ଏକଦା ଇରାନ୍‌ର ରାଇଜିଂ ଷ୍ଟାର ଥିବା ଜେନେରାଲ କାସୀମ ସୁଲେମାନି ନିହତ ।

ଇରାନ୍‌ର ରାଇଜିଂ ଷ୍ଟାର ଥିଲା କାସୀମ ସୁଲେମାନି । ନିଜକୁ ଜଣେ ସେଲିବ୍ରିଟି ଭାବେ ପରିଚିତ କରାଇ ପାରିଥିଲା । ଦେଶରେ ତାଙ୍କର ମହତ୍ବପୂର୍ଣ୍ଣ ଭୂମିକାକୁ ଏକ ସାକ୍ଷାତକାରରେ ମନେ ପକାଇଥିଲେ ଇରାକରେ ଅବସ୍ଥାପିତ ତତ୍କାଳୀନ ଆମେରିକା ରାଷ୍ଟ୍ରଦୂତ ରାନ୍‌ କୃକର ।

ଏକଦା ଇରାନ୍‌ର ରାଇଜିଂ ଷ୍ଟାର ଥିବା ଜେନେରାଲ କାସୀମ ସୁଲେମାନି ନିହତ ।
ଇରାନ୍‌ର ରାଇଜିଂ ଷ୍ଟାର ଭାବେ ଜଣାଶୁଣା କାସୀମ୍ସୁ‌ ଲେମାନିଙ୍କ ଫାଇଲ ଫୋଟ
  • News18 Odia
  • Last Updated: January 3, 2020, 1:52 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ୱାଶିଂଟନ:  ବିଦେଶରେ ଗୁପ୍ତ ଆକ୍ରମଣ ପାଇଁ ନିର୍ଦ୍ଦେଶ ଦେଉଥିବା ଇରାନ୍‌ର ଜେନେରାଲ କାସୀମ୍‌ ସୁଲେମାନି ଏକଦା ଥିଲେ ରାଇଜିଂ ଷ୍ଟାର । ନିଜକୁ ଜଣେ ସେଲିବ୍ରିଟି ଭାବେ ପରିଚିତ ମଧ୍ୟ କରାଇଥିଲେ ।

ସୁଲେମାନି ସେହି ବ୍ୟକ୍ତି, ଯିଏ କି କିଛି ବର୍ଷ ପୂର୍ବରୁ ରାସ୍ତାରେ କିଛି ଇରାନୀ ନାଗରିକଙ୍କୁ ଚିହ୍ନି ପାରିନଥିଲେ, ସେ ଆଜି ଇରାନର ଟେଲିଭିଜନ, ଖବରକାଗଜ, ରିପୋର୍ଟର ଶୀର୍ଷକ ପାଲଟି ଯାଇଛନ୍ତି ।

ଇରାକ ମିଲିସିଆଙ୍କ ଦ୍ବାରା ପ୍ରସ୍ତୁତ ଏକ ମ୍ୟୁଜିକ୍‌ ଭିଡିଓ ଇରାନରେ ବ୍ୟାପକ ଭାବେ ପ୍ରସାରିତ ହୋଇଛି । ଯେଉଁଥିରେ ସୈନିକମାନେ ଏକ ପାଚେରୀରେ ସୁଲେମାନୀଙ୍କ ତୈଳ ଚିତ୍ର ଆଙ୍କିବା ସହ ତା ଆଗରେ ପରେଡ୍‌ କରୁଛନ୍ତି ।

ସୁଲେମାନି ଇରାକର ସଲ୍ଲାଉଦ୍ଦିନ୍‌ ଅଞ୍ଚଳରେ ରହି ଇରାକର ସିଆ ଓ ମିଲିସିଆଙ୍କୁ କମାଣ୍ଡ ଦେବା ସହ ଆତଙ୍କବାଦୀ ସଂଗଠନ ଆଇଏସ୍ଆଇ କବଳରୁ ‘ତିକ୍ରିତ୍' ସହରକୁ ପୁନଃ କବଳିତ କରିବାକୁ ଚେଷ୍ଟା କରୁଥିଲେ ।

ପଡ଼ୋଶୀ ଦେଶ ସିରିଆରେ ସେ ଏଭଳି ରଣନୀତି ପ୍ରସ୍ତୁତ କରିଥିଲେ, ଯାହାକି ରାଷ୍ଟ୍ରପତି ବସର ଅଲ୍‌-ଅସଦଙ୍କ ବିରୋଧରେ ବିଦ୍ରୋହୀ ଶକ୍ତିଙ୍କୁ ସଙ୍ଗଠିତ କରିବାରେ ସହାୟକ ହୋଇଥିଲା ।

ବିଚାରକ ଦୃଷ୍ଟିକୋଣରୁ ଦେଖାଗଲେ, ଯୁକ୍ତରାଷ୍ଟ୍ର ଆମେରିକା ଓ ଇରାନ୍‌ ମଧ୍ୟରେ ସତ୍ରୁତା ଥାଇପାରେ । ମାତ୍ର ଆଇଏସଆଇର ଆକ୍ରମଣ ଯୋଗୁଁ ଉଭୟ ଦେଶ ମଧ୍ୟରେ ପରୋକ୍ଷରେ ସହଯୋଗ ଓ ସହଭାଗିତା ସ୍ଥାପନ ହୋଇପାରିଛି । ଏଭଳି ଏକ ରାସ୍ତା ପୂର୍ବରୁ ବାହାର କରିଥିଲେ ସୁଲେମାନି ।

୨୦୦୧ରେ ଆଫାଗାନିସ୍ତାନରେ ତାଲିବାନକୁ ପାନେ ଚଖାଇବା ପାଇଁ ଇରାନ ଆମେରିକାକୁ ତାର ସୈନ୍ୟ ଓ ଗୁପ୍ତ ତଥ୍ୟ ଯୋଗାଇଥିଲା । ତେବେ ୨୦୦୭ରେ ୱାଶିଂଟନ ଓ ତେହେରାନ୍‌ ଆଫଗାନିସ୍ତାନରେ ବିଗିଡିଥିବା ସୁରକ୍ଷା ସ୍ଥିତି ନେଇ ପ୍ରତ୍ୟେକ୍ଷ ଆଲୋଚନା ପାଇଁ ବାଗଦାଦକୁ ନିଜ ନିଜର ପ୍ରତିନିଧି ପଠାଇଥିଲେ ।

ଦୁଇ ବର୍ଷ ପୂର୍ବେ ବିବିସିକୁ ଦେଇଥିବା ଏକ ସାକ୍ଷାତକାରରେ ଇରାକ୍‌ରେ ଅବସ୍ଥିତ ଆମେରିକାର ପୂର୍ବତନ ରାଷ୍ଟ୍ରଦୂତ ରାନ୍‌ କୃକର୍‌ ସୁଲେମାନି ନିଭାଇଥିବା ମହତ୍ବପୂର୍ଣ୍ଣ ଭୂମିକାକୁ ମନେ ପକାଇଥିଲେ ।
First published: January 3, 2020, 1:52 PM IST