ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ଦିଲ୍ଲୀରେ କୋର୍ଟ ଭିତରେ ଗୁଳି ଚଳାଇଲେ ଗ୍ୟାଙ୍ଗଷ୍ଟର୍; ୩ ଗ୍ୟାଙ୍ଗଷ୍ଟର୍ ମଲେ; ଆସିଲା VIDEO

ଦିଲ୍ଲୀରେ କୋର୍ଟ ଭିତରେ ଗୁଳି ଚଳାଇଲେ ଗ୍ୟାଙ୍ଗଷ୍ଟର୍; ୩ ଗ୍ୟାଙ୍ଗଷ୍ଟର୍ ମଲେ; ଆସିଲା VIDEO

Gangsters fire inside Delhi court 3 gangsters killed; Delhi court firing video | ଓକିଲଙ୍କ ପରି ପୋଷାକ ପିନ୍ଧି ଦୁଇ ଜଣ ଅପରାଧୀ ପୂର୍ବରୁ କୋର୍ଟ ରୁମ୍ ଭିତରେ ଥିଲେ । ସେମାନେ କଲାର୍ ବ୍ୟାଣ୍ଡ୍, ବ୍ଲାକ୍ ବ୍ଲେଜର୍ ଓ ଟ୍ରାଉଜର୍ସ ସହ କଳା ଜୋତା ପିନ୍ଧି ପୂରା ଓକିଲ ପରି ଦିଶୁଥିଲେ । ସେମାନେ ହଠାତ୍ ଗୋଗି ଉପରକୁ ଗୁଳି ଚଳାଇଥିଲେ।

ଦିଲ୍ଲୀରେ କୋର୍ଟ ଭିତରେ ଗୁଳି ଚଳାଇଲେ ଗ୍ୟାଙ୍ଗଷ୍ଟର୍; ୩ ଗ୍ୟାଙ୍ଗଷ୍ଟର୍ ମଲେ; ଆସିଲା VIDEO
ତିନି ଜଣ ଯାକ ଅପରାଧୀଙ୍କର କୋର୍ଟ ଭିତରେ ଗୁଳି ବିନିମୟରେ ମୃତ୍ୟୁ ହୋଇଛି ।
  • News18 Odia
  • Last Updated: September 24, 2021, 11:58 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: କୋର୍ଟ ଭିତରେ ଗୁଳି ଫୁଟିବା ଘଟଣାରେ ପୂରା ଦିଲ୍ଲୀରେ ଚାଞ୍ଚଲ୍ୟ ଖେଳିଯାଇଛି । ଉତ୍ତର ଦିଲ୍ଲୀର ରୋହିଣୀରେ ଥିବା ଏକ କୋର୍ଟକୁ ଅଣାଯାଇଥିବା ଜଣେ ଅଭିଯୁକ୍ତ କୁଖ୍ୟାତ ଅପରାଧୀ ଉପରକୁ ହଠାତ ଗୁଳି ଚଳାଇଥିଲେ ତା’ ପ୍ରତିଦ୍ୱନ୍ଦୀ ଗ୍ୟାଙ୍ଗର ଦୁଇ ଜଣ ଲୋକ । ଶୁକ୍ରବାର ଦିନ ଦ୍ୱିପହରେ କୋର୍ଟ ପରିସରରେ ଘଟିଥିବା ଏହି ଗୁଳି ବିନିମୟ ପୋଲିସର ବରିଷ୍ଠ ଅଧିକାରୀମାନଙ୍କୁ ବି ଆଶ୍ଚର୍ଯ୍ୟ କରିଛି । ଏହି ଗୁଳି ବିନିମୟରେ ତିନି ଜଣ ଗ୍ୟାଙ୍ଗଷ୍ଟରଙ୍କ ମୃତ୍ୟୁ ଘଟିଛି ଓ କେତେକ ଲୋକ ଆହତ ହୋଇଛନ୍ତି ।

