କ୍ରିକେଟର ରୋହିତ ଶର୍ମାଙ୍କ ସମେତ ଚାରି ଜଣ ଖେଳାଳି ପାଇବେ ଖେଳ ରତ୍ନ ସମ୍ମାନ!

୧୩ ଜଣ କ୍ରୀଡ଼ାବିତଙ୍କୁ ଦ୍ରୋଣାଚାର୍ଯ୍ୟ ଓ ୧୫ ଜଣ କ୍ରୀଡ଼ାବିତଙ୍କୁ ଧ୍ୟାନଚାନ୍ଦ ପୁରସ୍କାର ପ୍ରଦାନ କରିବା ପାଇଁ କ୍ରୀଡ଼ା ମନ୍ତ୍ରଣାଳୟ ତରଫରୁ ଭାରତ ସରକାରଙ୍କୁ ସୁପାରିଶ କରାଯାଇଛି । ଅଗଷ୍ଟ ୨୯ ତାରିଖରେ ସେମାନଙ୍କ ନାମ ଘୋଷଣା କରାଯିବ ।

କ୍ରିକେଟର ରୋହିତ ଶର୍ମା (ଫାଇଲ ଫଟୋ)

କ୍ରିକେଟର ରୋହିତ ଶର୍ମା (ଫାଇଲ ଫଟୋ)

  • Share this:
News18 Odia Digital
ନୂଆ ଦିଲ୍ଲୀ: ଭାରତୀୟ ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମାଙ୍କ ସମେତ ଚାରିଜଣ ଖେଳାଳି ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ଦେବାପାଇଁ ଚୟନ କମିଟି ଦ୍ୱାରା ମନୋନୀତ ହୋଇଛନ୍ତି । ରୋହିତ ଶର୍ମାଙ୍କ ବ୍ୟତୀତ ରେସଲର ବିଜେତା ଭିନେଶ ଫୋଗାଟ(Vinesh Phogat), ଟେବୁଲ ଟେନିସ ଚାମ୍ପିୟନ ମନିକା ବତ୍ରା (Manika Batra) ଓ ପେରାଲିମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ମାରିଆପାନ ଥାଙ୍ଗାଭେଲୁଙ୍କ(Mariyappan Thangavelu) ନାମ ମଧ୍ୟ ଚୟନ କମିଟି ଦ୍ୱାରା ସୁପାରିଶ କରାଯାଇଛି । ବର୍ତ୍ତମାନ ମନ୍ତ୍ରଣାଳୟର ଅଧିକାରୀ ମୋହର ଲାଗିବା ବାକିଅଛି । ରୋହିତ ଶର୍ମା ଚତୁର୍ଥ କ୍ରିକେଟର ହେବେ ଯାହାକୁ ଖେଳ ରତ୍ନ ପ୍ରଦାନ କରାଯିବ । ଏହାପୂର୍ବରୁ ସଚିନ ତେନ୍ଦୁଲକର, ଏମଏସ ଧୋନି ଓ ବିରାଟ କୋହଲି ଏହି ସମ୍ମାନ ପଇସାରିଛନ୍ତି । ୧୯୯୭-୧୯୯୮ ମସିହାରେ ସଚିନ , ୨୦୦୭ ମସିହାରେ ଧୋନି ଓ ୨୦୧୮ ମସିହାରେ କୋହଲିଙ୍କୁ ଏହି ସମ୍ମାନ ମିଳିଥିଲା ।

ରେସଲର ବିଜେତା ଭିନେଶ ଫୋଗାଟ (ଫାଇଲ ଫଟୋ)


ଅନ୍ତର୍ଜାତୀୟ ସ୍ତରରେ ଖେଳାଳି ମାନଙ୍କ ଶେଷ ଚାରି ବର୍ଷର ପ୍ରଦର୍ଶନକୁ ଆଧାର କରି ଏହି ପୁରସ୍କାର ପ୍ରଦାନ କରାଯାଇଥାଏ । ରୋହିତଙ୍କ ବିଷୟରେ କହିବାକୁ ଗଲେ ସେ ଗତ ବର୍ଷ ବିଶ୍ୱକପ୍‌ରେ ୫ଟି ଶତକ ହାସଲ କରିଥିଲେ ଓ ଏହାପୂର୍ବରୁ ମଧ୍ୟ ସେ କ୍ରମାଗତ ଭାବେ ସେ ରନ୍ ସ୍କୋର କରିଆସୁଛନ୍ତି । ଖେଳରତ୍ନ ବ୍ୟତୀତ ୧୩ ଜଣ ପ୍ରାର୍ଥୀଙ୍କୁ ଦ୍ରୋଣାଚାର୍ଯ୍ୟ ଓ ୧୫ ଜଣ ପ୍ରାର୍ଥୀଙ୍କୁ ଧ୍ୟାନଚାନ୍ଦ ପୁରସ୍କାର ପ୍ରଦାନ କରାଯିବ ପାଇଁ ତାଙ୍କ ନାମ ସୁପାରିଶ କରାଯାଇଛି ।

ଟେବୁଲ ଟେନିସ ଚାମ୍ପିୟନ ମନିକା ବତ୍ରା (ଫାଇଲ ଫଟୋ)


ଅନଲାଇନ୍ ମାଧ୍ୟମରେ ହୋଇପାରେ ଏହି ପୁରସ୍କାର ସମାରୋହ

କରୋନା ଭୁତାଣୁ ମହାମାରୀ ଯୋଗୁଁ ଚଳିତ ବର୍ଷ ପ୍ରଥମ ଥର ପାଇଁ ଜାତୀୟ କ୍ରୀଡ଼ା ପୁରସ୍କାର ସମାରୋହ ଅନଲାଇନରେ ଅନୁଷ୍ଠିତ ହୋଇପାରେ। ଯେଉଁଥିରେ ସମସ୍ତ ବିଜେତା ଅଗଷ୍ଟ ୨୯ ତାରିଖରେ ନିଜ ନିଜ ସ୍ଥାନରୁ ଲଗ୍ ଇନ୍ କରିବେ ଓ ସେମାନଙ୍କ ନାମ ଘୋଷଣା କରାଯିବ । କ୍ରୀଡ଼ା ମନ୍ତ୍ରଣାଳୟର ଏକ ସୂତ୍ର ପିଟିଆଇକୁ କହିଛି ଯେ ଚଳିତ ବର୍ଷ ପୁରସ୍କାର ବିତରଣ ଉତ୍ସବ ଅନଲାଇନରେ ହେବାର ସମ୍ଭାବନା ରହିଛି । ଭାରତ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ସମାରୋହର ସକାଳେ ବିଜେତାଙ୍କ ନାମ ଘୋଷଣା କରାଯିବ । ଜୁନ୍ ମାସରେ ମହାମାରୀ ଯୋଗୁଁ ମନ୍ତ୍ରଣାଳୟ ପୁରସ୍କାର ପାଇଁ ଅନଲାଇନ୍ ଆବେଦନ ଦାଖଲ ତାରିଖ ବଢ଼ାଇବାକୁ ବାଧ୍ୟ ହୋଇଥିଲା ।

ପେରାଲିମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ମାରିଆପାନ ଥାଙ୍ଗାଭେଲୁ (ଫାଇଲ ଫଟୋ)


ବହୁ ସଂଖ୍ୟକ ଆବେଦନ ହୋଇଥିଲା
ଲକଡାଉନ୍ ମଧ୍ୟରେ ସୁପାରିଶକାରୀଙ୍କୁ ଖୋଜିବାରେ 'ଅସୁବିଧା' ଯୋଗୁଁ ଖେଳାଳିମାନଙ୍କୁ ନିଜକୁ ମନୋନୀତ କରିବାକୁ ଅନୁମତି ଦିଆଗଲା । ନିଜର ନାମାଙ୍କନ ପାର୍ଥୀ ନିଜେ ସ୍ୱୀକୃତି ଦେଉଥିବାରୁ ଏଥର ପୁରସ୍କାର ପାଇଁ ବହୁ ସଂଖ୍ୟକ ଆବେଦନ ହୋଇଥିଲା।
Published by:Jagdish Barik
First published: