News 18 Odia Digital
ନୂଆଦିଲ୍ଲୀ; କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ଦଳରୁ ଇସ୍ତଫା ଦେଇଛନ୍ତି । ଏହା ପଛର କାରଣ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ। ପୂର୍ବରୁ ଜାମ୍ମୁରେ ତାଙ୍କୁ ଯେଉଁ ଦାୟିତ୍ଵ ଦଳ ଦେଇଥିଲା ସେ ସେଥିରୁ ଇସ୍ତଫା ଦେଇସାରିଥିଲେ ।
ତେବେ ଏହି ଭେଟେରାନ କଂଗ୍ରେସ ନେତା ଆଜି ସମସ୍ତ ଦଳର ପଦରୁ ଇସ୍ତଫା ଦେଇଛନ୍ତି । ସେ ଦୀର୍ଘ ଦିନ ଧରି ଦଳ ଉପରେ ରାଗିଥିବା କୁହାଯାଉଛି। କଂଗ୍ରେସ ତାଙ୍କୁ ରାଜ୍ୟସଭାକୁ ପଠାଇ ନଥିଲା । କିଛି ଦିନ ପୂର୍ବରୁ ଆଜାଦ କାଶ୍ମୀରରେ ଦଳର ପ୍ରଚାର କମିଟିରୁ ଇସ୍ତଫା ଦେଇଥିଲେ । ସୋନିଆ ଗାନ୍ଧିଙ୍କୁ ତାଙ୍କ ଇସ୍ତଫା ପତ୍ରରେ ଆଜାଦ ଦଳର ପ୍ରାଥମିକ ସଦସ୍ୟତା ସମେତ ସମସ୍ତ ପଦବୀରୁ ଇସ୍ତଫା ଦେଇଛନ୍ତି ।
କଂଗ୍ରେସରୁ 'ମୁକ୍ତ' ହେଲେ ଗୁଲାମ
ଗୁଲାମ ନବୀ ଆଜାଦ ଦୀର୍ଘ ଦିନ ଧରି ଦଳ ଉପରେ କ୍ରୋଧିତ ଥିଲେ। କଂଗ୍ରେସର ଜି -23 ବିଦ୍ରୋହୀ ଗୋଷ୍ଠୀର ଜଣେ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ଆଜାଦ ସୋନିଆ ଗାନ୍ଧିଙ୍କୁ କଂଗ୍ରେସରେ ପରିବର୍ତ୍ତନ ସମ୍ପର୍କରେ ଏକ ଚିଠି ଲେଖିଥିଲେ। ଏହି ଚିଠି ପରେ ବହୁତ ଝାମେଲା ହୋଇଥିଲା ।
ସୋନିଆଙ୍କୁ ଲେଖିଥିବା ଚିଠିରେ ନେହୁର, ସଞ୍ଜୟଙ୍କ ବିଷୟରେ ଉଲ୍ଲେଖ କରିଥିଲେସୋନିଆ ଗାନ୍ଧିଙ୍କୁ ଲେଖିଥିବା ଚିଠିରେ ଆଜାଦ କଂଗ୍ରେସରେ ଯୋଗଦେବା ବିଷୟରେ ଉଲ୍ଲେଖ କରିଛନ୍ତି। ସେ ଲେଖିଛନ୍ତି ଯେ ତାଙ୍କ ଛାତ୍ର ଜୀବନରୁ ମହାତ୍ମା ଗାନ୍ଧି, ପଣ୍ଡିତ ଜବାହରଲାଲ ନେହେରୁ, ସର୍ଦ୍ଦାର ପଟେଲ, ମୌଲାନା ଅବୁଲ କଲାମ ଆଜାଦ, ସୁଭାଷ ଚନ୍ଦ୍ର ବୋଷ ଏବଂ ଅନ୍ୟାନ୍ୟ ସ୍ୱାଧୀନତା ସଂଗ୍ରାମୀଙ୍କ ଦ୍ଵାରା ସେ ପ୍ରଭାବିତ ହୋଇଥିଲେ । ସେ ଲେଖିଛନ୍ତି ଯେ ୧୯୭୫- ୭୬ ମସିହାରେ ସଞ୍ଜୟ ଗାନ୍ଧିଙ୍କ ଅନୁରୋଧ କ୍ରମେ ସେ ଜାମ୍ମୁ କାଶ୍ମୀର ଯୁବ କଂଗ୍ରେସର ସଭାପତି ଭାବରେ ଦାୟିତ୍ଵ ଗ୍ରହଣ କରିଥିଲେ। ଆଜାଦ ଲେଖିଛନ୍ତି ଯେ ସେ କୌଣସି ସ୍ୱାର୍ଥ ବିନା ଦଶନ୍ଧି ଧରି ଦଳର ସେବା କରିଛନ୍ତି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।