ଏହି ଗୁଳିକାଣ୍ଡର କେତେକ ଭିଡିଓ (Delhi court firing video) ସାମନାକୁ ଆସିଛି । ସେଥିରେ ଜଣେ ବନ୍ଧୁକଧାରୀ କୋର୍ଟରେ ଗୁଳି ଚଳାଉଥିବା ଶବ୍ଦ ଶୁଣାଯାଉଛି ଓ ପୋଲିସ କର୍ମୀ ଓ ଓକିଲମାନେ ଗୁଳି ଚଳାଉଥିବା ନଜର ଆସିଛନ୍ତି । ଓକିଲ ବେଶ ଧରି ଦୁଇ ଜଣ ବନ୍ଧୁକଧାରୀ ବ୍ୟକ୍ତି କୋର୍ଟରେ ପଶିଥିଲେ। ସେମାନେ ଜିତେନ୍ଦ୍ର ଗୋଗି (Jitendra Gogi) ନାମକ ଜଣେ ଗ୍ୟାଙ୍ଗଷ୍ଟର ଉପରକୁ ତିନି ଥର ଗୁଳି ଚଳାଇଥିଲେ । ପ୍ରତିକ୍ରିୟାରେ ଗୋଗିକୁ ନେଇ ଯାଉଥିବା ସ୍ୱତନ୍ତ୍ର ଫୋର୍ସର କର୍ମଚାରୀମାନେ ନିଜ ବନ୍ଧୁକରୁ ଗୁଳି ଚଳାଇ ଘଟଣା ସ୍ଥଳରେ ଉଭୟ ଆକ୍ରମଣକାରୀଙ୍କୁ ହତ୍ୟା କରିଥିଲେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଲୋମହର୍ଷକ VIDEO: ଆସାମରେ ପୋଲିସ ଗୁଳିରେ ବ୍ୟକ୍ତିର ମତ୍ୟୁ; ଶବ ଉପରେ ଯୁବକର ଗୋଇଠା ମାଡ଼

ଗଲା ବର୍ଷରୁ ତିହାଡ଼ ଜେଲରେ ଥିବା ଓ ୩୦ରୁ ଅଧିକ ଆପରାଧିକ ମାମଲାରେ ଅଭିଯୁକ୍ତ ଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟର୍‌ ଜିତେନ୍ଦ୍ର ଗୋଗୀକୁ ଡାକ୍ତରଖାନାରେ ମୃତ ଘୋଷଣା କରାଯାଇଥିଲା। ‘ଟିଲୁ ଗ୍ୟାଙ୍ଗ୍‌’ (Tillu Gang) ନାମରେ କୁଖ୍ୟାତ ଏକ ପ୍ରତିଦ୍ୱନ୍ଦ୍ୱୀ ଗ୍ୟାଙ୍ଗ୍‌ ତାକୁ କୋର୍ଟର ଶୁଣାଣି ପାଇଁ ଅଣାଯାଇଥିବା ବେଳେ ହତ୍ୟା କରିବାକୁ ଷଡଯନ୍ତ୍ର କରିଥିଲା ​​ବୋଲି ଦିଲ୍ଲୀ ପୋଲିସ (Delhi Police) କହିଛି ।

ଏହା ବି ପଢ଼ନ୍ତୁ | ଡଙ୍ଗା ବୁଡ଼ି ସାମ୍ବାଦିକ ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ ହେଲା; ‘ହାତୀକୁ ଘଉଡ଼ାଇବା ଅନାବଶ୍ୟକ ଥିଲା

‘‘ଏକ ପ୍ରତିଦ୍ୱନ୍ଦ୍ୱୀ ଗ୍ୟାଙ୍ଗରୁ ଆସିଥିବା ଦୁଇ ଜଣ ବ୍ୟକ୍ତି କୋର୍ଟ ଭିତରେ ଜିତେନ୍ଦ୍ର ଗୋଗି ଉପରକୁ ଗୁଳି ଚଳାଇଥିଲେ। ପୋଲିସ ତତକ୍ଷଣାତ୍ କାର୍ଯ୍ୟ କରି ଉଭୟ ଆକ୍ରମଣକାରୀଙ୍କୁ ହତ୍ୟା କରିଥିଲା,’’ କହିଛନ୍ତି ଦିଲ୍ଲୀ ପୋଲିସ କମିଶନର ରାକେଶ ଅସ୍ଥାନା ।

