ଆସନ୍ତା ଜୁନରୁ ରାସନ କାର୍ଡ଼ରେ ମିଳିବନି ଗହମ (ପ୍ରତୀକାତ୍ମକ ଛବି)
News18 Odia Digital
ଆସନ୍ତା ଜୁନ୍ ମାସରୁ ରାସନ କାର୍ଡ଼ରେ ମିଳୁଥିବା ଗହମ ଆଉ ମିଳିବନି। ଜୁନ୍ ମାସରୁ ୨୦୨୩ ମାର୍ଚ୍ଚ ପର୍ଯ୍ୟନ୍ତ ଅର୍ଥାତ୍ ୧୦ ମାସ ଯାଏଁ ଗହମ ମିଳିବନି। ଗରିବ ଖାଉଟି ମାନଙ୍କୁ ୧୦ ମାସ ଗହମ ବଦଳରେ ଚାଉଳ ମିଳିବ। ଏହାର ପ୍ରଭାବ ସିଧାସଳଖ ବଜାର ଉପରେ ପଡ଼ିବ ଓ ଓଡ଼ିଶାରେ ଅଟା, ସୁଜି ଆଦିର ଦାମ୍ ବୃଦ୍ଧି ପାଇବାର ଆଶଙ୍କା ରହିଛି ।
ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି। ଓଡ଼ିଶାକୁ ୪ଲକ୍ଷ କୁଇଣ୍ଟାଲ ଗହମ ଆସିଥାଏ। ତେବେ ଗହମ ଯୋଗାଣ ବନ୍ଦ ହେବା ପରେ ଖୋଲା ବଜାରୁ ସମାନ ପରିମାଣର ଅଟା ଉଠିପାରେ। ଅଟାର ଚାହିଦା ବଢ଼ିପାରେ। ଓଡ଼ିଶାରେ ଅଧିକ ଲୋକେ ଭାତ ଖାଇବାକୁ ପସନ୍ଦ କରନ୍ତି। ତେବେ ପୂର୍ବ ଅପେକ୍ଷା ରାଜ୍ୟରେ ଗହମ ତଥା ଅଟାର ଚାହିଦା ବଢ଼ିଛି । ଲୋକେ ଯେତିକି ଅଟା ଖାଉଥିଲେ ସେଥିରୁ କିଛି ଅଟା ସରକାରଙ୍କ ଯୋଗାଣରୁ ପୂରଣ ହେଉଥିଲା। ଯାହା ବର୍ତ୍ତମାନ ଖୋଲା ବଜାରରୁ ଉଠିବ। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି।
ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଅନୁସାରେ ଜଣେ ଖାଉଟି ଚାଉଳ କିମ୍ବା ଗହମ ନେବେ ସେ ସ୍ଥିର କରିଥାନ୍ତି। ଖାଉଟିଙ୍କୁ ମୁଣ୍ଡପିଛା ୫କେଜି ଲେଖାଏଁ ଚାଉଳ କିମ୍ବା ଗହମ ଅଥବା ଉଭୟ ଚାଉଳ ଓ ଗହମ ମିଶାଇ ନେଇଥାନ୍ତି। ରାଜ୍ୟକୁ କେନ୍ଦ୍ର ସରକାର ଗହମ ଯୋଗାଇଥାନ୍ତି।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।