ଗୌତମ ଆଦାନୀ ଦେଲେ ଆଉ ଏକ ଖୁସି ଖବର: ସମୟ ପୂର୍ବରୁ କଲେ ଏକ ବଡ଼ ଋଣ ପରିଶୋଧ

ଆଦାନୀ ଗ୍ରୁପ୍ ସମୟ ପୂର୍ବରୁ ୨.୬୫ ବିଲିୟନ ଡ଼ଲାର ଋଣ ପରିଶୋଧ କରିଛି ଯାହା ମାର୍ଚ୍ଚ ଶେଷ ସୁଦ୍ଧା ଋଣ ପରିଶୋଧ କରିବାର ଶେଷ ତାରିଖ ଥିଲା ।

ଗୌତମ ଆଦାନୀ ଦେଲେ ଆଉ ଏକ ଖୁସି ଖବର: ସମୟ ପୂର୍ବରୁ କଲେ ଏକ ବଡ଼ ଋଣ ପରିଶୋଧ

ଗୌତମ ଆଦାନୀ ଦେଲେ ଆଉ ଏକ ଖୁସି ଖବର: ସମୟ ପୂର୍ବରୁ କଲେ ଏକ ବଡ଼ ଋଣ ପରିଶୋଧ

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ: ଆମେରିକାର ଅନୁସନ୍ଧାନକାରୀ ସଂସ୍ଥା ହିଡେନବର୍ଗର ପ୍ରଭାବ ଗୌତମ ଆଦାନୀଙ୍କ (goutam adani) ନେତୃତ୍ୱାଧୀନ ଆଦାନୀ ଗ୍ରୁପ (adani group) ଉପରେ କ୍ରମାଗତ ଭାବେ ହ୍ରାସ ପାଉଛି ଓ ଗୋଷ୍ଠୀ ମଧ୍ୟ ନିଜର ନିବେଶକଙ୍କ ବିଶ୍ୱାସ (believe) ଫେରାଇବା ପାଇଁ ଗୋଟିଏ ପରେ ଗୋଟିଏ ପ୍ରମୁଖ ପଦକ୍ଷେପ ନେଉଛି । ସେହି ଆଧାରରେ ଆଦାନୀ ଗ୍ରୁପ୍ ସମୟ ପୂର୍ବରୁ ୨.୬୫ ବିଲିୟନ ଡ଼ଲାର ଋଣ ପରିଶୋଧ କରିଛି । ଏଥିରେ ଆମ୍ବୁଜା ସିମେଣ୍ଟ (ambuja cement) ଅଧିଗ୍ରହଣ ପାଇଁ ନିଆଯାଇଥିବା ଋଣରୁ ୫ ଶହ ମିଲିୟନ୍ ଡଲାରର (dollar) ଦେୟ ମଧ୍ୟ ଅନ୍ତର୍ଭୁକ୍ତ ।

ମାର୍ଚ୍ଚ ୩୧ ଋଣ ଦେବାର ଶେଷ ତାରିଖ ଥିଲା

ରବିବାର (sunday) ଦିନ ଆଦାନୀ ଗ୍ରୁପ୍ ଏକ ବିବୃତ୍ତି ଜାରି କରି କହିଛି ଯେ, ନିବେଶକଙ୍କ ଆତ୍ମବିଶ୍ୱାସ ଫେରାଇବା ପାଇଁ ଆମେ ୨.୬୫ ବିଲିୟନ ଡ଼ଲାର ସମୟ ପୂର୍ବରୁ ଫେରସ୍ତ କରିଛୁ । ଏହାର ଶେଷ ତାରିଖ ୩୧ ମାର୍ଚ୍ଚ ୨୯୨୩ ଥିଲା, କିନ୍ତୁ ଦେୟ ସମୟ ସୀମା ପୂର୍ବରୁ ପୈଠ ହୋଇସାରିଛି । ବିବୃତ୍ତି ଅନୁଯାୟୀ, ଗ୍ରୁପ୍‌ର ତାଲିକାଭୁକ୍ତ କମ୍ପାନୀ ଗୁଡିକରେ ଷ୍ଟକ୍ସକୁ ବନ୍ଧକ ରଖି ୨.୧୫ ବିଲିୟନ ଡ଼ଲାର ଋଣ ନିଆଯାଇଥିଲା, ଏହ ସହ ଆମ୍ବୁଜା ସିମେଣ୍ଟ ଅଧିଗ୍ରହଣ ପାଇଁ ୫୦ ମିଲିୟନ ଡଲାର ନିଆଯାଇଥିଲା ।