ଏଇଠି ଦେଖନ୍ତୁ ଘଟଣାର ଭିଡିଓ (ଦର୍ଶକୀୟ ସାବଧାନତା ବାଞ୍ଛନୀୟ) :



ପୋଲିସଠାରୁ ମିଳିଥିବା ସୂଚନା ଅନୁସାରେ ଗୋଗୀକୁ କୋର୍ଟକୁ ଅଣାଯାଉଥିବେ ବେଳେ ସେଠାରେ ପୋଲିସ୍ ଏସକର୍ଟ ଥିଲେ । ଦୁଇ ଜଣ ଆକ୍ରମଣକାରୀ ଓକିଲଙ୍କ ପରି ପୋଷାକ ପିନ୍ଧି ପୂର୍ବରୁ ସେଇଠି ଥିଲେ ଓ ହଠାତ୍ ତା’ ଉପରକୁ ଗୁଳି ଚଳାଇବା ଆରମ୍ଭ କରିଥିଲେ। ଆକ୍ରମଣକାରୀମାନେ ପୂରା ଓକିଲଙ୍କ ପରି ଦିଶୁଥିଲେ । ସେମାନେ କଲାର୍‌ ବ୍ୟାଣ୍ଡ୍‌, ବ୍ଲାକ୍ ବ୍ଲେଜର୍‌ ଓ ଟ୍ରାଉଜର୍ସ ସହ କଳା ଜୋତା ପିନ୍ଧିଥିଲେ ।

ଏହା ବି ପଢ଼ନ୍ତୁ | ବନ ବିଭାଗ ଅଧିକାରୀ ସୌମ୍ୟଙ୍କ ମୃତ୍ୟୁ ରହସ୍ୟ: ପତ୍ନୀ ବିଦ୍ୟାଭାରତୀଙ୍କ ମିଛଧରା ପରୀକ୍ଷା ହେଲା; ଅଢ଼େଇ ଘଣ୍ଟା ଧରି ଚାଲିଲା

‘‘ସେତେବେଳେ ଜଜ୍‌ କୋର୍ଟରେ ଥିଲେ । ଓକିଲମାନେ ଉପସ୍ଥିତ ଥିଲେ । ଜିତେନ୍ଦ୍ର ଗୋଗି ସେଇଠି ଥିଲା । ଓକିଲ ଭଳି ଦେଖାଯାଉଥିବା ଏହି ଦୁଇ ଜଣ ଶୁଟର୍‌ ସେତିକି ବେଳେ ସୁଟିଂ ଆରମ୍ଭ କରିଥିଲେ । ଜଣେ ମହିଳା ଇଣ୍ଟର୍ଣ୍ଣ ବି ଗୁଳିରେ ଆଘାତ ପାଇଛନ୍ତି,’’ କହିଛନ୍ତି ଓକିଲ ଲଲିତ କୁମାର ।

ଏହା ବି ପଢ଼ନ୍ତୁ | ଭୁବନେଶ୍ୱରରେ ମୁକୁଳା ଡ୍ରେନ୍ରେ ଭାସି ନିଖୋଜ ହୋଇଥିବା ସ୍କୁଲ୍ଛାତ୍ରଙ୍କ ମୃ୍ତ ଦେହ ମିଳିଲା

