ଜିଓମାର୍ଟ ସହିତ ଚଳିତ ପାର୍ବଣ ଋତୁରେ ତ୍ୟୋହାର ରେଡି୍ ସେଲ୍ ପାଇଁ ପ୍ରସ୍ତୁତ ହୁଅନ୍ତୁ

ଏହି ମାସ ବ୍ୟାପୀ ପାର୍ବଣ ଉତ୍ସବ ୨୩ ସେପ୍ଟେମ୍ବର ୨୦୨୨ ଠାରୁ ଆରମ୍ଭ ହୋଇଛି ଏବଂ ଏଥିରେ ଦୁଇଟି ସେଲ୍ ଇଭେଂଟ ରହିଛି ଯଥା ‘ତ୍ୟୋହାର ରେଡି ସେଲ୍‌’ ଓ ‘ବେଷ୍ଟିଭାଲ୍ ସେଲ୍‌’ । ଏଥିରେ ବିଭିନ୍ନ ବର୍ଗରେ ୮୦% ପର୍ଯ୍ୟନ୍ତ ରିହାତି ସହିତ ବିଭିନ୍ନ ଅଫର ପ୍ରଦାନ କରାଯାଉଛି ।

ଜିଓ ମାର୍ଟ ସହିତ ଚଳିତ ପାର୍ବଣ ଋତୁରେ ତ୍ୟୋହାର ରେଡି୍ ସେଲ୍ ପାଇଁ ପ୍ରସ୍ତୁତ ହୁଅନ୍ତୁ

ଜିଓ ମାର୍ଟ ସହିତ ଚଳିତ ପାର୍ବଣ ଋତୁରେ ତ୍ୟୋହାର ରେଡି୍ ସେଲ୍ ପାଇଁ ପ୍ରସ୍ତୁତ ହୁଅନ୍ତୁ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ମୁମ୍ବାଇ: ରିଲାଏନ୍ସ ରିଟେଲର ଜିଓମାର୍ଟ, ଭାରତର ଏକ ଅଗ୍ରଣୀ ଇ-ମାର୍କେଟପ୍ଲେସ, ଆଜି ଆଗାମୀ ପାର୍ବଣ ଋତୁ ପାଇଁ ମାସବ୍ୟାପୀ ପାର୍ବଣ ଉତ୍ସବର ଘୋଷଣା କରିଛି । ଏହି ପାର୍ବଣ ଋତୁ ବିକ୍ରୟ ୨୩ ସେପ୍ଟେମ୍ବର ୨୦୨୨ ଠାରୁ ଆରମ୍ଭ ହୋଇଛି ଓ ଏହା ଅକ୍ଟୋବର ୨୩, ୨୦୨୨ ପର୍ଯ୍ୟନ୍ତ ଚାଲୁ ରହିବ । ଏହି ସମୟରେ ଜିଓ ମାର୍ଟ ଦୁଇଟି ସେଲର ଆୟୋଜନ କରୁଛି : ‘ତ୍ୟୋହାର ରେଡି ସେଲ୍‌’ ଓ ‘ବେଷ୍ଟିଭାଲ୍ ସେଲ୍‌’ । ଗ୍ରାହକମାନେ ଜିଓମାର୍ଟରେ ଗ୍ରୋସେରି ସହିତ ଇଲେକ୍‌ଟ୍ରୋନିକ୍‌ସ, ହୋମ୍ ଓ କିଚେନ୍‌, ଫେସନ ଓ ଲାଇଫ୍‌ଷ୍ଟାଇଲ୍‌, ସୌନ୍ଦର୍ଯ୍ୟ, ଏଫଏମସିଜି ଓ କଞ୍ଜୁମର ଓୟରେବଲ୍‌ସ ଉପରେ ୮୦% ପର୍ଯ୍ୟନ୍ତ ସଂଚୟ କରିପାରିବେ । ଜିଓମାର୍ଟ ଏହାର ସମସ୍ତ ଗ୍ରାହକମାନଙ୍କ ପାଇଁ ୱାନ-ଷ୍ଟପ୍ ଦୋକାନରେ ପରିଣତ ହୋଇଛି । ଏଠାରୁ ଆପଣ ଦୀପାବଳି ଠାରୁ ଆରମ୍ଭ କରି ଖାଦ୍ୟ ଏବଂ ଫେସନର ସମସ୍ତ ସାମଗ୍ରୀ ଗୋଟିଏ ସ୍ଥାନରେ ପାଇପାରିବେ । ଏହି ମାସ ବ୍ୟାପିଂ ସପିଂ ଉତ୍ସବ ସମୟରେ ଜିଓମାର୍ଟ ଏହାର ଗ୍ରାହକମାନଙ୍କୁ ଏସବିଆଇ (ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ) (ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ) ଡେବିଟ୍ କାର୍ଡ଼ରେ ଅତିରିକ୍ତ ଅଫର ପ୍ରଦାନ କରୁଛି ।

ଗ୍ରାହକମାନେ ଏହି ଆପରେ ଲିମିଟେଡ୍ ଅବଧିର ‘ଫ୍ଲାସ ଡିଲ୍‌’ର ସୁବିଧା ମଧ୍ୟ ପାଇପାରିବେ । ଆକର୍ଷଣୀୟ ଡିଲ୍ କଞ୍ଜୁମର ଡ୍ୟୁରେବଲ୍ ଓ ଇଲେକ୍‌ଟ୍ରୋନିକ୍‌ସ ଉପକରଣ ଯଥା ଲାପଟପ୍‌, ସ୍ମାର୍ଟୱାଚ, ସ୍ମାର୍ଟ ଏଚଡି ଟିଭି, ସ୍ମାର୍ଟଫୋନ୍‌, ମୋବାଇଲ୍ ଆକ୍‌ସେସୋରିଜ୍ ଇତ୍ୟାଦିରେ ଉପଲବ୍ଧ ହୋଇପାରିବ । ଏହା ସହିତ ବ୍ରାଣ୍ଡେଡ୍ ଉତ୍ପାଦ ଓ ରିଲାଏନ୍‌ସ ରିଟେଲର ନିଜସ୍ୱ ବ୍ରାଣ୍ଡ ଯଥା ରିଲାଏନ୍‌ସ ଡିଜିଟାଲ୍‌, ରିଲାଏନସ ଟ୍ରେଣ୍ଡ୍ ଓ ଏହିପରିରେ ଅତିରିକ୍ତ ଅଫରର ସୁବିଧା ମଧ୍ୟ ରହିଛି ।

ଜିଓମାର୍ଟ ପ୍ରଥମ ଥର ପାଇଁ ଚଳିତ ପାର୍ବଣ ଋତୁରେ ପାରମ୍ପରିକ କଳାକାର ଓ ବୁଣାକାରମାନଙ୍କୁ ସାମିଲ୍ କରିଛି ଯଦ୍ୱାରା ସେମାନଙ୍କର ଜୀବିକା ନିର୍ବାହ ମାନରେ ଉନ୍ନତି ଆସିବା ସହିତ ସାରା ଭାରତରେ ସ୍ଥାନୀୟ କଳାକାରମାନଙ୍କର ଆର୍ଥିକ ଅବସ୍ଥାରେ ଉନ୍ନତି ଆସିପାରିବ । ଏହିସବୁ କାରିଗରମାନଙ୍କର ବ୍ୟାପକଶ୍ରେଣୀୟ ଅଭିନବ ହାତ ତିଆରି କଳାକୃତି ଜିଓମାର୍ଟରେ ଉପଲବ୍ଧ ହେବ । ଏଥିରେ ରହିଛି ଚମଡ଼ା ଜୋତା, ବେଙ୍ଗଲି ହ୍ୟାଣ୍ଡଲୁମ୍ ଶାଢ଼ୀ ଓ ଆକର୍ଷଣୀୟ ହାତତିଆରି ସମ୍ବଲପୁରି ଶାଢ଼ୀ, ଫୁଲକାରି, ଚିକାନକାରି, ପାରମ୍ପରିକ ଗହଣା ଇତ୍ୟାଦି ଯାହାଦ୍ୱାରା ଗ୍ରାହକମାନେ ପାର୍ବଣଋତୁର ଏକ ସ୍ୱତନ୍ତ୍ର ଅନୁଭବ ଲାଭ କରିପାରିବେ ।

