News18 Odia Digital
ଗାୟକ ସିଦ୍ଧୁ ମୁସେୱାଲା ହତ୍ୟା ମାମଲାରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କୁ ୭ ଦିନ ପାଇଁ ରିମାଣ୍ଡରେ ନେବ ପଞ୍ଜାଵ ପୋଲିସ। ଏନେଇ ସକାଳେ ପଞ୍ଜାବର ମାନସା ଜିଲ୍ଲା ସ୍ଥିତ ଏକ ଅଦାଲତ ପୋଲିସକୁ ଅନୁମତି ଦେଇଛନ୍ତି। ଜିଲ୍ଲା ସିଭିଲ ହସ୍ପିଟାଲରେ ଡାକ୍ତରୀ ପରୀକ୍ଷା ଶେଷ ହେବା ପରେ କଡ଼ା ସୁରକ୍ଷାରେ ବିଷ୍ଣୋଇକୁ ବୁଧବାର ପ୍ରାୟ ୪ଟା ବେଳେ ଡେପୁଟି ମାଜିଷ୍ଟ୍ରେଟଙ୍କ ସାମ୍ନାରେ ହାଜର କରାଯାଇଥିଲା। ମୋହାଲିକୁ ତାଙ୍କୁ ଜେରା କରାଯିବ।
ଗ୍ୟାଙ୍ଗଷ୍ଟର ବିଷ୍ଣୋଇଙ୍କୁ ଜେରା ପାଇଁ ରାଜ୍ୟକୁ ନେବା ପାଇଁ ମଙ୍ଗଳବାର ଦିନ ଦିଲ୍ଲୀର ଏକ ଅଦାଲତ ପଞ୍ଜାବ ପୁଲିସକୁ ଅନୁମତି ପ୍ରଦାନ କରିଥିଲେ। ୪ ପୃଷ୍ଠାର ଆଦେଶନାମାରେ ବିଚାରପତି କହିଥିଲେ, ପରିସ୍ଥିତିର ସାମଗ୍ରିକତା, ଅପରାଧର ସାଙ୍ଘାତିକତା ଓ ଗାୟକ ଶୁଭଦୀପ ସିଂହ ଓରଫ ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକାଣ୍ଡରେ ଅଭିଯୁକ୍ତ ବିଷ୍ଣୋଇଙ୍କ ବିରୋଧରେ ଆଗତ ଅଭିଯୋଗର ଗମ୍ଭୀରତାକୁ ବିଚାର କରି ଦିନିକିଆ ଟ୍ରାଞ୍ଜିଟ ରିମାଣ୍ଡ୍ ଆବେଦନକୁ ମଞ୍ଜୁର କରାଯାଉଛି। ପଟିଆଲା ହାଉସ୍ କୋର୍ଟରେ କମ୍ପ୍ଲିଆନ୍ସ୍ ରିପୋର୍ଟ ଦାଖଲ କରିବା ପାଇଁ ମଧ୍ୟ ଅଦାଲତ ପଞ୍ଜାବ ପୋଲିସକୁ ଆଦେଶ ଦେଇଛନ୍ତି।
ଗାୟକ ମୁସେୱାଲାଙ୍କ ହତ୍ୟା ମାମଲାରେ ବିଷ୍ଣୋଇଙ୍କୁ ଗିରଫ କରିବା ଲାଗି ସୋମବାର ଦିନ ମାଜିଷ୍ଟେଟ ଗରିଫ ପରୱାନା ଜାରି କରିଥିଲେ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।