କୋର୍ଟରେ ଶୁଣାଣି ଆରମ୍ଭ ହେବା ପାଇଁ ପ୍ରସ୍ତୁତି ଚାଲିଥିଲା । କିନ୍ତୁ କେହି କିଛି ବୁଝିବା ପୂର୍ବରୁ ମୋଷ୍ଟ ୱାଣ୍ଟେଡ୍ ଗ୍ୟାଙ୍ଗଷ୍ଟାର ଜିତେନ୍ଦ୍ର ଗୋଗି ଉପରକୁ ହୋଇଥିଲା ଫାୟାରିଂ। ପୂର୍ବରୁ ଓକିଲ ବେଶ ଧରି କୋର୍ଟ ରୁମରେ ବସିଥିବା ଦୁଇ ଜଣ ଦୁର୍ବୃତ୍ତ ଜିତେନ୍ଦ୍ର ଉପରକୁ ଗୁଳିମାଡ଼ କରିଥିଲେ । ପ୍ରତି ଜବାବରେ ପୋଲିସ ପକ୍ଷରୁ ଆରମ୍ଭ ହୋଇଥିଲା ଫାୟାରିଂ । ପୋଲିସ ଗୁଳିରେ ଟଳି ପଡ଼ିଥିଲେ ଗୋଗିକୁ ଗୁଳି ମାରିଥିବା ଦୁଇ ଜଣ ଦୁର୍ବୃତ୍ତ।

ଏଇଠି ଦେଖନ୍ତୁ ଘଟଣାର ଭିଡିଓ (ଦର୍ଶକୀୟ ସାବଧାନତା ବାଞ୍ଛନୀୟ) :



ଦିଲ୍ଲୀ ପୋଲିସ କମିଶନର ରାକେଶ ଅସ୍ଥାନା ଏହା ଗ୍ୟାଙ୍ଗୱାର୍‌ ନୁହେଁ ବୋଲି କହିଛନ୍ତି। ଏହା ଏକ ଯୋଜନାବଦ୍ଧ ଆକ୍ରମଣ ବୋଲି କହିଛନ୍ତି । ଏହି ଘଟଣା ପରେ ପୋଲିସର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛି ଆମ୍ ଆଦମୀ ପାର୍ଟି।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଏହି ଅଙ୍ଗନବାଡି଼ ଦିଦିଙ୍କର କୋଟି ଟଙ୍କାରୁ ଅଧିକର ସମ୍ପତ୍ତି! କେମିତି କୋଟିପତି ହେଲେ ସେ?

ଗୋଗି ଗ୍ୟାଙ୍ଗ୍‌ ଓ ଟିଲୁ ତାଜପୁରିଆ ଗ୍ୟାଙ୍ଗ୍‌ ମଧ୍ୟରେ ପୂର୍ବରୁ ଶତ୍ରୁତା ଥିଲା । ଟିଲୁ ତାଜପୁରିଆ ଓ ଜିତେନ୍ଦ୍ର ଗୋଗି ଉଭୟ ଦିଲ୍ଲୀ ୟୁନିଭର୍ସିଟିର ଶ୍ରଦ୍ଧାନନ୍ଦ କଲେଜର ଛାତ୍ର ଥିଲେ। ସେହି ସମୟରୁ ହିଁ ଦୁଇ ଗୋଷ୍ଠୀ ମଧ୍ୟରେ ଆରମ୍ଭ ହୋଇଥିଲା ପ୍ରତିଦ୍ୱନ୍ଦିତା । ଗତ ତିନି-ଚାରି ବର୍ଷ ମଧ୍ୟରେ ଉଭୟ ଗୋଷ୍ଠୀ ମଧ୍ୟରେ ୨୦ରୁ ଅଧିକ ଥର ଗ୍ୟାଙ୍ଗୱାର୍ ହୋଇଛି। ସେଥିରେ ଉଭୟ ଗୋଷ୍ଠୀର ଅନେକ ଲୋକଙ୍କ ମୃତ୍ୟୁ ମଧ୍ୟ ହୋଇଛି । ଏହା ପୂର୍ବରୁ ଦିଲ୍ଲୀର ବୁରାଡ଼ି ଅଞ୍ଚଳରେ ଉଭୟ ପକ୍ଷରୁ ଫାୟାରିଂ ହୋଇଥିଲା । ଏଥିରେ ତିନି ଜଣଙ୍କ ମୃତ୍ୟୁ ହୋଇଥିଲା ।

