ଫାଶୀ ଖୁଣ୍ଟରେ ଝୁଲାଗଲା ନିର୍ଭୟା କାଣ୍ଡର ଚାରି ଦୋଷୀଙ୍କୁ; ଶେଷ ଇଚ୍ଛା କହିଲେ ନାହିଁ ସେମାନେ

ଦୋଷୀ ମୁକେଶ ସିଂ ନିଜ ଶରୀରକୁ ଦାନ କରିଛନ୍ତି, ତେଣୁ ତାଙ୍କ ଶରୀରର ଅଙ୍ଗ ସବୁ ଦାନ କରାଯିବ । ଦୋଷୀ ବିନୟ ଜେଲ ଅଧୀକ୍ଷକଙ୍କୁ ନିଜେ ବନେଇଥିନା କିଛି ଚିତ୍ର (ପେଣ୍ଟିଂ) ଦେଇଥିଲେ । ତାଙ୍କ ପାଖରେ ଥିବା ଏକ ହନୁମାନ ଚାଳିସା ସେ ନିଜ ପରିବାରକୁ ଦେବାକୁ ଜେଲ୍ କର୍ତ୍ତୃପକ୍ଷଙ୍କୁ କହିଥିଲେ ।

ଫାଶୀ ଖୁଣ୍ଟରେ ଝୁଲାଗଲା ନିର୍ଭୟା କାଣ୍ଡର ଚାରି ଦୋଷୀଙ୍କୁ; ଶେଷ ଇଚ୍ଛା କହିଲେ ନାହିଁ ସେମାନେ
ଫାଶୀ ପାଇଥିବା ଚାରି ଦୋଷୀ ଓ (ଡାହାଣ) ନିର୍ଭୟାଙ୍କ ମାଆ ଆଶା ଦେବୀ
  • News18 Odia
  • Last Updated: March 20, 2020, 11:46 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ସାତ ବର୍ଷର ଦୀର୍ଘ ଅପେକ୍ଷା ପରେ ଶେଷରେ ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାର ଚାରି ଜଣ ଦୋଷୀଙ୍କୁ ଆଜି ଭୋର୍‌ ୫:୩୦ରେ ଦିଲ୍ଲୀର ତିହାର ଜେଲରେ ଫାଶୀ ଦିଆଯାଇଛି । ଏହି ଚାରି ଦୋଷୀ ହେଲେ ମୁକେଶ ସିଂ (୩୨), ପୱନ ଗୁପ୍ତା (୨୫), ବିନୟ ଶର୍ମା (୨୬) ଓ ଅକ୍ଷୟ କୁମାର ସିଂ (୩୧) ।

ସେମାନଙ୍କୁ ଫାଶୀ ଦେବା ପୂର୍ବରୁ ଜେଲ୍‌ ମାନୁଆଲ ଅନୁଯାୟୀ ସେମାନଙ୍କ ଶେଷ ଇଚ୍ଛା ପୂରଣ କରିବାର ପ୍ରୟାସ ହୋଇଥାଏ । ଫାଶୀ ଦେବା ପୂର୍ବରୁ ଦୋଷୀମାନଙ୍କୁ ପଚରାଯାଏ ଯେ ସେମାନେ ମୃତ୍ୟୁ ପରେ ସେମାନଙ୍କ ସମ୍ପତ୍ତି ସହିତ କଣ କରିବେ ଓ ଅଙ୍ଗ ଦାନ କରିବେ କି ନାହିଁ । ଏଥି ସହ ସେମାନଙ୍କୁ ପଚରାଯାଇଥିଲା ଯେ ଜେଲରେ ଥିବା ସେମାନଙ୍କ ବିଭିନ୍ନ ସାମଗ୍ରୀ ସେମାନେ କାହାକୁ ଦେବାକୁ ଚାହୁଁଛନ୍ତି । ଏହି ପୁସ୍ତିକା ଅନୁଯାୟୀ ଚାରି ଜଣ ଦୋଷୀଙ୍କୁ ସେମାନଙ୍କ ଶେଷ ଇଚ୍ଛା ବିଷୟରେ ପଚରାଯାଇଥିଲା । ଏହି ସମସ୍ତ ପ୍ରକ୍ରିୟା ଭୋର୍‌ ୪:୪୫ରୁ ୫ଟା ମଧ୍ୟରେ ହୋଇଥିଲା ।