ସିମେଣ୍ଟ ସେକ୍ଟରର ଦ୍ୱିତୀୟ ବଡ ଖେଳାଳି

ଆଦାନୀ ଗ୍ରୁପ୍ ତରଫରୁ କୁହାଯାଇଥିଲା ଯେ ପ୍ରମୋଟର (promoter) ମାନେ ବର୍ତ୍ତମାନ ଆମ୍ବୁଜା ସିମେଣ୍ଟ ଓ ଏସିସି  ସିମେଣ୍ଟର (acc cement) ୬.୬ ବିଲିୟନ ଡ଼ଲାରରୁ ମୋଟ ଅଧିଗ୍ରହଣ ମୂଲ୍ୟରେ ୨.୬ ବିଲିୟନ ଡଲାର ବିନିଯୋଗ କରିଛନ୍ତି ।

ଉଲ୍ଲେଖନୀୟ କଥା ହେଉଛି, ୨୦୨୨ ମସିହାରେ, ଗୌତମ ଆଦାନୀଙ୍କ ନେତୃତ୍ୱାଧୀନ ଗୋଷ୍ଠୀ ୧୦.୫ ବିଲିୟନ (billion) ଡ଼ଲାରରେ ପ୍ରମୁଖ ଭାରତୀୟ ସିମେଣ୍ଟ ପ୍ଲେୟାର୍ସ ଅମ୍ବୁଜା ସିମେଣ୍ଟ ଓ ଏସିସି ଅଧିଗ୍ରହଣ ସମାପ୍ତ କରିଥିଲେ । ଏଥିସହ ଏହା ଦେଶର ଦ୍ୱିତୀୟ ବୃହତ୍ତମ ସିମେଣ୍ଟ ପ୍ଲେୟାର ହୋଇଥିଲା ।

ପୂର୍ବରୁ ଏପରି ରିପୋର୍ଟ ଆସୁଥିଲା ଯେ ଆଦାନୀ ଗ୍ରୁପ୍ ଋଣ ପରିଶୋଧ କରିବାକୁ କୌଣସି ବଡ ନିଷ୍ପତ୍ତି ନେଇପାରେ। ସେହି ଅନୁସାରେ, ଋଣ ହ୍ରାସ କରିବାକୁ ଆଦାନୀ ଗ୍ରୁପ୍ ଆମ୍ବୁଜା ସିମେଣ୍ଟସ୍ ଲିମିଟେଡରେ ନିଜର ୪ ରୁ ୫ ପ୍ରତିଶତ ଅଂଶ ବିକ୍ରି କରିପାରିବ । ଏହି ସେୟାରର ମୂଲ୍ୟ ୪୫୦ ମିଲିୟନ୍ ଡଲାର (୩୬୮୦ କୋଟି ଟଙ୍କା) ବୋଲି କୁହାଯାଉଛି।

ଏହି ଖବର ପଢ଼ନ୍ତୁ - http://ବିଧାନସଭା ନିର୍ବାଚନ ପାଇଁ ବିଜେପିର ହିଟ୍‌ ଫର୍ମୁଲା; କର୍ଣ୍ଣାଟକରେ ବି କାମ କରିବ କି 'ଅମୋଘ ଅସ୍ତ୍ର' ?

ପୂର୍ବରୁ ୭୩୦୦ କୋଟି ଋଣ ପରିଶୋଧ କରାଯାଇଥିଲା

ଏହାପୂର୍ବରୁ ଆଦାନୀ ଗ୍ରୁପ୍ ଦେଇଥିବା ବିବୃତ୍ତିରେ କୁହାଯାଇଛି ଯେ ଗ୍ରୁପ୍‌ର ୪ଟି ତାଲିକାଭୁକ୍ତ କମ୍ପାନୀରେ ଅଂଶଧନ ବନ୍ଧକ ରଖି ନିଆଯାଇଥିବା ୭୩୭୪ କୋଟି ଟଙ୍କାର ଋଣ ପରିଶୋଧ କରାଯାଇଛି। ଏଥି ସହିତ, ସମୟ ପୂର୍ବରୁ କରାଯାଇଥିବା ଦେୟର ଏହି ସଂଖ୍ୟାକୁ ୨.୧୫ ବିଲିୟନ ଡ଼ଲାରକୁ ବୃଦ୍ଧି କରାଯାଇଛି । ଏହା ବ୍ୟତୀତ ଅମ୍ବୁଜା ଅଧିଗ୍ରହଣ ପାଇଁ ୫୦ ମିଲିୟନ୍ ଡଲାରର ଋଣ ଦେୟ ମଧ୍ୟ ଏଥିରେ ଯୋଡ଼ା ଯାଇଛି।
Published by:Soubhagya Mishra
First published: