News18 Odia Digital
ନୂଆଦିଲ୍ଲୀ : ଯଦି ଆପଣଙ୍କର ଆଧାର କାର୍ଡରେ କୌଣସି ସୂଚନା ଭୁଲ ଭାବରେ ଅଛି ଓ ଆପଣ ଏହାକୁ ସଂଶୋଧନ କରିବାକୁ ଚାହୁଁଛନ୍ତି, ତେବେ ଏହି କାମକୁ ମାଗଣାରେ କରିବା ପାଇଁ ବର୍ତ୍ତମାନ ଉପଯୁକ୍ତ ସମୟ ଆସିଛି, ଆଉ ଡେରି କରନ୍ତୁ ନାହିଁ । ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ (UIDAI) ଆଧାର କାର୍ଡରେ କିଛି ସମୟ ପାଇଁ ଏହି ଅପଡେଟ୍ ମାଗଣାରେ କରିବା ପାଇଁ ଘୋଷଣା କରିଛି। ବର୍ତ୍ତମାନ ଅନଲାଇନରେ ଆଧାର ଅପଡେଟ୍ ପାଇଁ କୌଣସି ଟଙ୍କା ଦେବାକୁ ପଡିବ ନାହିଁ । ଏଥି ସହିତ, ଯଦି ଆପଣ ଆଧାର କେନ୍ଦ୍ରକୁ ଯାଇ ଏହି କାମ କରନ୍ତି, ତେବେ ଆପଣଙ୍କୁ ୫୦ ଟଙ୍କା ଦେବାକୁ ପଡିବ । ମାର୍ଚ୍ଚ ୧୫ ରୁ ଜୁନ୍ ୧୪ ପର୍ଯ୍ୟନ୍ତ ମାଗଣାରେ ଆଧାର ଅନଲାଇନରେ ଅପଡେଟ୍ ହୋଇପାରିବ ।
UIDAIର ଡିଜିଟାଲ୍ ଇଣ୍ଡିଆ ଇନିସିଏଟିଭ୍ ଅଧୀନରେ, ଆପଣ ଆଧାର ପୋର୍ଟାଲରେ ମାଗଣାରେ ଆଧାର ଡକ୍ୟୁମେଣ୍ଟ୍ ଅପଡେଟ୍ କରିପାରିବେ । ପୋର୍ଟାଲରେ ଆଇଡି ପ୍ରୁଫ୍ ଓ ଠିକଣାର ପ୍ରୁଫ୍ (PoI / PoA)ରଖି ଆପଣ ଆଧାର କାର୍ଡକୁ ବୌଧ କରିପାରିବେ ।
ଆପଣ ଅନଲାଇନ୍ରେ ମଧ୍ୟ ଅପଡେଟ୍ କରିପାରିବେଆପଣ ଆପଣଙ୍କର ଆଧାର (ଆଧାର ଅନ୍ଲାଇନ୍ ଅପଡେଟ୍) ରେ କିଛି ଜିନିଷ ଅନ୍ଲାଇନ୍ରେ ଅପଡେଟ୍ କରିପାରିବେ, ଯେତେବେଳେ କି କେତେକ କ୍ଷେତ୍ରରେ ଆପଣଙ୍କୁ ଅଫଲାଇନ୍ ଡକ୍ୟୁମେଣ୍ଟ୍ ଦେବାକୁ ପଡିବ । ଆପଣ ଅନଲାଇନରେ ନାମ, ଲିଙ୍ଗ, ଜନ୍ମ ତାରିଖ, ଠିକଣା ଓ ଭାଷା ଅପଡେଟ୍ କରିପାରିବେ । ଅନଲାଇନ୍ ଅପଡେଟ୍ ପାଇଁ ଆପଣଙ୍କର ମୋବାଇଲ୍ ନମ୍ବର ଆଧାର ସହିତ ଲିଙ୍କ୍ ହେବା ଜରୁରୀ ।
ପଢନ୍ତୁ ଏହି ଖବର :
LICର ଜବରଦସ୍ତ ପ୍ଲାନ; ମାତ୍ର ୨୦୦ ଟଙ୍କା ନିବେଶରେ ପାଇବେ ୨୮ ଲକ୍ଷଅନ୍ଲାଇନ୍ରେ ଆଧାର କାର୍ଡରେ ନାମ ଅପଡେଟ୍ କରିବାକୁ, ଆଇଡି ପ୍ରୁଫ୍ର ସ୍କାନ୍ ହୋଇଥିବା କପି ଆବଶ୍ୟକ ହେବ, ଯେତେବେଳେ ଜନ୍ମ ତାରିଖ ଅପଡେଟ୍ କରିବା ପାଇଁ ଜନ୍ମ ପ୍ରମାଣପତ୍ରର ସ୍କାନ୍ ହୋଇଥିବା କପି ଆବଶ୍ୟକ ହେବ । ଲିଙ୍ଗ ପରିବର୍ତ୍ତନ ପାଇଁ କୌଣସି ଡକ୍ୟୁମେଣ୍ଟ ଦାଖଲ କରିବାକୁ ପଡିବ ନାହିଁ । ଆପଣ ଅନଲାଇନ୍ SSUP ପୋର୍ଟାଲ୍ ଓ ମୋବାଇଲ୍ ଆପ୍ ମାଧ୍ୟମରେ ଭାଷା ଅପଡେଟ୍ କରିପାରିବେ । ବର୍ତ୍ତମାନ ଆଧାର ୧୩ଟି ଭାଷାରେ ଉପଲବ୍ଧ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।