ଜେଲ ପ୍ରଶାସନ ଅନୁଯାୟୀ ଚାରି ଦୋଷୀ ନିଜ ଶେଷ ଇଚ୍ଛା ପ୍ରକାଶ କରି ନ ଥିଲେ । ତେବେ ଦୁଇ ଜଣ ଦୋଷୀ ସେମାନଙ୍କର କିଛି ଜିନିଷର ଯତ୍ନ ନେବା ବିଷୟରେ କହିଥିଲେ । ଦୋଷୀ ମୁକେଶ କୁମାର ସିଂ ନିଜ ଶରୀରକୁ ଦାନ କରିବାକୁ ଚାହୁଁଛନ୍ତି ବୋଲି ଜେଲ କର୍ତ୍ତୃପକ୍ଷଙ୍କୁ ଲିଖିତ ଭାବେ କହିଥିଲେ, ତେଣୁ ତାଙ୍କ ଶରୀରର ଅଙ୍ଗ ସବୁ ଦାନ କରାଯିବ ।

ଚାରି ଦୋଷୀଙ୍କ ଫାଶୀ ପରେ ନିର୍ଭୟାଙ୍କ ମାଆ ଆଶାଦେବୀ ଓ ତାଙ୍କ ସ୍ୱୀମୀ


ଫାଶୀ ପାଇବା ପୂର୍ବରୁ ଦୋଷୀ ବିନୟ ଜେଲ ଅଧୀକ୍ଷକଙ୍କୁ ନିଜେ ବନେଇଥିନା କିଛି ଚିତ୍ର (ପେଣ୍ଟିଂ) ଦେଇଥିଲେ । ଏହା ବ୍ୟତୀତ ତାଙ୍କ ପାଖରେ ଏକ ହନୁମାନ ଚାଳିସା ମଧ୍ୟ ଥିଲା । ନିଜ ପରିବାରକୁ ଏହି ଦୁଇଟି ଜିନିଷ ଦେବାକୁ ସେ ଜେଲ୍‌ କର୍ତ୍ତୃପକ୍ଷଙ୍କୁ କହିଥିଲେ । ବିନୟ ମୋଟ ୧୧ଟି ଚିତ୍ର ବନେଇଥିଲେ । ନିକଟରେ ତାଙ୍କ ଓକିଲ କୋର୍ଟଙ୍କୁ କହିଥିଲେ ଯେ ତାଙ୍କ ଚିତ୍ରଗୁଡ଼ିକ ତିହାର ହାଟରେ ମଧ୍ୟ ବିକ୍ରି ହୋଇଛି ।

ଜେଲ ପ୍ରଶାସନ ଅନୁଯାୟୀ ପୱନ ଓ ଅକ୍ଷୟ କିଛି କହି ନ ଥିଲେ । ତିହାର ଜେଲ ପ୍ରଶାସନ କହିଛି ଯେ ଜେଲରେ ଏହି ଚାରି ଦୋଷୀ କାମ କରି ଯାହା ଟଙ୍କା ରୋଜଗାର କରିଥିଲେ ତାହା ସେମାନଙ୍କ ପରିବାର ସଦସ୍ୟଙ୍କୁ ଦିଆଯିବ । ଏହା ବ୍ୟତୀତ ସେମାନଙ୍କ ପୋଷାକ ଓ ଅନ୍ୟାନ୍ୟ ଜିନିଷ ମଧ୍ୟ ସେମାନଙ୍କ ପରିବାରକୁ ଫେରାଇ ଦିଆଯିବ ।

ମାର୍ଚ୍ଚ ୫ ତାରିଖରେ ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଏହି ଚାରି ଜଣ ଦୋଷୀଙ୍କୁ ଫାଶୀ ଦେବା ପାଇଁ ଏକ ନିମ୍ନ ଅଦାଲତ ନୂଆ ମୃତ୍ୟୁ ୱାରେଣ୍ଟ ଜାରି କରିଥିଲେ ।
First published: March 20, 2020, 11:46 AM IST