ଐତିହାସିକ ସ୍ଥାନରେ ପ୍ରବେଶ ମୁକ୍ତ
News 18 Odia Digital
ରାଜସ୍ଥାନ; ଗେହଲୋଟ୍ ସରକାର ରାଜ୍ୟବାସୀ ତଥା ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି । ବାସ୍ତବରେ, ଅଗଷ୍ଟ ୧୩ ରୁ ୧୫ ପର୍ଯ୍ୟନ୍ତ ରାଜସ୍ଥାନର ସମସ୍ତ ଐତିହାସିକ ସ୍ଥାନରେ ସାଧାରଣ ଲୋକଙ୍କୁ ମାଗଣାରେ ପ୍ରବେଶ କରିବାକୁ ଗେହଲଟ୍ ସରକାର ଘୋଷଣା କରିଛନ୍ତି । ଏହାପୂର୍ବରୁ ଭାରତର ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସମସ୍ତ ସ୍ମାରକୀ ଏବଂ ସଂଗ୍ରହାଳୟ ପରିଦର୍ଶନ କରୁଥିବା ପର୍ଯ୍ୟଟକଙ୍କ ପାଇଁ ଟିକେଟ୍ ବିନା ପ୍ରବେଶ କରିବାକୁ ଘୋଷଣା କରିଥିଲେ ।
ଏଥି ସହିତ ରାଜସ୍ଥାନର ଗେହଲୋଟ୍ ସରକାରଙ୍କ ଏହି ନିର୍ଦ୍ଦେଶ ପରେ ପର୍ଯ୍ୟଟକମାନେ ଜୟପୁରର ଆଲବର୍ଟ ହଲ୍, ନାହରଗଡ, ଜନ୍ତର ମନ୍ତର, ପ୍ରତ୍ନତାତ୍ତ୍ୱିକ ସଂଗ୍ରହାଳୟ ଜୟପୁର, ଅମ୍ରାପଲି ସଂଗ୍ରହାଳୟ ଜୟପୁର, ବାଗୋର କି ହାଭେଲି ଉଦୟପୁର, ମେହେରଙ୍ଗର ଦୁର୍ଗ ସଂଗ୍ରହାଳୟ ଯୋଧପୁର, ଯଶୱନ୍ତ ଥାଡ, ସରକାରୀ ସଂଗ୍ରହାଳୟ ଉଦୟପୁର, ସରକାରୀ ସଂଗ୍ରହାଳୟ ଅଜମେରରେ ୭୨ ଘଣ୍ଟା ପାଇଁ ଟିକେଟ ମାଗଣା କରାଯାଇଛି ଏହା ସହିତ ରାଜସ୍ଥାନର ୩୩ ଟି ଜିଲ୍ଲାରେ ମଧ୍ୟ ସମସ୍ତ ସ୍ମାରକୀ ଏବଂ ସଂଗ୍ରହାଳୟରେ ଆସନ୍ତା ୭୨ ଘଣ୍ଟା ପାଇଁ ମାଗଣା କରାଯାଇଛି । ଏହା ସହିତ ୧୫ ଅଗଷ୍ଟରେ ସମସ୍ତ ସ୍ଥାନରେ ପତାକା ଉତ୍ତୋଳନ ମଧ୍ୟ କରାଯିବ ।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।