ଲଞ୍ଚହେଲା ଓପୋର ଜବଦସ୍ତ ଫୋନ F15, କିଣିଲେ ମିଳିପାରିବ ୨ହଜାର ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ

କମ୍ପାନୀ ପକ୍ଷରୁ କୁହାଯାଇଛି କି ଓପୋ F15 କୁ ମାତ୍ର ୫ ମିନିଟ୍ ଚାର୍ଜ କରାଯାଇ ପାଖା ପାଖି ୨ଘଣ୍ଟା ପର୍ଯ୍ୟନ୍ତ କଥାବାର୍ତ୍ତା କରାଯାଇ ପାରିବ ।

ଲଞ୍ଚହେଲା ଓପୋର ଜବଦସ୍ତ ଫୋନ F15, କିଣିଲେ ମିଳିପାରିବ ୨ହଜାର ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ
ଓପୋର ନୂଆ ଲଞ୍ଚ ହୋଇଥିବା F15
  • News18 Odia
  • Last Updated: January 17, 2020, 5:25 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ମୋବାଇଲ ନିର୍ମାତା କମ୍ପାନୀ ଓପୋ ନିଜର ଏଫ୍ ସିରିଜ ଫୋନରେ ଜବରଦସ୍ତ ସଫଳତା ପାଇବା ପରେ ନିଜର F15କୁ ଭାରତରେ ଲଞ୍ଚ କରିଛି । ଏହି ସିରିଜରେ ଓପୋ F11, F11proକୁ ବହୁତ ପସନ୍ଦ କରାଯାଇଥିଲା । ଏହି ନୂଆ ଫୋନର ସବୁଠୁ ବଡ଼ ବିଶେଷତ୍ବ ହେଉଛି କି ଏହାର ଚଉଡ଼ା ୭.୯ ହେବା ସହ ଫୋନଟି ବହୁତ ହାଲୁକା ରହିଛି । ଏହି ଫୋନରେ ଭୋକ ୩.୦ ଫ୍ଲାସ ଚାର୍ଜ ଦିଆଯାଇଛି । କମ୍ପାନୀର  କହିବା ମୁତାବକ ଏହି ଫୋନଟିକୁ ମାତ୍ର ୫ ମିନିଟ୍ ଚାର୍ଜ କରାଯାଇ ୨ ଘଣ୍ଟା ପର୍ଯ୍ୟନ୍ତ କଥାବାର୍ତ୍ତା କରାଯାଇପାରିବ ଯାହାକି ଗ୍ରାହକମାନଙ୍କ ଲାଗି ସୁବିଧାଜନକ ହୋଇପାରିବ । କାହିଁକିନା ଅନେକଥର ଏମିତି ହୋଇଥାଏ କି ଆମେ ବାହାରେ ରହିଥାଉ ଏବଂ ଫୋନ ଚାର୍ଜ କରିବା ଲାଗି ଟାଇମ ପାଇନଥାଉ ।

ଏହି ଫୋନ ମାତ୍ର ଗୋଟିଏ ସେଗମେଣ୍ଟରେ ଲଞ୍ଚ କରାଯାଇଛି । ଏଥିରେ ୮ଜିବି ରାମ  ସହିତ ୧୨୮ ଜିବି ଇଣ୍ଟରନାଲ ଷ୍ଟୋରେଜ ମିଳିବ । ଏହାର ଦାମ୍ ୧୯,୯୯୦ ଟଙ୍କା ରଖାଯାଇଛି । ଏହାର ପ୍ରି ବୁକିଂ ଆରମ୍ଭ ହୋଇସାରିଥିବାବେଳେ ୨୪ ଜାନୁଆରୀରୁ ଏହାର ବିକ୍ରି ଆରମ୍ଭ ହେବ । ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟ, ଆମାଜନ ଏବଂ ଓପୋର ଇ-ଷ୍ଟୋରରୁ ଏହା ଉପଲବ୍ଧ ହେବ । ଏହା ସହ ଯଦି ଗ୍ରାହକ ଏହାକୁ ଏଚଡିଏଫସି କାର୍ଡ଼ ମାଧ୍ୟମରେ କିଣିବେ ତାହାଲେ  ୧୦ ପ୍ରତିଶତ କ୍ୟାସବ୍ୟାକ ମିଳିବ ବୋଲି ଜଣାପଡ଼ିଛି । କମ୍ପାନୀ ଏହାର ଡିସପ୍ଲେରେ ଆମଲୋଏଡ ପ୍ୟାନେଲ ବ୍ୟବହାର କରିଛି । ୬.୪ ଇଞ୍ଚର ଫୁଲ୍ ଏଚଡି ଡିସପ୍ଲେ ଦିଆଯାଇଛି ଯାହାର ଏସ୍ପେକ୍ଟ ରେଶିଓ ୨୦:୯ ରହିଛି । ଫୋନ ଭିତରେ ଡିସପ୍ଲେ ଫିଙ୍ଗରପ୍ରିଣ୍ଟ ସ୍କାନର ରହିଛି । ଏହି ସ୍ମାର୍ଟ ଫୋନ ମିଡିଆଟେକ ହିଲୋ ପି୭୦ ପ୍ରୋସେସରରେ ଚାଲୁଛି ।

 

 

 
First published: January 17, 2020, 5:25 PM IST