News18 Odia Digital
ନୂଆ ଦିଲ୍ଲୀ: ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ (PM Narendra Modi) ବୁଧବାର ନିଜର ସରକାରୀ ସେବାରେ 20ତମ ବର୍ଷରେ ପ୍ରବେଶ କରିଛନ୍ତି । ଗୁଜୁରାଟର ମୁଖ୍ୟ ମନ୍ତ୍ରୀଠାରୁ ଆରମ୍ଭ କରି ଦେଶର ପ୍ରଧାନ ମନ୍ତ୍ରୀ ପର୍ଯ୍ୟନ୍ତ ଏହି ୨୦ ବର୍ଷ ମଧ୍ୟରେ ମୋଦୀ କୌଣସି ବିରତି ନେଇ ନାହାଁନ୍ତି । ତାଙ୍କ ବ୍ୟକ୍ତିତ୍ୱ ସହିତ ସେ ଭାରତୀୟ ଜନତା ପାର୍ଟିକୁ (BJP) ଜାତୀୟ ସ୍ତରରେ ସର୍ବଶ୍ରେଷ୍ଠ ସମ୍ମାନ ଦେଇଛନ୍ତି । ରାଷ୍ଟ୍ରିୟ ସ୍ୱୟଂସେବକ ସଂଘରୁ (RSS) ହଠାତ୍ ବାହାରି ସେ ଯେପରି ଭାବେ ଗୁଜୁରାଟର ମୁଖ୍ୟ ମନ୍ତ୍ରୀ ଦାୟିତ୍ୱ ଗ୍ରହଣ କଲେ ଓ ଗୋଟେ ପରେ ଗୋଟେ ଦିଗ ଉପସ୍ଥାପନା କଲେ ବିଜେପିରେ ତାଙ୍କର ଉଦାହରଣ ଆଜି ମଧ୍ୟ ଦିଆଯାଇଥାଏ । ମୋଦୀ ଗୁଜୁରାଟରେ କ୍ରମାଗତ ତିନିଟି ସରକାରର ନେତୃତ୍ୱ ନେଇଥିଲେ ଓ କେନ୍ଦ୍ରରେ କଂଗ୍ରେସର ଆଭିମୁଖ୍ୟକୁ ଚ୍ୟାଲେଞ୍ଜ କରିବା ପାଇଁ ଏକ ଦୃଢ଼ ମୂଳଦୁଆ ପକାଇଥିଲେ । ୨୦୧୪ ରେ ସେ ପ୍ରଥମ ଥର ପାଇଁ ପ୍ରଚଣ୍ଡ ବହୁମତ ସହ ପ୍ରଧାନମନ୍ତ୍ରୀ ହୋଇଥିଲେ ଓ ୨୦୧୯ ଲୋକସଭା ନିର୍ବାଚନରେ ମଧ୍ୟ ଏକ ଶକ୍ତିଶାଳୀ ସଂଖ୍ୟାଗରିଷ୍ଠତା ହାସଲ କରିଥିଲେ ।
ନରେନ୍ଦ୍ର ମୋଦୀ ୭ ଅକ୍ଟୋବର ୨୦୦୧ ରେ ଗୁଜୁରାଟର ମୁଖ୍ୟ ମନ୍ତ୍ରୀ ଭାବରେ ଦାୟିତ୍ବ ଗ୍ରହଣ କରିଥିଲେ । ସେହିବର୍ଷ ଭୁଜରେ ଭୟଙ୍କର ଭୂକମ୍ପ ପରେ ଗୁଜୁରାଟ ଧ୍ୱଂସ ହୋଇଯାଇଥିଲା । ତେବେ ମୋଦୀଙ୍କ ଦ୍ୱାରା ନିଆଯାଇଥିବା ଅନେକ ପଦକ୍ଷେପ ଯେପରିକି 'ବାଇବ୍ରେଟ ଗୁଜୁରାଟ' କାର୍ଯ୍ୟକ୍ରମ ରାଜ୍ୟର ପୁନର୍ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ପରେ ଗୁଜୁରାଟ ବିଦ୍ୟୁତ୍ ଉତ୍ପାଦନ ସମେତ ଅନେକ ଦିଗରେ ଆତ୍ମନିର୍ଭରଶୀଳ ହେଲା । ଗୁଜୁରାଟରେ ବିକାଶର ଏପରି ଏକ ପର୍ଯ୍ୟାୟ ଆରମ୍ଭ ହୋଇଥିଲା, ଯାହା ପରେ ଏକ ସ୍ୱପ୍ନରେ ପରିଣତ ହୋଇ ଦେଶର ଏକ ଶହ ତିରିଶ କୋଟି ଲୋକଙ୍କ ଆଖିରେ ପ୍ରିୟ ହୋଇ ପରିଥିଲା । ସେ ସବୁବେଳେ ସମସ୍ତଙ୍କ ପାଇଁ ବିକାଶ ପଥରେ ଥିଲେ ।
'ଗୁଜୁରାଟ ମଡେଲ' ଦେଇଥିଲା ମୋଦୀଙ୍କୁ ଦେଶବ୍ୟାପୀ ଲୋକପ୍ରିୟତାଏହା ପରେ ବିକାଶ ପାଇଁ 'ଗୁଜୁରାଟ ମଡେଲ' ଶବ୍ଦ ଲୋକପ୍ରିୟତା ହାସଲ କଲା । ମୋଦିଙ୍କ ଦେଶବ୍ୟାପୀ ଲୋକପ୍ରିୟତା ମଧ୍ୟରେ ଗୁଜୁରାଟ ମଡେଲ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ଏହା ପରେ ବିଜେପି ତାଙ୍କୁ ୨୦୧୩ ରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବରେ ଘୋଷଣା କରିଥିଲା ।
