଫା ଦେଇଛନ୍ତି। ଗୁଲାବ ନବୀ ଆଜାଦ ଇସ୍ତଫା ବାବଦରେ ସୋନିଆ ଗାନ୍ଧିଙ୍କୁ ପାଞ୍ଚ ପୃଷ୍ଠାର ଚିଠି ଲେଖିଛନ୍ତି। ଆଜାଦ ରାହୁଲ ଗାନ୍ଧି ଓ ସୋନିଆ ଗାନ୍ଧିଙ୍କ ବିରୋଧରେ ଗୁରୁତର ଅଭିଯୋଗ ମଧ୍ୟ ଆଣିଛନ୍ତି।
Published by:Soumya Das
First published: