ଗୌତମ ଗମ୍ଭୀର ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ୧ କୋଟି ଟଙ୍କା ଦାନ କଲେ
ଗୌତମ ଗମ୍ଭୀର (Gautam Gambhir) କହିଛନ୍ତି ଯେ ଭବ୍ୟ ରାମ ମନ୍ଦିର (Ram Mandir) ନିର୍ମାଣ ପାଇଁ ତାଙ୍କ ପରିବାର ତରଫରୁ ଏହି ରାଶି ହେଉଛି ଏକ ସ୍ୱଳ୍ପ ଅବଦାନ ।

ଗୌତମ ଗମ୍ଭୀର ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ୧ କୋଟି ଟଙ୍କା ଦାନ କଲେ
- News18 Odia
- Last Updated: January 21, 2021, 6:43 PM IST
ନୂଆ ଦିଲ୍ଲୀ: ଭାରତର ପୂର୍ବତନ ଓପନର୍ ତଥା ବିଜେପି ସାଂସଦ ଗୌତମ ଗମ୍ଭୀର (Gautam Gambhir) ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର (Ram Mandir) ନିର୍ମାଣ ପାଇଁ ଏକ କୋଟି ଟଙ୍କା ଦାନ କରିଛନ୍ତି । କ୍ରିକେଟରରୁ ରାଜନେତା ହୋଇଥିବା ଗମ୍ଭୀର କହିଛନ୍ତି ଯେ ଏହି ଅର୍ଥ ସେ ଓ ତାଙ୍କ ପରିବାର ତରଫରୁ ଅଯୋଧ୍ୟାରେ ଏକ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ଦେଇଛନ୍ତି । ଯାହା ସମସ୍ତ ଭାରତୀୟଙ୍କ ସ୍ୱପ୍ନ ।
ଦୁଇଥର ବିଶ୍ୱକପ ଜିତିଥିବା ଦଳର ସାମିଲ ଥିଲେ ଗମ୍ଭୀର
ଦିଲ୍ଲୀର ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ଦୁଇଥର ବିଶ୍ୱକପ ଜିତିଥିବା ଭାରତୀୟ ଦଳର ଅଂଶ ହୋଇଛନ୍ତି । ସେ ଟି -୨୦ ବିଶ୍ୱକପ ୨୦୦୭ର ଫାଇନାଲରେ ପାକିସ୍ତାନ ବିପକ୍ଷରେ ୭୫ ରନ୍ ସଂଗ୍ରହ କରିଥିଲେ । ଏଥି ସହିତ ଦିନିକିଆ ବିଶ୍ୱକପ ୨୦୧୧ ରେ ସେ ଶ୍ରୀଲଙ୍କା ବିପକ୍ଷ ଫାଇନାଲରେ ୯୭ ସ୍କୋର କରିଥିଲେ । ଭାରତ ପାଇଁ ସେ ୫୮ ଟି ଟେଷ୍ଟ, ୧୪୭ ଟି ODI ଓ ୩୭ ଟି -୨୦ ମ୍ୟାଚ ଖେଳିଛନ୍ତି । ଟେଷ୍ଟରେ ଗମ୍ଭୀର ୪୨ ହାରାହାରିରେ ୪୧୫୪ ରନ୍, ODI ରେ ୪୦ ହାରାହାରିରେ ୫୨୩୮ ରନ୍ ଓ ଟି-୨୦ ରେ ୯୩୨ ରନ୍ ସଂଗ୍ରହ କରିଛନ୍ତି । ସେ ଭାରତରୁ ତିନୋଟି ଫର୍ମାଟରୁ ସର୍ବମୋଟ ୨୦ ଶତକ ଓ 63 ଅର୍ଦ୍ଧ ଶତକ ହାସଲ କରିଛନ୍ତି ।