ଏହି ନିଷ୍ପତ୍ତିଗୁଡିକ ମାଇଲଖୁଣ୍ଟ ବୋଲି ପ୍ରମାଣିତ ହେଲା>> ପ୍ରଧାନମନ୍ତ୍ରୀ ମୋଦୀ ଚଳିତ ବର୍ଷ ଅଗଷ୍ଟରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଦିଗରେ ପ୍ରଥମ ପଦକ୍ଷେପ ନେଇଥିଲେ । ରାମଲାଲା ମନ୍ଦିର ପାଇଁ ଶୁଭ ସମୟରେ (Ram Mandir Bhoomi Pujan) ଭୂମି ପୂଜା କରିଥିଲେ । ବର୍ତ୍ତମାନ ମନ୍ଦିରର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି ।
>> ଜାମ୍ମୁ କାଶ୍ମୀରରେ ସମ୍ବିଧାନର ଧାରା ୩୭୦ ରଦ୍ଦ (Abrogation of Article 370) କରି ମୋଦୀ ଓ ତାଙ୍କ ସରକାର ଆଉ ଏକ ପ୍ରମୁଖ ପ୍ରତିଶ୍ରୁତି ପୂରଣ କରିଛନ୍ତି ।
>> ପ୍ରଧାନମନ୍ତ୍ରୀଙ୍କ ଦ୍ୱିତୀୟ କାର୍ଯ୍ୟକାଳ ଆରମ୍ଭରେ ମୋଦୀ ଏକ ସମୟରେ ତିନି ତାଲାକ (Triple Talaq)ଭଳି କୁପ୍ରଥାରୁ ମୁସଲମାନ ମହିଳାମାନଙ୍କୁ ମୁକ୍ତି କରିଥିଲେ । ଏହାକୁ ମୁସଲିମ ସମାଜରେ ପ୍ରମୁଖ ସଂସ୍କାରର ମୂଳଦୁଆ ବୋଲି ବିଜେପି ବିବେଚନା କରିଛି ।
ଏହି ସମୟରେ ଦୁଇ ସହଯୋଗୀ ଦଳ NDAର ହାତ ଛାଡିଥିଲେନ୍ୟାସନାଲ ଡେମୋକ୍ରାଟିକ୍ ଆଲାଇନ୍ସର (ଏନଡିଏ) ଦୁଇ ପୁରୁଣା ସହଯୋଗୀ ଶିବସେନା ଓ ଶିରୋମାନି ଅକାଳୀ ଦଳ (SAD) ପ୍ରଧାନ ମନ୍ତ୍ରୀ ଭାବରେ ନରେନ୍ଦ୍ର ମୋଦୀଙ୍କ ଠାରୁ ଅଲଗା ହୋଇଥିଲେ । ଜଣେ ବିଜେପି ନେତା କହିଛନ୍ତି, 'କୃଷି ସଂସ୍କାର ପାଇଁ ଆଣିଥିବା ଆଇନ ଆମ ସହଯୋଗୀ ଦଳକୁ ମହଙ୍ଗା ପଡିଛି ଓ ଜଣେ ପୁରୁଣା ସହଯୋଗୀ ଶିରୋମାନି ଅକାଳୀ ଦଳ ଆମକୁ ଛାଡିଛନ୍ତି । ତେବେ ପ୍ରଧାନମନ୍ତ୍ରୀ ତାଙ୍କ ନିଷ୍ପତ୍ତି ଉପରେ ଦୃଢ଼ ଭାବରେ ଠିଆ ହୋଇଥିଲେ କାରଣ ଏହି ଆଇନ ୨୦୨୨ ସୁଦ୍ଧା କୃଷକଙ୍କ ଆୟକୁ ଦ୍ୱିଗୁଣିତ କରିବ ।
ଆଜି ନରେନ୍ଦ୍ର ମୋଦୀ ଜନସାଧାରଣଙ୍କ ବିଶ୍ୱାସର ଆଉ ଏକ ନାମ । ଯେବେ ବି କୌଣସି ସମସ୍ୟା ଆସେ ସେତେବେଳେ ଗରିବଙ୍କ ସହିତ ତାଙ୍କର ବନ୍ଧନ ଆହୁରି ବଢ଼ିଯାଇଥାଏ । ଏହାର ସବୁଠାରୁ ବଡ଼ କାରଣ ହେଉଛି ଗରିବଙ୍କ ପାଇଁ ଯାହା କିଛି କରିଛନ୍ତି ଅନ୍ୟ କୌଣସି ପ୍ରଧାନମନ୍ତ୍ରୀ ତାହା କରିବାରେ ସକ୍ଷମ ହୋଇନାହାଁନ୍ତି । ଏହା ହେଉଛି ଜନସାଧାରଣଙ୍କ ଭାବନା ଓ ନିଶ୍ଚିତତା, ଯେଉଁଥିପାଇଁ ସେମାନେ ପୂର୍ବ ଅପେକ୍ଷା ଅଧିକ ସଂଖ୍ୟାଗରିଷ୍ଠତା ହାସଲ କରିଛନ୍ତି । ଯଦିଓ ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ଅଧା କାମ ସରିଛି ଓ ସାବକା ସାଥ, ସାବକା ବିକାଶ ଓ ସବକା ବିଶ୍ୱାସ ମନ୍ତ୍ର ସହିତ ନୂତନ ଭାରତ ନିର୍ମାଣର ଯାତ୍ରା ଏପର୍ଯ୍ୟନ୍ତ ଶେଷ ହୋଇନାହିଁ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।