PMGKAY: ଏକ ବର୍ଷ ପାଇଁ ହିତାଧିକାରୀଙ୍କୁ ମିଳିବ ମାଗଣା ରାସନ

ଦେଶର ପ୍ରତି ପରିବାରକୁ କାହାକୁ ଭୋକରେ ଶୋଇବାକୁ ପଡିବ ନାହିଁ, ସେଥିପାଇଁ କେନ୍ଦ୍ର ସରକାର ହିତାଧିକାରୀଙ୍କ ପାଇଁ ମାଗଣା ରାସନ ଯୋଜନା ବୃଦ୍ଧି କରିଛନ୍ତି।

ହିତାଧିକାରୀଙ୍କୁ ମିଳିବ ମାଗଣା ରାସନ

ହିତାଧିକାରୀଙ୍କୁ ମିଳିବ ମାଗଣା ରାସନ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ନୂଆ ଦିଲ୍ଲୀ: ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ (NFSA) ଅଧୀନରେ ଏକ ବର୍ଷ ଅର୍ଥାତ ଡିସେମ୍ବର ୨୦୨୩ ପର୍ଯ୍ୟନ୍ତ ଏକ ବର୍ଷ ପାଇଁ ମାଗଣା ରାସନ ଯୋଗାଇବେ କେନ୍ଦ୍ର ସରକାର। ସରକାର ଏହି ଯୋଜନାର ନାମ ରଖିଛନ୍ତି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା। ଏହି ଯୋଜନା ଅଧୀନରେ କେନ୍ଦ୍ର ସରକାର ଜାନୁଆରୀ ୧, ୨୦୨୩ ରୁ NFSA ହିତାଧିକାରୀଙ୍କୁ ମାଗଣା ରାସନ ବଣ୍ଟନ ଆରମ୍ଭ କରିବେ।

ଡିସେମ୍ବର ୨୦୨୩ ପର୍ଯ୍ୟନ୍ତ ମାଗଣା ଖାଦ୍ୟ ଶସ୍ୟ ଦିଆଯିବ। ଏହି ପଦକ୍ଷେପ ଦ୍ୱାରା ୨ ଲକ୍ଷ କୋଟି ଟଙ୍କାର ବୋଝ ପଡ଼ିବ ଯାହା କେନ୍ଦ୍ରରେ ମୋଦି ସରକାର ସମ୍ପୂର୍ଣ୍ଣ ଭାବେ ବହନ କରିବେ। ଡିସେମ୍ବର ୨୩, ୨୦୨୨ ରେ NFSA ହିତାଧିକାରୀଙ୍କୁ ଏକ ବର୍ଷ ପାଇଁ ମାଗଣା ଖାଦ୍ୟ ଶସ୍ୟ ଯୋଗାଇବା ପାଇଁ କେନ୍ଦ୍ର କ୍ୟାବିନେଟ୍ ନିଷ୍ପତ୍ତି ଅନୁମୋଦନ କରିଥିଲା।

ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ୮୧.୩୫ କୋଟିରୁ ଅଧିକ NFSA ହିତାଧିକାରୀଙ୍କୁ ସିଧାସଳଖ ଲାଭ ଦେବ।  ପୂର୍ବରୁ NFSA ଅଧୀନରେ ଚାଉଳ ଏବଂ ଗହମ ହିତାଧିକାରୀଙ୍କୁ ସବସିଡି ହାରରେ ଉପଲବ୍ଧ କରାଯାଉଥିଲା।

ଏପ୍ରିଲ୍ ୨୦୨୦ ଠାରୁ, ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (PMGKAY) ଅଧୀନରେ ଦିଆଯାଉଥିବା ସମସ୍ତ ଖାଦ୍ୟ ଶସ୍ୟ ମଧ୍ୟ NFSA କୋଟା ଅଧୀନରେ ଅନ୍ତର୍ଭୂକ୍ତ ହେବ।
Published by:Soumya Das
First published: