ପାର୍ଲାମେଣ୍ଟରେ ନିଷେଧ ହେଲା ଅନେକ ନକରାତ୍ମକ ଶବ୍ଦ ।
News 18 Odia Digital
ନୂଆଦିଲ୍ଲୀ: ପାର୍ଲାମେଣ୍ଟ୍ରେ ଅନେକ ନକାରାତ୍ମକ ଶବ୍ଦକୁ ନିଷେଧ କରାଯାଇଛି । ‘ଜୁମ୍ଲାଜୀବି’, ‘ବାଲ୍ ବୁଦ୍ଧି’, ‘କୋଭିଡ୍ ସ୍ପ୍ରେଡର୍’ ଏବଂ ‘ସ୍ନୁପ୍ଗେଟ୍’ ଆଦି ଅନେକ ଶବ୍ଦକୁ ଅଣସଂସଦୀୟ (ଅନ୍ପାର୍ଲାମେଣ୍ଟାରି) ଶବ୍ଦ ତାଲିକାଭୁକ୍ତ କରି ଲୋକସଭା ସଚିବାଳୟ ନୂତନ ପୁସ୍ତିକା ପ୍ରସ୍ତୁତ କରିଛି । ଜୁଲାଇ ୧୮ରେ ଆରମ୍ଭ ହେବାକୁ ଯାଉଛି ମୌସୁମୀ ଅଧିବେଶନ । ଏହା ପୂର୍ବରୁ ପାର୍ଲାମେଣ୍ଟ୍ରେ ବ୍ୟବହାର ଅନୁପଯୋଗୀ ଶବ୍ଦ ଏବଂ ଅବିବ୍ୟକ୍ତି ସଂକ୍ରାନ୍ତରେ ଏହି ସଂଶୋଧିତ ପୁସ୍ତିକା ପ୍ରକାଶ ପାଇଛି । ଏହାକୁ ବିରୋଧୀ ଦଳର ନେତାମାନେ ତୀବ୍ର ସମାଲୋଚନା କରିଛନ୍ତି ।
ସରକାରଙ୍କ କାର୍ଯ୍ୟକଳାପକୁ ସମାଲୋଲଚନା କରିବା ସମୟରେ ବିରୋଧୀ ନେତା ସର୍ବସାଧାରଣରେ ପ୍ରଚଳିତ ଥିବା ଅନେକ ଶବ୍ଦ ବ୍ୟବହାର କରନ୍ତି । ଯେମିତିକି ‘ଆସେମ୍ଡ୍’ (ଲଜ୍ଜିତ), ‘ଆବ୍ୟୁଜ୍ଡ୍’ (ଲାଞ୍ଛିତ), ‘ବିଟ୍ରେଡ୍’ (ଦଗାଖିଆ), ‘କରପ୍ଟ୍’ (ଦୁର୍ନୀତିଗ୍ରସ୍ତ), ‘ଡ୍ରାମା’ (ନାଟକ), ‘ହିପୋକ୍ରିସି’ (ଛଳନା) ଏବଂ ‘ଇନ୍କମ୍ପେଣ୍ଟେଣ୍ଟ୍’ (ଅପାରଗ) ଆଦି ଶବ୍ଦ । ତେବେ ଏହି ଭଳି ଶବ୍ଦ ଉଚ୍ଚାରଣ ଲୋକସଭା ଏବଂ ରାଜ୍ୟସଭାରେ ‘ଅଣସଂସଦୀୟ’ ବୋଲି ବିବେଚନା କରାଯିବ ବୋଲି ପ୍ରକାଶ ପାଇଥିବା ପୁସ୍ତିକାରେ ଉଲ୍ଲେଖ ଅଛି । ଅଣସଂସଦୀୟ ଶବ୍ଦ ତାଲିକାରେ ଥିବା କେତେକ ଶବ୍ଦ ହେଉଛି, ‘ଗର୍ଦ୍ଦାର’, ‘ଚାମ୍ଚା’, ‘ଚାମ୍ଚାଗିରି’, ‘ଚେଲା’, ‘ଅପମାନ୍’, ‘ଅସତ୍ୟ’, ‘ଅହଙ୍କାର’, ‘କଳା ଦିନ’, ‘କଳା ବଜାରୀ’ ‘ଶକୁନି’, ‘ଜୟଚନ୍ଦ’, ବିନାଶ ପୁରୁଷ’ ‘ଖଲିସ୍ତାନୀ’, ‘ଦୋହରା ଚରିତ୍ର’, ‘ନିକମ୍ମା’, ‘ନୌଟଙ୍କି’, ‘ଡିଣ୍ଡୋରା ପିଟନି’, ।
ପ୍ରକାଶ ପାଇଥିବା ଏହି ପୁସ୍ତକକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟସଭା ସଦସ୍ୟ ତଥା ‘ତୃଣମୂଳ କଂଗ୍ରେସ’ ନେତା ଡେରେଡ୍ ଓ’ବ୍ରିଏନ୍ । ନିଷେଧ ଥିବା ସମସ୍ତ ଶଦ୍ଦ ସଂସଦରେ ବ୍ୟବହାର କରିବେ ବୋଲି ସେ କହିଛନ୍ତି। ସତ୍ସାହସ ଥିଲେ ସରକାର ତାଙ୍କୁ ନିଲମ୍ବନ କରନ୍ତୁ । ‘ତୃଣମୂଳ କଂଗ୍ରେସ’ ସାଂସଦ ମହୁଆ ମୈତ୍ର ଟୁଇଟ୍ କରି ଲେଖିଛନ୍ତି, ‘ବିଜେପି’ କିଭଳି ଭାରତକୁ ନଷ୍ଟ କରୁଛି ତାହା ବର୍ଣ୍ଣନା କରିବା ପାଇଁ ବିରୋଧୀ ବ୍ୟବହାର କରୁଥିବା ଶବ୍ଦଗୁଡ଼ିକୁ ସରକାର ନିଷେଧ କରିଛନ୍ତି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।