- News18 Odia
- Last Updated :
- Ludhiana, India
News18 Odia Digital
ପଞ୍ଜାବରେ ବଡ଼ ଅଘଟଣ । ଲୁଧିଆନା (ludhiana) ଗ୍ୟାସପୁରାର (Giaspura) ଏକ ଫ୍ୟାକ୍ଟ୍ରିରେ ବିଷାକ୍ତ ଗ୍ୟାସ୍ ଲିକରୁ ୧୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ଚେତାଶୂନ୍ୟ ହୋଇଥିବା ୧୦ ଜଣ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଆମ୍ବୁଲାନ୍ସ ଓ ଅଗ୍ନିଶମବାହିନୀ ପହଞ୍ଚି ରେସ୍କ୍ୟୁ ଅପରେସନ ଜାରି ରଖିଛନ୍ତି । ଉଦ୍ଧାର କାର୍ଯ୍ୟରେ NDRF ଟିମ୍ ସାମିଲ ହେଲା । ପହଞ୍ଚିଲା ଡାକ୍ତରୀ ଟିମ୍ । ଗ୍ୟାସ ଲିକ୍ ପ୍ରଭାବିତ ଅଞ୍ଚଳକୁ ସିଲ୍ କଲା ପୋଲିସ । ପ୍ରଭାବିତ ଅଞ୍ଚଳକୁ ନ ଯିବା ପାଇଁ ଲୋକଙ୍କୁ ପରାମର୍ଶ ଦିଆଯାଇଛି । ତେବେ କେଉଁ ପ୍ରକାର ଗ୍ୟାସ୍ ଲିକ୍ ଯୋଗୁଁ ମୃତାହତ ହୋଇଛି, ତାହା ସ୍ପଷ୍ଟ ହୋଇନି ।
ଏହି ଘଟଣା ପରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଟ୍ୱିଟ କରି ଶୋକବ୍ୟକ୍ତ କରିଛନ୍ତି । ପୋଲିସ୍, ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଓ ଏନ୍ଡିଆରଏଫ(NDRF) ଟିମ ଘଟଣାସ୍ଥଳରେ ଉପସ୍ଥିତ ଥିବା ସେ ଲେଖିଛନ୍ତି। ତା’ସହିତ ସମସ୍ତ ପ୍ରକାର ସାହାଯ୍ୟ ଯୋଗାଇ ଦିଆଯିବ ବୋଲି କହିଛନ୍ତି ।
Published by:nihar panda
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।