ଏହା ବି ପଢ଼ନ୍ତୁ | ବାଲେଶ୍ୱର ଚାନ୍ଦିପୁର ITRରେ ହନି ଟ୍ରାପ୍: ପାକିସ୍ତାନୀ ମହିଳାଙ୍କ ସହ ଫେସବୁକରେ ସମ୍ପର୍କରେ ଥିଲେ ଅଭିଯୁକ୍ତ

ପ୍ରାୟ ବର୍ଷେ ତଳେ ଖବର ପାଇ ପୋଲିସର ସ୍ପେଶାଲ ସେଲ୍‌ କୁଖ୍ୟାତ ଅପରାଧୀ ଜିତେନ୍ଦ୍ର ଗୋଗିକୁ ଗିରଫ କରିବାକୁ ରଣନୀତି ପ୍ରସ୍ତୁତ କରିଥିଲା। ଗୁଡ଼ଗାଓଁର ସେକ୍ଟର୍‌ ୮୩ରେ ଖବର ପାଇ ପୋଲିସ ଚଢ଼ାଉ କରିଥିଲା । ସେହି ସମୟରେ ଜିତେନ୍ଦ୍ର ସହିତ ତାର ତିନି ଜଣ ସହଯୋଗୀ – କୁଲଦୀପ ମାନ ଓରଫ୍ ଫଜ୍ଜା, ରୋହିତ ଓରଫ୍ ମୋଇ ଏବଂ କପିଲ ଓରଫ୍ ଗୋରବ୍‌ – ଏକ ଫ୍ଲାଟରେ ଥିଲେ । ଜିତେନ୍ଦ୍ର ପୋଲିସର ଘେରାବନ୍ଦୀରେ ଥିବା ସମୟରେ ଏକ ଭିଡିଓ ଭାଇରାଲ କରିଥିଲା । ପୋଲିସ ତାକୁ ଏନକାଉଣ୍ଟର କରିବାକୁ ଚାହୁଁଛି କିନ୍ତୁ କୁଲଦୀପ ଓ ମୋଇ ସହ ସରେଣ୍ଡର କରିବାକୁ ଚାହୁଁଥିବା ଜିତେନ୍ଦ୍ର ସେହି ଭିଡିଓରେ କହିଥିଲା । ଜିତେନ୍ଦ୍ରକୁ ପୋଲିସ ଗିରଫ କରିବା ପାଇଁ ପୂର୍ବରୁ ତା’ ନାଁରେ ୮ ଲକ୍ଷ ଟଙ୍କା ଘୋଷଣା କରିଥିଲା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଭୁବନେଶ୍ୱରରେ ନିଶାମୁକ୍ତି ନାଁରେ ଯୁବକକୁ ପିଟିପିଟି ହତ୍ୟା କରିଥିଲେ; କେନ୍ଦ୍ରର ମାଲିକ ଧରାପଡ଼ିଲା

ଜିତେନ୍ଦ୍ର ନାଁରେ ପୂର୍ବରୁ ହତ୍ୟା, ଲୁଟ୍ ଓ ପୋଲିସ ଉପରେ ଆକ୍ରମଣ ଭଳି ଅନେକ ସଙ୍ଗୀନ ଦଫା ଲାଗିଥିଲା । କିଛି ଦିନ ପୂର୍ବରୁ ଜିତେନ୍ଦ୍ରର ସହଯୋଗୀ କୁଲଦୀପ ମାନ୍ ଓରଫ୍ ଫଜ୍ଜାକୁ ଦିଲ୍ଲୀ ପୋଲିସ ଏନକାଉଣ୍ଟର କରିଥିଲା । ଏବେ କୋର୍ଟ ପରିସର ଭିତରେ ଜଣେ ଗ୍ୟାଙ୍ଗଷ୍ଟାରକୁ ମାରିବା ପାଇଁ ଫାୟାରିଂ କରିବା ଦିଲ୍ଲୀ ପୋଲିସର ଦକ୍ଷତା ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି ।
Published by: Anand S.T. Das
First published: September 24, 2021, 11:58 PM IST