ଏହି ଘୋଷଣା ସମ୍ପର୍କରେ ସୂଚନା ପ୍ରଦାନ କରି, ଶ୍ରୀଯୁକ୍ତ ସନ୍ଦୀପ ଭରଗାଂଟି, ସିଇଓ, ଜିଓମାର୍ଟ କହିଛନ୍ତି ଯେ, “ଏକ ସର୍ବବୃହତ୍ ମଲ୍‌ଟିଚ୍ୟାନେଲ୍ ଘରୋଇ ଭାବରେ ବିକଶିତ ଇ-ମାର୍କେଟ୍ ପ୍ଲେସ ଭାବରେ, ସ୍ଥାନୀୟ ଦୋକାନ, କିରାନା, ଏସଏମବି (କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟ), ଏମଏସଏମଇ, ସ୍ଥାନୀୟ କାରିଗର ଓ ମହିଳା ଉଦ୍ୟୋଗୀମାନଙ୍କୁ ସଶକ୍ତ କରି ଆମେ ଡିଜିଟାଲ୍ ରିଟେଲ ଇକୋସିଷ୍ଟମକୁ ସଶକ୍ତ କରିବାର ଲକ୍ଷ୍ୟ ରଖିଛୁ । ଏହି ଲକ୍ଷ୍ୟକୁ ପୂରଣ କରିବା ପାଇଁ, ଆମେ ବିକ୍ରେତା ଓ ସ୍ଥାନୀୟ କଳାକାରମାନଙ୍କୁ ଆମର ଇ-କମର୍ସ ସ୍ଥାନରେ ସାମିଲ୍ କରିଛୁ । ଆମେ ମଧ୍ୟ ବିଭିନ୍ନ ସେଗମେଂଟରେ ବର୍ଗ ଗୁଡ଼ିକୁ ସଂପ୍ରସାରିତ କରିଛୁ ଓ ଗତ ବର୍ଷ ତୁଳନାରେ ଏସକେୟୁ ର ସଂଖ୍ୟାକୁ ୮୦ ଗୁଣା ବୃଦ୍ଧା କରିଛୁ । ଆମେ ନିକଟରେ ଶୁଭାରମ୍ଭ କରିଥିବା ଜିଓ-ମାର୍ଟ ହ୍ୱାଟସଆପ୍ ଅର୍ଡ଼ର ସୁବିଧାକୁ ଗ୍ରାହକମାନେ ବହୁତ ପସନ୍ଦ କରିଛନ୍ତି । ଆମର ଆତ୍ମବିଶ୍ୱାସ ରହିଛି ଯେ ଆଗାମୀ ପାର୍ବଣ ଋତୁ ସମୟରେ, ଆମେ ଆମର ବିକ୍ରେତା ଓ ଗ୍ରାହକମାନଙ୍କ ସହିତ ଆମର ସମ୍ପର୍କକୁ ଜିଓମାର୍ଟ ସହାୟତାରେ ଆହୁରି ମଜବୁତ୍ କରିବାରେ ସକ୍ଷମ ହୋଇପାରିବୁ ।

ଆମେ ଆମର ପହଂଚକୁ ଦେଶର ସବୁ ସ୍ଥାନକୁ ସଂପ୍ରସାରିତ କରିବୁ ଓ ଆମର ଷ୍ଟୋର ଯଥା ରିଲାଏନ୍‌ସ ସ୍ମାର୍ଟ, ରିଲାଏନ୍‌ସ ଟ୍ରେଣ୍ଡ୍‌ସ, ରିଲାଏନ୍‌ସ ଡିଜିଟାଲ ଇତ୍ୟାଦି ଓ ଏହା ସହିତ ଥାର୍ଡ଼-ପାର୍ଟି ବିକ୍ରେତା ପାର୍ଟନରଙ୍କ ସହିତ ମିଶି ବ୍ୟାପକ ନେଟୱର୍କ ମାଧ୍ୟମରେ ଏହା ଯେପରି ସଠିକ୍ ସମୟରେ ଡେଲିଭରି ହୋଇପାରିବ ତାହା ସୁନିଶ୍ଚିତ କରିବୁ ।

ଦୀପାବଳି ସ୍ୱତନ୍ତ୍ର ଅଫର : ବିଭିନ୍ନ ବର୍ଗ ଯଥା ଇଲେକ୍‌ଟ୍ରୋନିକ୍‌ସ, ଗ୍ରୋସେରୀ, ଫେସନ, ହୋମ୍ ଓ କିଚେନ୍‌, ବ୍ୟୁଟି ଇତ୍ୟାଦି ସାମଗ୍ରୀ ଉପରେ ୮୦% ପର୍ଯ୍ୟନ୍ତ ରିହାତି ଲାଭ କରନ୍ତୁ । ଦୟାକରି ପ୍ରତି ୩ ଘଂଟାରେ ଫ୍ଲାସ ଡିଲକୁ ଚେକ୍ କରନ୍ତୁ, ଓ ସ୍ମାର୍ଟଫୋନ୍ ପାଆନ୍ତୁ ଯାହାର ପ୍ରାରମ୍ଭିକ ମୂଲ୍ୟ ରହିଛି ମାତ୍ର ଟ.୬୯୯୯/-

ଏସବିଆଇ ବ୍ୟାଙ୍କ ଡେବିଟ୍ କାର୍ଡ଼ ଅଫର : ସର୍ବନିମ୍ନ ଅର୍ଡ଼ର ମୂଳ୍ୟ ଟ.୧୦୦୦/- ଉପରେ ଅତିରିକ୍ତ ୧୦% କ୍ୟାସବ୍ୟାକ୍ ଲାଭ କରିବା ପାଇଁ ବ୍ୟବହାର କରନ୍ତୁ ଏସବିଆଇ ବ୍ୟାଙ୍କ ଡେବିଟ୍ କାର୍ଡ଼ । ଅଧିକ ସବିଶେଷ ପାଇଁ ପରିଦର୍ଶନ କରନ୍ତୁ ଜିଓମାର୍ଟ ।
Published by:Soubhagya Mishra
First published: