ଗାଜିପୁରର ଗଙ୍ଗା ନଦୀରେ ଭାସୁଛି ଡର୍ଜନରୁ ଅଧିକ ଶବ
News18 Odia Digital
ଗାଜିପୁର: ବିହାରର ବକ୍ସର ପରେ ଗାଜିପୁରରେ (Ghazipur) ଗଙ୍ଗା ନଦୀରେ ଡ଼ର୍ଜନରୁ ଅଧିକ ଶବ (Dead Bodies in Ganga River) ଭାସୁଥିବା ଦେଖିବାକୁ ମିଳିଛି । ଜିଲ୍ଲାର ଗହମାର ପୋଲିସ ଷ୍ଟେସନ ପରିସରରେ ଥିବା ନାରଭା, ସୋଜୱା ଓ ବୁଲାକିଡାସ୍ ବାବା ଘାଟରେ ଡର୍ଜନରୁ ଅଧିକ ଶବ ମିଳିଛି । ଏହା ବ୍ୟତୀତ କରଣ୍ଡା ଅଞ୍ଚଳର ଅନେକ ଘାଟରେ ନଦୀରେ ଶବ ପଡ଼ିଥିବାର ଦେଖିବାକୁ ମିଳିଛି । ଗଙ୍ଗା କୂଳରେ ଶବ ଭାସୁଥିବା ଯୋଗୁଁ ଗ୍ରାମବାସୀଙ୍କ ମଧ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଛି । ଶବ ଗୁଡିକ କରୋନା ସଂକ୍ରମିତ ହୋଇଥିବାର ଗ୍ରାମବାସୀମାନେ ଆଶଙ୍କା କରୁଛନ୍ତି । ଅନ୍ୟପକ୍ଷରେ ଏହି ବିଷୟରେ ଡିଏମ୍ ସୂଚନା ପାଇ ଏହାର ଯାଞ୍ଚ ପାଇଁ ଏକ ଟିମ୍ ଗଠନ କରିଛନ୍ତି ।
ଗାଜୀପୁର ଡିଏମ ଏମପି ସିଂ କହିଛନ୍ତି, "ଘଟଣା ସମ୍ପର୍କରେ ସୂଚନା ମିଳିଛି । ଆମ ଅଧିକାରୀମାନେ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି ଓ ତଦନ୍ତ ଚାଲିଛି । ଆମେ ଜାଣିବାକୁ ଚେଷ୍ଟା କରୁଛୁ ଏହି ଶବଗୁଡ଼ିକ କେଉଁଠାରୁ ଆସିଛି । ଏଥିପାଇଁ ଦଳ ଗଠନ କରାଯାଇଛି ।"
ସୂଚନାଯୋଗ୍ୟ ଯେ ଗାଜିପୁରର ଗହମାର ଗ୍ରାମ ବିହାରର ବକ୍ସାର ଜିଲ୍ଲା ସହିତ ଲାଗି ରହିଛି । ଗଙ୍ଗା ନଦୀ ଗହମାର ଦେଇ ବିହାରରେ ପ୍ରବେଶ କରେ । ସୋମବାର ଶବ ମିଳିବା ପରେ ବକ୍ସାର ଜିଲ୍ଲାର ଚାଉସା ଅଞ୍ଚଳର ମହାଦେବ ଘାଟରେ ଉତ୍ତେଜନା ଦେଖା ଦେଇଥିଲା । ଏହି ଶବଗୁଡ଼ିକ ୟୁପିରୁ ଆସିଛି ବୋଲି ଚାଉସା ଜିଲ୍ଲା ପ୍ରଶାସନ ସନ୍ଦେହ କରୁଛି ।
ହମିରପୁରର ଯମୁନା ନଦୀରେ ଭାସୁଥିବା ଦେଖିବାକୁ ମିଳିଥିଲା ଶବ
ଏହାପୂର୍ବରୁ ହମିରପୁର ଜିଲ୍ଲା ଦେଇ ପ୍ରବାହିତ ଯମୁନା ନଦୀରେ ଡ଼ର୍ଜନରୁ ଅଧିକ ଶବ ମିଳିଥିଲା । ଏହା ପରେ ଏହାକୁ କୋଭିଡ -୧୯ ରୁ ପ୍ରାଣ ହରାଇଥିବା ଲୋକଙ୍କ ଶବ ମଧ୍ୟ ସନ୍ଦେହ କରାଯାଉଥିଲା । ତେବେ ପରେ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିଥିଲେ । ଜିଲ୍ଲା ମାଜିଷ୍ଟ୍ରେଟ୍ ଧନେଶ୍ୱର ତ୍ରିପାଠୀ କହିଛନ୍ତି, "କରୋନା ସଂକ୍ରମିତ ଶରୀର ପ୍ୟାକ୍ ହେଉଛି, କିନ୍ତୁ ଶବ ଉପରେ ସେପରି କିଛି ନାହିଁ ।"
Published by:Jagdish Barik
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।