ଋଷରେ ଭୟାନକ ଦୁର୍ଘଟଣା; ଗ୍ୟାସ ସିଲିଣ୍ଡର ଫାଟିବାରୁ ୯ ଜଣଙ୍କ ମୃତ୍ୟୁ

Russia gas explosion: ଋଷ ଗ୍ୟାସ ବିସ୍ଫୋରଣ ଜରୁରୀକାଳୀନ ସେବା କହିଛି ଯେ ଆପାର୍ଟମେଣ୍ଟ ବିଲ୍ଡିଂର ଅଳିଆ ଗଦାରେ ଆହୁରି ଅନେକ ଲୋକ ଫସି ରହିଛନ୍ତି। ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।

ଋଷରେ ଭୟାନକ ଦୁର୍ଘଟଣା

ଋଷରେ ଭୟାନକ ଦୁର୍ଘଟଣା

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ମସ୍କୋ: ଋଷ ଓ ଯୁକ୍ରେନ ଯୁଦ୍ଧ ମଧ୍ୟରେ ଋଷକୁ ନେଇ ସାମ୍ନାକୁ ଆସିଛି ଆଉ ଏକ ଦୁଃଖଦ ଦୁର୍ଘଟଣା ଖବର। ଏଠାରେ ଏକ ପାଞ୍ଚ ମହଲା କୋଠାରେ ଏକ ସିଲିଣ୍ଡର ବିସ୍ଫୋରଣ ଘଟିଛି। ଏପର୍ଯ୍ୟନ୍ତ ଏହି ଦୁର୍ଘଟଣାରେ ସମୁଦାୟ ୯ ଜଣଙ୍କର ମୃତ୍ୟୁ ହୋଇଥିବା ନିଶ୍ଚିତ ହୋଇଛି। ଚାରିଜଣ ଛୋଟ ପିଲା ମଧ୍ୟ ମୃତକଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ।

ଋଷର ନ୍ୟୁଜ୍ ଏଜେନ୍ସି TASS ରିପୋର୍ଟ କରିଛି ଯେ ଶନିବାର ଋଷର ଦୂର ପୂର୍ବ ସାଖାଲିନ୍ ଦ୍ୱୀପରେ ଥିବା ଟାଇମୋଭସ୍କୋଇ ବସ୍ତିରେ ଥିବା ଏକ ପାଞ୍ଚ ମହଲା ବିଶିଷ୍ଟ ଆବାସିକ କୋଠାରେ ଏକ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ହୋଇଛି। ଏହି ଘଟଣାରେ ନଅ ଜଣଙ୍କର ମୃତ୍ୟୁ ହୋଇଛି। କୁହାଯାଉଛି ଯେ ଏହି ବିସ୍ଫୋରଣ ସକାଳ ପ୍ରାୟ ୫:୦୩ ସମୟରେ ଘଟିଥିଲା।

ଜୋରଦାର ବିସ୍ଫୋରଣ

କୋଠାର ଉପର ମହଲାରେ ଜୋରଦାର ବିସ୍ଫୋରଣ ହେବାରୁ ଛାତ ଉଡ଼ିଯାଇଥିଲା। ବିଲଡିଂରେ ରହୁଥିବା ଲୋକ ନିଜ ଜୀବନ ବଞ୍ଚାଇବା ପାଇଁ ଦୌଡ଼ି ପଳାଇଥିଲେ। ଯାହା ପରେ ସେଠାରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଆଖପାଖର ଲୋକମାନେ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ। ହେଲେ ନିଆଁ ବିଲ୍ଡିଂର ଅନେକ ମହଲାରେ ଲାଗିଯାଇଥିଲା।

ଉଦ୍ଧାର କାର୍ଯ୍ୟ ଜାରି ରହିବ

ଆଖପାଖର ଲୋକ ଏ ସମ୍ପର୍କରେ ପୋଲିସକୁ ସୂଚନା ଦେଇଥିଲେ। ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ଲୋକଙ୍କୁ ଉଦ୍ଧାର କରିଥିଲେ। ଆଞ୍ଚଳିକ ଗଭର୍ଣ୍ଣର ଭାଲେରୀ ଲିମେରେନକୋ ତାଙ୍କ ଟେଲିଗ୍ରାମ ଚ୍ୟାନେଲରେ ଲେଖିଛନ୍ତି, “ବର୍ତ୍ତମାନ ମୃତକଙ୍କ ସଂଖ୍ୟା ନଅକୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରୁ ଚାରିଜଣ ଶିଶୁ। ବର୍ତ୍ତମାନ ଏଠାରେ ଅନ୍ଧାର ହୋଇଛି, କିନ୍ତୁ ଉଦ୍ଧାର କାର୍ଯ୍ୟ ରାତି ପର୍ଯ୍ୟନ୍ତ ଜାରି ରହିବ।"



ସେଠାରେ ୮୦ଟି ଆପାର୍ଟମେଣ୍ଟ ଅଛି

ଜରୁରୀକାଳୀନ ସେବା ଅନୁଯାୟୀ, ଆପାର୍ଟମେଣ୍ଟ ବିଲ୍ଡିଂର ଅଳିଆ ଗଦାରେ ଆହୁରି ଅନେକ ଲୋକଙ୍କ ପୋତି ହୋଇପଡ଼ିଛନ୍ତି। ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ମୋଟ ୮୦ ଆପାର୍ଟମେଣ୍ଟ ବିଶିଷ୍ଟ ଏହି ପାଞ୍ଚ ମହଲା କୋଠା ୧୯୮୦ ମସିହାରେ ନିର୍ମିତ ହୋଇଥିଲା। ଏହି ଦୁର୍ଘଟଣାରେ ବିଲଡିଂ ମଧ୍ୟ ବହୁ କ୍ଷତି ସହିଛି। ସିଲିଣ୍ଡର କିପରି ଫାଟିଲା ତାହାର ତଦନ୍ତ କରୁଛି ସ୍ଥାନୀୟ ପୋଲିସ।
Published by:Lipina Das
First published: