ନୂଆଦିଲ୍ଲୀରେ G-20 ସମ୍ମିଳନୀ: ଯୋଗ ଦେଇଛନ୍ତି ୪୦ଟି ଦେଶର ପ୍ରତିନିଧି

ଭାରତ ଅଧ୍ୟକ୍ଷତାରେ ଦ୍ୱିତୀୟ ଥର ପାଇଁ ଆୟୋଜିତ ହେଉଛି ଏହି ଗୁରୁତ୍ବପୂର୍ଣ୍ଣ ବୈଠକ ରାଷ୍ଟ୍ରପତି ଭବନ କଲଚରାଲ୍ ସେଣ୍ଟରରେ ହେଉଥିବା ସମ୍ମିଳନୀରେ G-20 ବୈଦେଶିକ ମନ୍ତ୍ରୀମାନଙ୍କ ସମେତ ମୋଟ ୪୦ଟି ଦେଶର ପ୍ରତିନିଧି ଯୋଗ ଦେଇଛନ୍ତି ।

ନୂଆଦିଲ୍ଲୀରେ G-20 ସମ୍ମିଳନୀ: ଯୋଗ ଦେଇଛନ୍ତି ୪୦ଟି ଦେଶର ପ୍ରତିନିଧି

ନୂଆଦିଲ୍ଲୀରେ G-20 ସମ୍ମିଳନୀ: ଯୋଗ ଦେଇଛନ୍ତି ୪୦ଟି ଦେଶର ପ୍ରତିନିଧି

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ: ଆରମ୍ଭ ହୋଇଛି G-20 ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ସମ୍ମିଳନୀ । ଭାରତ ଅଧ୍ୟକ୍ଷତାରେ ଦ୍ୱିତୀୟ ଥର ପାଇଁ ଆୟୋଜିତ ହେଉଛି ଏହି ଗୁରୁତ୍ବପୂର୍ଣ୍ଣ ବୈଠକ (important meeting)। ରାଷ୍ଟ୍ରପତି ଭବନ କଲଚରାଲ୍ ସେଣ୍ଟରରେ ହେଉଥିବା ସମ୍ମିଳନୀରେ G-20 ବୈଦେଶିକ ମନ୍ତ୍ରୀମାନଙ୍କ ସମେତ ମୋଟ ୪୦ଟି ଦେଶର ପ୍ରତିନିଧି ଯୋଗ ଦେଇଛନ୍ତି । ଦୁଇଟି ପର୍ଯ୍ୟାୟରେ ବିଶ୍ୱର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ । ପ୍ରଥମ ପର୍ଯ୍ୟାୟରେ ମଲଟିଲାଟେରାଲିଜମ୍ ବା ବହୁପକ୍ଷବାଦ, ଶକ୍ତି ଏବଂ ଖାଦ୍ୟ ସୁରକ୍ଷା ଉପରେ ଫୋକସ ରହିଛି ।

ସେହିପରି ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନାରେ ସ୍ଥାନ ପାଇବ ୪ରୁ ୫ଟି ପ୍ରମୁଖ ବିଷୟ । ସେଗୁଡ଼ିକ ହେଲା ଆତଙ୍କବାଦ, (Terrorism)  ନିଶା କାରବାର, ବିଶ୍ୱ ଦକ୍ଷତା ମ୍ୟାପିଂ ଏବଂ ପ୍ରତିଭା ଅନ୍ୱେଷଣ । ବର୍ତ୍ତମାନ ସ୍ଥିତିରେ ବିଶ୍ୱ ସାମ୍ନା କରୁଥିବା ନୂଆ ନୂଆ ବିପଦ ଗୁଡ଼ିକ ଉପରେ ମଧ୍ୟ ବିସ୍ତ୍ରୃତ ଚର୍ଚ୍ଚା ହେବ। ଏହାସହ ଅର୍ଥନୈତିକ ଅଭିବୃଦ୍ଧି, ମୁଦ୍ରାସ୍ଫୀତି, ଦରଦାମ ବୃଦ୍ଧି, ଅଶୋଧିତ ତୈଳ ଏବଂ ରାସାୟନିକ ସାର ପ୍ରସଙ୍ଗରେ ବିଚାର ବିମର୍ଶ କରାଯିବ । ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଥିବା ବେଳେ, ନୂଆଦିଲ୍ଲୀରେ ଏକାଠି ହୋଇଛନ୍ତି ବିଶ୍ୱର ପ୍ରଭାବଶାଳୀ ରାଷ୍ଟ୍ରଗୁଡ଼ିକର ପ୍ରତିନିଧି । ସମ୍ମିଳନୀର ୟୁକ୍ରେନ ଯୁଦ୍ଧ ପ୍ରମୁଖ ପ୍ରସଙ୍ଗ ହେବାର ସମ୍ଭାବନା ରହିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, G-20 ସମ୍ମିଳନୀରେ ସାମିଲ ହୋଇଛନ୍ତି ଆମେରିକା, ରୁଷିଆ ଏବଂ ଚୀନ । ଆମେରିକା ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍, ରୁଷିଆ ବିଦେଶ ମନ୍ତ୍ରୀ ସର୍ଗେଇ ଲାଭରୋଭ୍ ଏବଂ ଚୀନ ବିଦେଶ ମନ୍ତ୍ରୀ କିନ୍ ଗାଙ୍ଗ୍ ଯୋଗ ଦେଇଛନ୍ତି ।

ଏହି ଖବର ପଢ଼ନ୍ତୁ - http://Pintu nanda death: କାନ୍ଦିଲେ ନିଶା.. ମୋ ଇଚ୍ଛା.. ଇଚ୍ଛାରେ ରହିଗଲା

ଆସନ୍ତାକାଲି ଆୟୋଜିତ ହେବାକୁ ଥିବା କ୍ବାଡ୍ ବୈଠକରେ ଜାପାନ ବିଦେଶ ମନ୍ତ୍ରୀ ସାମିଲ ହେବେ । ଭାରତ, ଆମେରିକା, ଅଷ୍ଟ୍ରେଲିଆ ଏବଂ ଜାପାନ କ୍ୱାଡ୍ ସଦସ୍ୟ ଅଛନ୍ତି ।
Published by:Soubhagya Mishra
First published: