News18 Odia Digital
Jeet Adani Engagement: ସେୟାର ବଜାରରେ ହ୍ରାସ ଖବର ଭିତରେ ଆଦାନୀ ଗ୍ରୁପ (Adani Group)ପାଇଁ ଏକ ଖୁସି ଆସିଛି। ଗ୍ରୁପ୍ ଚେୟାରମ୍ୟାନ୍ ଗୌତମ ଆଦାନୀ(Goutam Adani)ଙ୍କ ସାନପୁଅ ଜିତ ଆଦାନୀ ହୀରା ବ୍ୟବସାୟୀଙ୍କ ଝିଅ ଦିବା ଜୈମିନ ଶାହଙ୍କୁ ବିବାହ କରିବାକୁ ଯାଉଛନ୍ତି। ମାର୍ଚ୍ଚ ୧୨ରେ ସେମାନଙ୍କର ନିର୍ବନ୍ଧ ଶେଷ ହୋଇଛି।
ଦିବା ଜୈମିନ ଶାହ ହେଉଛନ୍ତି C.Dinesh & Co Pvt ltdର ହୀରା ବ୍ୟବସାୟୀ ଜୈମିନ ଶାହଙ୍କ ଝିଅ। ସୋସିଆଲ ମିଡିଆରେ ଜିତ ଆଦାନୀଙ୍କ ନିର୍ବନ୍ଧ ଫଟୋ ଭାଇରାଲ ହେଉଛି। ଲୋକମାନେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସମାରୋହରେ ଜିତ ଏବଂ ଦିବା ଏକ ପାରମ୍ପାରିକ ପୋଷାକ ପିନ୍ଧିଥିବାର ନଜର ଆସିଥିଲେ ଯେଉଁଥିରେ ଉଭୟ ସୁନ୍ଦର ଦେଖାଯାଉଥିଲେ।

ଜିତ ଆଦାନୀ ଓ ଦିବା
ଜିତ ଆଦାନୀ ପେନସିଲଭାନିଆ ସ୍କୁଲ୍ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଆପ୍ଲାଏଡ୍ ସାଇନ୍ସ ୟୁନିଭରସିଟିରୁ ଅଧ୍ୟୟନ ସମାପ୍ତ କରିଥିଲେ। ସେ ୨୦୧୯ ରେ ଆଦାନୀ ଗ୍ରୁପରେ ଯୋଗ ଦେଇଥିଲେ ଓ ବର୍ତ୍ତମାନ ଏହି ଗ୍ରୁପରେ ଅର୍ଥ ଉପାଧ୍ୟକ୍ଷ ଭାବରେ କାର୍ଯ୍ୟ କରୁଛନ୍ତି। ସେ ଷ୍ଟ୍ରାଟେଜିକ୍ ଫାଇନାନ୍ସ, କ୍ୟାପିଟାଲ ମାର୍କେଟସ୍ ଏବଂ ରିସ୍କ ଆଣ୍ଡ ଗଭର୍ନାନ୍ସ ପଲିସିର ଯତ୍ନ ନେଇ ଗ୍ରୁପ୍ ସିଏଫ୍ଓ କାର୍ଯ୍ୟାଳୟରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ। ଆଦାନୀ ଗ୍ରୁପ୍ର ୱେବସାଇଟରେ ଦର୍ଶାଯାଇଛି ଯେ ଜିତ ଆଦାନୀ ବିମାନବନ୍ଦର ବ୍ୟବସାୟ ତଥା ଆଦାନୀ ଡିଜିଟାଲ ଲ୍ୟାବକୁ ମଧ୍ୟ ଆଗେଇ ନେଉଛି, ଯାହା ଆଦାନୀ ଗ୍ରୁପର ବ୍ୟବସାୟର ସମସ୍ତ ଗ୍ରାହକଙ୍କୁ ଯୋଗାଇବା ପାଇଁ ଏକ ସୁପର ଆପ୍ ତିଆରି କରିବାକୁ ଯାଉଛି।
ହାତ ଯୋଡୁଛି, ଦୂରେଇ ଯାଅ; ବର୍ଷାଙ୍କୁ ଏମିତି ଅନୁରୋଧ କଲେ ଅଭିନେତାଗୌତମ ଆଦାନୀଙ୍କ ବଡ ପୁଅ କରଣ, ସିରିଲ ଶ୍ରଫଙ୍କ ଝିଅ ପ୍ୟାରୀ ଶ୍ରଫଙ୍କୁ ବିବାହ କରିଛନ୍ତି, ଯିଏ କି ଆଇନ ସଂସ୍ଥା ସିରିଲ ଅମରଚାନ୍ଦ ମଙ୍ଗଲଦାସଙ୍କ ପରିଚାଳନା ସହଭାଗୀ ଅଟନ୍ତି। କରଣ ଆଦାନୀ ଆଦାନୀ ପୋର୍ଟସ ଆଣ୍ଡ ସେଜ୍ ଲିମିଟେଡର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଏବଂ ଆଦାନୀ ବିମାନବନ୍ଦର ହୋଲ୍ଡିଂ ଲିମିଟେଡର ନିର୍ଦ୍ଦେଶକ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।