News 18 Odia Digital
ରାକ୍ଷୀ ପୂର୍ଣ୍ଣିମା ପାଇଁ ଉତ୍ତରପ୍ରଦେଶ, ରାଜସ୍ଥାନ, ହରିୟାଣା, ଓ ଉତ୍ତରାଖଣ୍ଡର ରାଜ୍ୟ ସରକାର ମହିଳାମାନଙ୍କ ପାଇଁ ମାଗଣା ବସ୍ ଚଳାଚଳ ଘୋଷଣା କରିଛନ୍ତି। ଟ୍ୱିଟରରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିଛନ୍ତି ଯେ ରାକ୍ଷୀ ପୂର୍ଣ୍ଣିମା ପାଇଁ ଅବସରରେ ରାଜ୍ୟର ମହିଳାମାନେ ୪୮ ଘଣ୍ଟା ପାଇଁ ମାଗଣା ବସ୍ ଟିକେଟ ପାଇବେ। ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ ଅଗଷ୍ଟ ୧୦ (୧୨ ଟା) ରୁ ଅଗଷ୍ଟ ୧୨ (୧୨ ଟା) ପର୍ଯ୍ୟନ୍ତ ମହିଳାମାନେ ମୋଟ ୪୮ ଘଣ୍ଟା ପାଇଁ ସରକାରୀ ବସ୍ ମାଗଣା ଯାଇ ପାରିବେ ।
ଏଥିସହ ସେ ଘୋଷଣା କରିଛନ୍ତି ଯେ ଉତ୍ତରପ୍ରଦେଶ ସରକାର ଖୁବ ଶୀଘ୍ର ସରକାରୀ ବସ୍ରେ ୬୦ ବର୍ଷରୁ ଅଧିକ ମହିଳାଙ୍କ ପାଇଁ ମାଗଣାରେ ଯାତ୍ରା ବ୍ୟବସ୍ଥା କରିବାକୁ ଯାଉଛନ୍ତି।
ରାଜସ୍ଥାନ ରାଜ୍ୟ ସରକାର, ବିଶେଷ ଭାବରେ ରାଜସ୍ଥାନ ରାଜ୍ୟ ସଡକ ପରିବହନ ନିଗମ (ଆରଏସଆରଟିସି) ମଧ୍ୟ ଘୋଷଣା କରିଛି ଯେ ବୁଧବାର ଅଧିକାରୀଙ୍କ ଅନୁଯାୟୀ ମହିଳା ଯାତ୍ରୀଙ୍କ ପାଇଁ ବସ୍ ଭଡା ଆଦାୟ କରିବ ନାହିଁ।
ରାଜ୍ୟ ସୀମା ମଧ୍ୟରେ ମହିଳା ଯାତ୍ରୀମାନଙ୍କୁ ଏସି ଓ ଭୋଲଭୋ ବସ୍ ଏବଂ ଅଲ ଇଣ୍ଡିଆ ଅନୁମତି ସହିତ ଯାନବାହାନ ବ୍ୟତୀତ ମାଗଣା ପରିବହନ ବିକଳ୍ପ ଦିଆଯିବ । ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଅଗଷ୍ଟ ୧୧ ପାଇଁ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି ରାକ୍ଷୀ ପୂର୍ଣ୍ଣିମା ପାଇଁ ।
ହରିୟାଣା ଓ ଉତ୍ତରାଖଣ୍ଡର ରାଜ୍ୟ ସରକାର ମଧ୍ୟ ରାକ୍ଷୀ ପୂର୍ଣ୍ଣିମା ଅବସରରେ ମହିଳାମାନଙ୍କୁ ମାଗଣା ବସ୍ ଚଳାଚଳ ଘୋଷଣା କରିଛନ୍ତି। ମନ୍ତ୍ରୀଙ୍କ କହିବାନୁସାରେ, ହରିୟାଣା ରୋଡୱେ ଦ୍ୱାରା ପରିଚାଳିତ ସମସ୍ତ ସାଧାରଣ ବସ୍ ଅଗଷ୍ଟ ୧୦ ତାରିଖ ମଧ୍ୟାହ୍ନରୁ ଅଗଷ୍ଟ ୧୧ ତାରିଖ ମଧ୍ୟାହ୍ନ ପର୍ଯ୍ୟନ୍ତ ୧୫ ବର୍ଷରୁ କମ୍ ମହିଳା ଓ ଶିଶୁମାନଙ୍କୁ ମାଗଣା ଟିକଟ ଦିଆ ଯିବ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।