News 18 Odia Digital
ନୂଆଦିଲ୍ଲୀ; ପୋଲିସ ପାଖକୁ ଫେକ କଲ୍ ଆସିଲା । କଲ୍ କରିଥିବା ଠକକୁ କୌଣସି ଧାରଣା ନଥିଲା ଯେ ସେ ଜଣେ ପୋଲିସ୍ କର୍ମଚାରୀଙ୍କୁ ପ୍ରତାରଣା କରିବାକୁ ଚେଷ୍ଟା କରୁଛନ୍ତି । ଫୋନରେ ସେ କହିଥିଲା ଆପଣ ୨୫ ଲକ୍ଷ ଟଙ୍କା ପୁରସ୍କାର ଜିତିଛନ୍ତି । ଆକାଉଣ୍ଟକୁ ଟଙ୍କା ପଠାଇବା ପାଇଁ ବ୍ୟାଙ୍କ ବିବରଣୀ ଦିଅନ୍ତୁ । ସେ ବ୍ୟାଙ୍କର ପାସବୁକ୍ ଫଟୋ ହ୍ୱାଟସ୍ ଆପରେ ପଠାଇବାକୁ କହିଥିଲା ।
ସାମ୍ପ୍ରତିକ ସମୟରେ, ଅନଲାଇନ୍ ଠକେଇର ଅନେକ ମାମଲା ସାମ୍ନାକୁ ଆସିଛି । ଏହି ସମୟରେ ଜଣେ ପୋଲିସ କର୍ମଚାରୀଙ୍କୁ ଜଣେ ଠକ ନିଜର ଶିକାର କରିବାକୁ ଚେଷ୍ଟା କରିଥିଲା । ସେ ପୋଲିସ ଅଧିକାରୀଙ୍କୁ କଲ କରିବା ସହ କେବିସିରେ ପୁରସ୍କାର ପାଇବାକୁ ପ୍ରଲୋଭିତ କରି ବ୍ୟାଙ୍କ ବିବରଣୀ ପାଇବାକୁ ଚେଷ୍ଟା କରିଥିଲେ ।
ନିଜେ ଏମପି ପୋଲିସ ଇନ୍ସପେକ୍ଟର ଭାଗବତ ପ୍ରସାଦ ପାଣ୍ଡେ ପୋଲିସ ସହ ଏହି ଘଟଣାର ଭିଡିଓ ସେୟାର କରିଛନ୍ତି । ଭିଡିଓରେ ଏହା ରହିଛି ଯେ ଜଣେ ଅଜ୍ଞାତ ବ୍ୟକ୍ତି ତାଙ୍କୁ କିପରି କଲ କରୁଛନ୍ତି , ଆଉ ସେ କେବିସିରୁ କହୁଛନ୍ତି ବୋଲି ଦାବି ପରିଚୟ ଦେଉଛନ୍ତି । କିନ୍ତୁ ଜଣେ ପୋଲିସ କର୍ମଚାରୀଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଥିବା ଫେକ କଲରଙ୍କର ସମ୍ପୂର୍ଣ୍ଣ ଧାରଣା ନଥିଲା ।
ଫୋନରେ ଥିବା ବ୍ୟକ୍ତି କହୁଛନ୍ତି, ଆପଣ ୨୫ ଲକ୍ଷ ପୁରସ୍କାର ଜିତିଛନ୍ତି । ଏହା ପରେ ସେ ଆକାଉଣ୍ଟକୁ ଟଙ୍କା ପଠାଇବା ପାଇଁ ବ୍ୟାଙ୍କ ବିବରଣୀ ମାଗନ୍ତି । ଉକ୍ତ ବ୍ୟକ୍ତି ବ୍ୟାଙ୍କର ପାସବୁକ୍ ଫଟୋ ହ୍ୱାଟସ୍ ଆପରେ ପଠାଇବାକୁ କହୁଛନ୍ତି । ଆଉ ଯେତେବେଳେ ପୋଲିସ କର୍ମଚାରୀ ଜଣକ ଘରୁ ଦୂରରେ ଥିବା ଦର୍ଶାଇ ସବିଶେଷ ତଥ୍ୟ ଦେବାକୁ ମନା କରିଦେଇଥିଲେ ସେତେବେଳେ ବ୍ୟକ୍ତି ଜଣକ ଫୋନ୍ କାଟିଦେଲେ ।
ଏହି ଭିଡିଓ ମାଧ୍ୟମରେ ପୋଲିସ୍ ଲୋକଙ୍କୁ ସଚେତନ କରାଇବାକୁ ଚେଷ୍ଟା କରିଛି ଯାହା ଦ୍ଵାରା ଲୋକମାନେ ଅନଲାଇନ୍ ଠକମାନଙ୍କଠାରୁ ସତର୍କ ରହିବେ ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।