ରେଳବାଇରେ ଚାକିରି ଦେବା ନାମରେ କରାଯାଉଛି ଠକେଇ! ରେଳ ମନ୍ତ୍ରଣାଳୟ କଲା Alert

ଭାରତୀୟ ରେଳବାଇ (Indian Railways) ଚାକିରି ନାମରେ ଠକେଇ ସମ୍ପର୍କରେ ଏକ ସତର୍କ ସୂଚନା ଜାରି କରିଛି । ଏହା ବ୍ୟତୀତ ଠକମାନଙ୍କ ବିରୁଦ୍ଧରେ ଅଭିଯୋଗ କରିବା ପାଇଁ ଏକ ହେଲ୍ପଲାଇନ ନମ୍ବର ମଧ୍ୟ ଜାରି କରିଛି ।

ରେଳବାଇରେ ଚାକିରି ଦେବା ନାମରେ କରାଯାଉଛି ଠକେଇ! ରେଳ ମନ୍ତ୍ରଣାଳୟ କଲା Alert
ପ୍ରତୀକାତ୍ମକ ଛବି
• News18 Odia
• Last Updated: October 28, 2020, 4:44 PM IST
• Share this:
• Byline Facebook
• Byline Twitter
• Byline Linkedin
News18 Odia Digital
ନୂଆ ଦିଲ୍ଲୀ: କରୋନା ଯୁଗରେ ଲୋକମାନେ ଚାକିରୀକୁ ଚାଲିଯିବାକୁ ନେଇ ଚିନ୍ତିତ ଅଛନ୍ତି ଓ ଏହି ସମୟ ମଧ୍ୟରେ ରେଳବାଇରେ ଚାକିରି (Jobs in Railway) ଦେବା ନାମରେ ଯୁବକମାନେ ଠକାମିର ଶିକାର ହେଉଛନ୍ତି । ବର୍ତ୍ତମାନ ଚାକିରି ଦେବା ନାମରେ ଠକେଇ ସମ୍ପର୍କରେ ଭାରତୀୟ ରେଳବାଇ ଏକ ସତର୍କ ସୂଚନା ଜାରି କରିଛି । ଏହା ବ୍ୟତୀତ ଠକମାନଙ୍କର ଅଭିଯୋଗ ପାଇଁ ଏକ ହେଲ୍ପଲାଇନ ନମ୍ବର ମଧ୍ୟ ଜାରି କରିଛି ।

ହେଲ୍ପଲାଇନ ନମ୍ବର ୧୮୨ ରେ ଅଭିଯୋଗ କରନ୍ତୁ
ରେଳ ମନ୍ତ୍ରଣାଳୟ ଟ୍ୱିଟ୍ କରି କହିଛି ଯେ ନକଲି ଚାକିରୀ ଦେଉଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଅଭିଯୋଗ କରିବାକୁ ୧୮୨ ଡାଏଲ୍ କରନ୍ତୁ । ରେଳବାଇରେ ଚାକିରି ଦେବା ନାମରେ ଠକୁଥିବା ଲୋକଙ୍କ ଠାରୁ ଦୂରେଇ ରୁହନ୍ତୁ । ଯଦି କେହି ଆପଣଙ୍କୁ ରେଳବାଇରେ ଚାକିରି ପାଇବା ପାଇଁ ଏକ ଲାଭଜନକ ଅଫର୍ ପ୍ରଦାନ କରନ୍ତି ତେବେ ତୁରନ୍ତ ଏହା ଉପରେ ଅଭିଯୋଗ କରନ୍ତୁ । ରେଳବାଇରେ କାର୍ଯ୍ୟ ସହ ଜଡିତ ସଠିକ୍ ସୂଚନା ପାଇଁ ଆରଆରବିର (RRB) ଅଫିସିଆଲ୍ ୱେବସାଇଟ୍ http://rrcb.gov.in ପରିଦର୍ଶନ କରନ୍ତୁ ।

ରେଳ ମନ୍ତ୍ରଣାଳୟ ଓ PIB ଅଗଷ୍ଟ ମାସ ପୂର୍ବରୁ ଆଲର୍ଟ ଜାରି କରି PIB ଫ୍ୟାକ୍ଟ ଚେକ୍ ର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରୁ ଜାଲ୍ ବିଜ୍ଞାପନ ବିଷୟରେ ଲୋକଙ୍କୁ ସଚେତନ କରାଇଥିଲେ । ଏହି ଟ୍ୱିଟରେ ଏହା ଲେଖାଯାଇଛି, 'ରେଳ ମନ୍ତ୍ରଣାଳୟ ଉକ୍ତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଥିବା ଚାକିରୀକୁ ଆଉଟସୋର୍ସ କରିନାହିଁ, ଯୋଗ୍ୟତା ମଧ୍ୟ ଭୁଲ ଓ ରେଳବାଇରେ ଲିଙ୍ଗ ଆଧାରରେ କୌଣସି ଭେଦଭାବ ହୋଇ ନ ଥାଏ ।'

अवेस्ट्रान इन्फोटेक द्वारा भारतीय रेलवे में नौकरियों का एक अखबार का विज्ञापन सोशल मीडिया पर फैलाया जा रहा है#PIBFactCheck: @RailMinIndia ने कथित नोटिस में बताई नौकरियों को आउटसोर्स नहीं किया है, साथ ही योग्यता भी गलत है एवं रेलवे में लिंग के आधार पर कोई भेदभाव नहीं होता है| pic.twitter.com/8mJjLswRK6
— PIB Fact Check (@PIBFactCheck) August 9, 2020

ରେଳବାଇ ଏହା ସ୍ପଷ୍ଟ କରିଛି ଯେ ଉକ୍ତ ବିଜ୍ଞାପନର ଭାରତୀୟ ରେଳ କିମ୍ବା ପୂର୍ବ କେନ୍ଦ୍ରୀୟ ରେଳ ସହିତ କୌଣସି ସମ୍ପର୍କ ନାହିଁ । ରେଳବାଇରେ ଖାଲିଥିବା ପଦବୀ ସମ୍ବନ୍ଧୀୟ ସୂଚନା କେବଳ ରେଳବାଇ ନିଯୁକ୍ତି ବୋର୍ଡ କିମ୍ବା ରେଳବାଇ ନିଯୁକ୍ତି ସେଲର ଅଫିସିଆଲ୍ ୱେବସାଇଟରେ ଉପଲବ୍ଧ କରା ଯାଇଥାଏ । ଏହାକୁ ମଧ୍ୟ ବିଭିନ୍ନ ଉପାୟରେ ପ୍ରଚାର ଓ ପ୍ରସାର କରାଯାଇଥାଏ । ରେଳ ପ୍ରଶାସନ ଅନୁରୋଧ କରିଛି ଯେ ଭାରତୀୟ ରେଳ ନାମରେ ଚାକିରୀ ଯୋଗାଇବାକୁ ଦାବି କରୁଥିବା କୌଣସି ବିଜ୍ଞାପନରୁ ଧୋକା ଖାଇବାରେ ବଞ୍ଚନ୍ତୁ ।
Published by: Jagdish Barik
First published: October 28, 2020, 4:41 PM IST
corona virus btn
corona virus btn
Loading