ମାଗଣା ରାସନ ଯୋଜନା (ପ୍ରତୀକାତ୍ମକ ଛବି)
- News18 Odia
- Last Updated :
- Other, India
News18 Odia Digital
ନୂଆ ଦିଲ୍ଲୀ: ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଏକ ପରିବର୍ତ୍ତିତ ରୂପରେ ଆଉ ୩ ମାସ ପର୍ଯ୍ୟନ୍ତ ଜାରି ରହିପାରେ। ସରକାରୀ ସୂତ୍ର ଅନୁଯାୟୀ, କ୍ୟାବିନେଟ୍ ଏହାକୁ ଅନୁମୋଦନ କରିଛି ଓ ଅପରାହ୍ନ ୩ଟା ପରେ ଏକ ଆନୁଷ୍ଠାନିକ ଘୋଷଣା ହେବାର ସମ୍ଭାବନା ରହିଛି।
ଉତ୍ସବକୁ ଦୃଷ୍ଟିରେ ରଖି ମାଗଣା ରାସନ ଯୋଜନା ଆଉ ତିନିମାସ ପାଇଁ ବୃଦ୍ଧି କରାଯାଇପାରେ। ତେବେ ଋଷ-ୟୁକ୍ରେନ ଯୁଦ୍ଧ ହେତୁ ସବସିଡିର ଚାପ ରହିଛି। ଏହି ଯୋଜନା ବୃଦ୍ଧି ସରକାରଙ୍କ ଉପରେ ପ୍ରାୟ ୪୫ ହଜାର କୋଟିର ଚାପ ପକାଇବ।
ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ଅବଧି ୩୦ ସେପ୍ଟେମ୍ବର ୨୦୨୨ ରେ ଶେଷ ହେଉଛି। ବର୍ତ୍ତମାନ ଏହି ଯୋଜନା ଜାରି ରହିବ କି ନାହିଁ ତାହା ସ୍ଥିର କରିବାକୁ ସରକାରଙ୍କୁ ମାତ୍ର ୨ ଦିନ ବାକି ଅଛି। ଗରିବ ଅଭାବୀ ପରିବାରକୁ ମାଗଣା ରାସନ ଯୋଗାଇବାର ଏହି ଯୋଜନା ଏପ୍ରିଲ ୨୦୨୦ରୁ ସେପ୍ଟେମ୍ବର ୨୦୨୨ପର୍ଯ୍ୟନ୍ତ ୨୬ମାସ ପାଇଁ କାର୍ଯ୍ୟକାରୀ ହୋଇଛି। ଏହା ଅଧୀନରେ ପ୍ରାୟ ୮୦ କୋଟି ହିତାଧିକାରୀଙ୍କୁ ମାସକୁ ୫ କିଲୋଗ୍ରାମ ହାରରେ ମାଗଣା ଖାଦ୍ୟ ଶସ୍ୟ (ଚାଉଳ / ଗହମ) ଯୋଗାଇ ଦିଆଯାଉଛି। ଏହି ଯୋଜନାର ଅବଧି ଏପର୍ଯ୍ୟନ୍ତ ୬ ଥର ବୃଦ୍ଧି କରାଯାଇଛି। ଏହା ହେଉଛି ବିଶ୍ୱର ସବୁଠାରୁ ବଡ ଖାଦ୍ୟ ସୁରକ୍ଷା ଯୋଜନା। ଷଷ୍ଠ ଥର ପାଇଁ ଏହାର ଅବଧି ଏପ୍ରିଲରେ ୬ ମାସ ପାଇଁ ବୃଦ୍ଧି କରାଯାଇଥିଲା।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।