ଭାରତ ଯୋଡ ଯାତ୍ରାରେ ସାମିଲ ହେଲେ ଗୌରୀ ଲଙ୍କେଶଙ୍କ ମା' ଓ ଭଉଣୀ

ସାମ୍ବାଦିକ ତଥା କାର୍ଯ୍ୟକର୍ତ୍ତା ଗୌରୀ ଲଙ୍କେଶଙ୍କ ଭଉଣୀ କବିତା ଓ ମାତା ଇନ୍ଦିରା ଭାରତ ଯୋଡ ଯାତ୍ରାରେ ଯୋଗ ଦେଇଛନ୍ତି। ରାହୁଲ ଗାନ୍ଧିଙ୍କ ସହ ଦୁହେଁ ପଦଯାତ୍ରା କରିଥିଲେ।

ଗୌରୀ ଲଙ୍କେଶଙ୍କ ମା' ଓ ଭଉଣୀ (ପ୍ରତୀକାତ୍ମକ ଛବି)

ଗୌରୀ ଲଙ୍କେଶଙ୍କ ମା' ଓ ଭଉଣୀ (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ବାଙ୍ଗାଲୋର: ସାମ୍ବାଦିକ ତଥା କାର୍ଯ୍ୟକର୍ତ୍ତା ଗୌରୀ ଲଙ୍କେଶଙ୍କ ଭଉଣୀ କବିତା ଓ ମାତା ଇନ୍ଦିରା ଶୁକ୍ରବାର ଦିନ ଭାରତ ଯୋଡ ଯାତ୍ରାରେ ଯୋଗ ଦେଇଛନ୍ତି। କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ସହ ଦୁହେଁ ପଦଯାତ୍ରା କରିଥିଲେ। ୫ ସେପ୍ଟେମ୍ବର ୨୦୧୭ରେ ଗୌରୀ ଲଙ୍କେଶଙ୍କୁ ତାଙ୍କ ଘର ବାହାରେ ହତ୍ୟା କରାଯାଇଥିଲା।

ରାହୁଲ ଗାନ୍ଧି ଟ୍ୱିଟ କରି କହିଛନ୍ତି ଯେ ଗୌରୀ ସତ୍ୟ ପାଇଁ ଛିଡା ହୋଇଥିଲେ। ଗୌରୀ ସାହସ ପାଇଁ ଛିଡା ହୋଇଥିଲେ। ଗୌରୀ ସ୍ୱାଧୀନତା ପାଇଁ ଛିଡା ହୋଇଥିଲେ। ମୁଁ ଗୌରୀ ଲଙ୍କେଶ ଓ ତାଙ୍କ ପରି ଅଗଣିତମାନଙ୍କ ପାଇଁ ଛିଡା ହୋଇଛି, ଯେଉଁମାନେ ଭାରତର ପ୍ରକୃତ ଭାବନାକୁ ପ୍ରତିନିଧିତ୍ୱ କରନ୍ତି। ଭାରତ ଯୋଡ ଯାତ୍ରା ହେଉଛି ସେମାନଙ୍କର ସ୍ୱର। ଏହାକୁ କଦାପି ବନ୍ଦ କରାଯାଇପାରିବ ନାହିଁ।

କଂଗ୍ରେସର ୩,୫୭୦ କିଲୋମିଟର ଲମ୍ୱା ଭାରତ ଯୋଡ ଯାତ୍ରା ସେପ୍ଟେମ୍ବର ୮ରେ କନ୍ୟାକୁମାରୀରୁ ଆରମ୍ଭ ହୋଇଥିଲା।  ଗୁରୁବାର ଦିନ କର୍ଣ୍ଣାଟକରେ କଂଗ୍ରେସର ଅନ୍ତରୀଣ ସଭାପତି ସୋନିଆ ଗାନ୍ଧି ଯୋଗ ଦେଇଥିଲେ।

୭୫ ବର୍ଷିୟ ସୋନିଆ ଗାନ୍ଧି ତାଙ୍କ ରାହୁଲ ଗାନ୍ଧି ଓ ଅନ୍ୟ ବରିଷ୍ଠ କଂଗ୍ରେସ ନେତାମାନେ ପାର୍ଟି କର୍ମୀଙ୍କ ଜୋରରେ ସ୍ଲୋଗାନ ଦେଇ ମାଣ୍ଡିଆ ଜିଲ୍ଲାରେ କିଛି କିଲୋମିଟର ଯାତ୍ରା କରିଥିଲେ।  କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଓ ରାଜ୍ୟ ୟୁନିଟ୍ ମୁଖ୍ୟ ଡି.କେ ଶିବକୁମାରଙ୍କ ନେତୃତ୍ୱରେ ଦଳର ନେତାମାନେ ମଧ୍ୟ ଗାନ୍ଧି ପରିବାର ସହିତ ଆସୁଥିବା ଶୋଭା ଯାତ୍ରାର ଅଂଶବିଶେଷ ଥିଲେ।
Published by:Soumya Das
First published: