ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ଭେଜ ବଦଳରେ ଭୁଲରେ ପଠାଇଦେଲେ ନନ୍-ଭେଜ୍ ପିଜା; ମହିଳା କ୍ଷତିପୂରଣ ମାଗିଲେ ୧ କୋଟି ଟଙ୍କା

ଭେଜ ବଦଳରେ ଭୁଲରେ ପଠାଇଦେଲେ ନନ୍-ଭେଜ୍ ପିଜା; ମହିଳା କ୍ଷତିପୂରଣ ମାଗିଲେ ୧ କୋଟି ଟଙ୍କା

ମହିଳା ଜଣକ ଭେଜ୍ ପିଜା ଅର୍ଡର କରିଥିଲେ କିନ୍ତୁ ତାଙ୍କୁ ଭୁଲରେ ନନ୍-ଭେଜ ପିଜା ଚାଲି ଯାଇଥିଲା । ମହିଳା ଜଣକ ଏଥିରେ ବିରକ୍ତ ହୋଇ ପିଜା କମ୍ପାନୀ ବିରୋଧରେ କଞ୍ଜ୍ୟୁମର ଫୋରମ ପହଞ୍ଚି ଯାଇଛନ୍ତି ଓ ବର୍ତ୍ତମାନ ସେ କମ୍ପାନୀଠାରୁ ୧ କୋଟି ଟଙ୍କାର କ୍ଷତିପୂରଣ ଦାବି କରିଛନ୍ତି ।

ଭେଜ ବଦଳରେ ଭୁଲରେ ପଠାଇଦେଲେ ନନ୍-ଭେଜ୍ ପିଜା; ମହିଳା କ୍ଷତିପୂରଣ ମାଗିଲେ ୧ କୋଟି ଟଙ୍କା
ଭେଜ ବଦଳରେ ଭୁଲରେ କମ୍ପାନୀ ପଠାଇଦେଲେ ନନ୍-ଭେଜ୍ ପିଜା
  • News18 Odia
  • Last Updated: March 14, 2021, 1:49 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
ନୂଆ ଦିଲ୍ଲୀ: ଆମେରିକୀୟ ପିଜା କମ୍ପାନୀର (American pizza company) ଭୁଲ ଡେଲିଭରି ଯୋଗୁଁ ଏତେ ବଡ଼ ଝଟକା ଲାଗିଛି ଯେ ମହିଳା ଜଣକ କମ୍ପାନୀ ଉପରେ ଏକ କୋଟି ଟଙ୍କା କ୍ଷତିପୂରଣ (Compensation) ଦେବାକୁ ଦାବି କରିଛନ୍ତି । ପ୍ରକୃତରେ ମହିଳା ଜଣକ ଭେଜ୍ ପିଜା (veg pizza) ଅର୍ଡର କରିଥିଲେ କିନ୍ତୁ ତାଙ୍କୁ ଭୁଲରେ ନନ୍-ଭେଜ୍ ପିଜା ଚାଲି ଯାଇଥିଲା । ମହିଳା ଜଣକ ଏଥିରେ  ବିରକ୍ତ ହୋଇ ଏହି ଆମେରିକୀୟ କମ୍ପାନୀ ବିରୋଧରେ କଞ୍ଜ୍ୟୁମର ଫୋରମ (Consumer Forum) ପହଞ୍ଚି ଯାଇଛନ୍ତି । ମହିଳା ଜଣକ ବର୍ତ୍ତମାନ କମ୍ପାନୀରୁ ୧ କୋଟି ଟଙ୍କାରୁ କ୍ଷତିପୂରଣ ଦାବି କରିଛନ୍ତି ।

ଉତ୍ତର ପ୍ରଦେଶର ଗାଜିଆବାଦର ଦୀପାଲି ତ୍ୟାଗୀ ୨୧ ମାର୍ଚ୍ଚ ୨୦୧୯ ରେ ଏକ ଆମେରିକୀୟ ରେଷ୍ଟୁରାଣ୍ଟରୁ ଏକ ଭେଜ୍ ପିଜା ଅର୍ଡର କରିଥିଲେ । ତେବେ କମ୍ପାନୀ ତାଙ୍କ ଘରକୁ ପଠାଇଥିବା ପିଜା ନନ୍-ଭେଜ୍ ବାହାରିଥିଲା । ଦୀପାଲି ଏହାକୁ ନେଇ କଞ୍ଜ୍ୟୁମର ଫୋରମରେ ଏକ ମାମଲା ଦାୟର କରିଛନ୍ତି । ଦୀପାଲି କହିଛନ୍ତି ଯେ ସେ ପାରିବାରିକ ଓ ଧାର୍ମିକ ବିଶ୍ୱାସି, ତାଙ୍କର ପସନ୍ଦ ଓ ବିବେକ ଦ୍ୱାରା ସେ ଶାକାହାରୀ ।

ଉତ୍ତର ପ୍ରଦେଶର ଗାଜିଆବାଦର (Ghaziabad) ଦୀପାଲି ତ୍ୟାଗୀ କହିଛନ୍ତି ଯେ ୨୦୧୯ ମସିହାରେ ସେ ହୋଲି ଦିନ ଏହି ଅର୍ଡର କରିଥିଲେ । ସେ କହିଛନ୍ତି ଯେ ହୋଲିର ସ୍ୱତନ୍ତ୍ର ଅବସରରେ ପିଜା କମ୍ପାନୀ ଦ୍ୱାରା କରାଯାଇଥିବା କାର୍ଯ୍ୟ ଯୋଗୁଁ ତାଙ୍କର ଧାର୍ମିକ ଭାବନାକୁ ଆଘାତ ଲାଗିଛି । ସେ କହିଥିଲେ ଯେ ହୋଲି ଦିନ ଯେତେବେଳେ ଆମେ ସମସ୍ତେ ହୋଲି ପରେ ପିଜା ଖାଇବାକୁ ବସିଥିଲୁ, ସେତେବେଳ ପ୍ରଥମ କାମୁଡ଼ିବା ମାତ୍ରେ ଏହା ଆମେ ଜାଣିବାକୁ ପାଇଲୁ ଯେ ଏହା ନନ୍-ଭେଜ୍ ପିଜା ଅଟେ । ସେ ମସ୍ରୁମକୁ ଧ୍ୟାନରେ ରଖି ପିଜା ଅର୍ଡର ଦେଇଥିଲେ, କିନ୍ତୁ ଡେଲିଭରି ହୋଇଥିବା ପିଜାରେ ମାଂସ ଖଣ୍ଡ ରହିଥିଲା ।

'ଧାର୍ମିକ ଭାବନାକୁ ପହଁଞ୍ଚାଇଛି ଆଘାତ'
ମହିଳାଙ୍କ ଓକିଲ ଫରହର ବାରସି ଗ୍ରାହକ ଫୋରମରେ ଅଭିଯୋଗ କରିଛନ୍ତି ଯେ ତାଙ୍କ କ୍ଲାଇଣ୍ଟ ଏ ବିଷୟରେ ପିଜା କମ୍ପାନୀ ନିକଟରେ ଅଭିଯୋଗ କରିଥିଲେ । କିନ୍ତୁ କମ୍ପାନୀ ଏହି ପ୍ରସଙ୍ଗକୁ ଅତି ହାଲୁକା ଭାବରେ ନେଇଥିଲା । ୨୬ ମାର୍ଚ୍ଚ ୨୦୧୯ ରେ କମ୍ପାନୀର ଜଣେ ମ୍ୟାନେଜର ତାଙ୍କୁ ଫୋନ୍ କରି ସମଗ୍ର ପରିବାର ପାଇଁ ମାଗଣାରେ ଭେଜ୍ ପିଜା ପଠାଇବାକୁ ପ୍ରସ୍ତାବ ଦେଇଥିଲେ । ଏହା ଉପରେ ପୀଡିତା କହିଛନ୍ତି ଯେ ଏହା ଏକ ସାଧାରଣ ମାମଲା ନୁହେଁ । ଆମର ଧାର୍ମିକ ଭାବନା କ୍ଷତିଗ୍ରସ୍ତ ହୋଇଛି । ମାମଲାର ପରବର୍ତ୍ତୀ ଶୁଣାଣି ୧୭ ମାର୍ଚ୍ଚରେ ହେବ ।
Published by: Jagdish Barik
First published: March 14, 2021, 1:40 PM IST