ଅଗଷ୍ଟ ୫ରୁ ୧୫ପର୍ଯ୍ୟନ୍ତ ବିନା ପ୍ରବେଶ ଶୁଳ୍କରେ ଦେଖି ହେବ ସବୁ ସ୍ମାରକୀ ସ୍ଥାନ

ଅଗଷ୍ଟ ୫ ରୁ ୧୫ ତାରିଖ ପର୍ଯ୍ୟନ୍ତ ସମଗ୍ର ଭାରତରେ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ଦ୍ୱାରା ସୁରକ୍ଷିତ ଥିବା ସମସ୍ତ ସ୍ମାରକୀ ଓ ସ୍ଥାନଗୁଡ଼ିକରେ ଶୁଳ୍କ ନିଆଯିବ ନାହିଁ। ଆଜାଦି କା ଅମୃତ ମହୋତ୍ସବ ଅବସରରେ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି।

ବିନା ପ୍ରବେଶ ଶୁଳ୍କରେ ଦେଖିହେବ ସବୁ ସ୍ମାରକୀ ସ୍ଥାନ (ପ୍ରତୀକାତ୍ମକ ଛବି)

ବିନା ପ୍ରବେଶ ଶୁଳ୍କରେ ଦେଖିହେବ ସବୁ ସ୍ମାରକୀ ସ୍ଥାନ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ବୁଧବାର ଘୋଷଣା କରିଛି ଯେ ଅଗଷ୍ଟ ୫ ରୁ ୧୫ ତାରିଖ ପର୍ଯ୍ୟନ୍ତ ସମଗ୍ର ଭାରତରେ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ଦ୍ୱାରା ସୁରକ୍ଷିତ ଥିବା ସମସ୍ତ ସ୍ମାରକୀ ଓ ସ୍ଥାନଗୁଡ଼ିକରେ ଶୁଳ୍କ ନିଆଯିବ ନାହିଁ। ଅର୍ଥାତ ଏହି ସବୁ ସ୍ଥାନ ଗୁଡିକୁ ନିଶୁକ୍ଳରେ ପ୍ରବେଶ କରିହେବ। ୭୫ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ସମଗ୍ର ଦେଶ ‘ଆଜାଦି କା ଅମୃତ ମହୋତ୍ସବ’ ପାଳନ କରୁଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି।

କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି କିଶାନ ରେଡ୍ଡୀ ଟୁଇଟ୍ କରି କହିଛନ୍ତି ଯେ 'ଅମୃତ ମହୋତ୍ସବ' ଓ ୭୫ ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ASI ଅଗଷ୍ଟ ୫ ରୁ ୧୫ ପର୍ଯ୍ୟନ୍ତ ସାରା ଦେଶରେ ଏହାର ସମସ୍ତ କାର୍ଯ୍ୟକଳାପ ଆରମ୍ଭ କରିଛି। ସଂରକ୍ଷିତ ସ୍ମାରକୀ ଓ ସ୍ଥାନଗୁଡିକରେ ପରିଦର୍ଶକ କିମ୍ବା ପର୍ଯ୍ୟଟକଙ୍କ ପାଇଁ ମାଗଣାରେ ପ୍ରବେଶ ପାଇଁ ଅନୁମତି ଦିଆଯାଇଛି।
Published by:Soumya Das
First published: