ଆଉ କରିପାରିବେନି ଅପମିଶ୍ରଣ; କ୍ଷୀର, ଘିଅ, ଦହି ଓ ଛେନାର ହେବ ମାନ ଯାଞ୍ଚ

ଦୁଗ୍ଧ ଓ ଦୁଗ୍ଧଜାତ ସାମଗ୍ରୀରେ ଅପମିଶ୍ରଣ ରୋକିବାକୁ ବଡ଼ ପଦକ୍ଷେପ। ସାରା ଦେଶରେ ହେବ କ୍ଷୀରର ଯାଞ୍ଚ ।

କରିପାରିବେନି ଅପମିଶ୍ରଣ

କରିପାରିବେନି ଅପମିଶ୍ରଣ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ନୂଆ ଦିଲ୍ଲୀ: ସାରା ଦେଶରେ ହେବ କ୍ଷୀରର ଯାଞ୍ଚ । ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସଂଗଠିତ ଓ ଅଣ ସଙ୍ଗଠିତ କ୍ଷେତ୍ରରୁ ନମୂନା ସଂଗ୍ରହ କରି ଯାଞ୍ଚ କରିବ FSSAI । କ୍ଷୀର, ଘିଅ, ଦହି ଓ ଛେନାର ହେବ ମାନ ଯାଞ୍ଚ । ଦୁଗ୍ଧ ଓ ଦୁଗ୍ଧଜାତ ସାମଗ୍ରୀରେ ଅପମିଶ୍ରଣ ରୋକିବାକୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଫୁଡ୍ ସେପ୍ଟି ଷ୍ଟାଣ୍ଡାର୍ଡ ଅଥରିଟି ଅଫ୍ ଇଣ୍ଡିଆ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

“କ୍ଷୀରର ଭାରତୀୟ ସମାଜରେ ଓ ଆମର ଖାଦ୍ୟ ସଂସ୍କୃତିରେ ଏକ ଅପରିହାର୍ଯ୍ୟ ଭୂମିକା ରହିଛି। ଏହାକୁ ତାଜା ତରଳ ପଦାର୍ଥ କିମ୍ବା ପ୍ରକ୍ରିୟାକୃତ ଦୁଗ୍ଧଜାତ ଦ୍ରବ୍ୟ ଭାବେ ଲୋକେ ସେବନ କରିଥାନ୍ତି। କ୍ଷୀରରେ ଗୁରୁତ୍ୱପୂର୍ଣ୍ଣ ମାଇକ୍ରୋନ୍ୟୁଟ୍ରିଏଣ୍ଟସ୍ ଓ ମାକ୍ରୋନ୍ୟୁଟ୍ରିଏଣ୍ଟସ୍ ଥାଏ। ପ୍ରତ୍ୟେକ ବୟସ ବର୍ଗର ଲୋକମାନେ ସେମାନଙ୍କର ଦୈନନ୍ଦିନ ଖାଦ୍ୟରେ କ୍ଷୀର କିମ୍ବା ଦୁଗ୍ଧ ପଦାର୍ଥ ଅନ୍ତର୍ଭୁକ୍ତ କରନ୍ତି। ଭାରତରେ କ୍ଷୀର ଓ ଉଚ୍ଚ ମୂଲ୍ୟର ଦୁଗ୍ଧ ଉତ୍ପାଦ ପାଇଁ ପ୍ରମୁଖ ଅଭିବୃଦ୍ଧି ଡ୍ରାଇଭର ବୋଲି FSSAI ଏହାର ବିବୃତ୍ତିରେ କହିଛି।
ଖାଦ୍ୟ ନିୟାମକ FSSAI ଉଦ୍ଦେଶ୍ୟ ହେଉଛି କ୍ଷୀର ଏବଂ ଦୁଗ୍ଧ ଦ୍ରବ୍ୟରେ ଅପମିଶ୍ରଣ ପାଇଁ ହଟସ୍ପଟ୍ ଚିହ୍ନଟ କରିବା ଏବଂ ଅଧ୍ୟୟନର ଫଳାଫଳକୁ ଆଧାର କରି ସଂଶୋଧନକାର୍ଯ୍ୟ ଓ ରଣନୀତି ପ୍ରସ୍ତୁତ କରିବା ଏବଂ ଆଗକୁ ଏକ ମାର୍ଗ ପରାମର୍ଶ କରିବା।
Published by:Soumya Das
First published: