News18 Odia Digital
ଭୋପାଳ: ମଧ୍ୟପ୍ରଦେଶର ଗ୍ୱାଲିଅରରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଏଠାରେ ଚାରି ଗୋଡ ଥିବା ଏକ ନବଜାତ ଶିଶୁ ଜନ୍ମ ହୋଇଛି। ନବଜାତ ଶିଶୁର ଚାରି ଗୋଡ ଥିବାରୁ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି, ଏହା କିପରି ହୋଇପାରେ? ବୋଲି ସମସ୍ତଙ୍କ ମନରେ ବର୍ତ୍ତମାନ ଅନେକ ପ୍ରଶ୍ନ ଉଙ୍କିମାରୁଛି। ଏହା ସହରରେ ବହୁ ଚର୍ଚ୍ଚାର ବିଷୟ ପାଲଟିଛି।
ଏହି ଶିଶୁ କନ୍ୟା ଗ୍ୱାଲିଅରର କମଲା ରାଜା ହସ୍ପିଟାଲର ମହିଳା ଏବଂ ଶିଶୁରୋଗ ବିଭାଗରେ ଜନ୍ମ ହୋଇଛି। ଏହି ପରିପ୍ରେକ୍ଷୀରେ ଡାକ୍ତର କହିଛନ୍ତି ଯେ କମ୍ପୁ ବାସିନ୍ଦା ଆରତୀ କୁଶୱା ବୁଧବାର ଏକ ଚାରି ଗୋଡ଼ିଆ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଅଛି।
ଏହି ରୋଗ କିପରି?ଡାକ୍ତର କହିଛନ୍ତି ଯେ ଜନ୍ମ ପରେ ଶିଶୁ ଏବଂ ଶିଶୁ ବିଭାଗର ବିଶେଷଜ୍ଞ ଡାକ୍ତରଙ୍କ ବ୍ୟତୀତ ଅନ୍ୟ ଦଳ ଶିଶୁ କନ୍ୟାକୁ ପରୀକ୍ଷା କରିଛନ୍ତି। ଡାକ୍ତରୀ ବିଜ୍ଞାନରେ ଏହାକୁ ଇସ୍କିଓପାଗସ୍ କୁହାଯାଏ। ଏହି ରୋଗ ଶରୀରର ନିମ୍ନ ଭାଗରେ ବୃଦ୍ଧି ଘଟିଥାଏ। ଯେଉଁଥିପାଇଁ ଏହି ଭଳି ଘଟଣା ସାମ୍ନାକୁ ଆସେ।
ଶିଶୁର ଗୋଡ ଅସ୍ତ୍ରୋପଚାର ହେବେଏଥି ସହିତ ଡାକ୍ତରମାନେ କହିଛନ୍ତି ଯେ ଏଭଳି ଘଟଣା ଖୁବ୍ କ୍ୱଚିତ୍ ଆସିଥାଏ। ଶିଶୁର ଓଜନ ୨.୩ କିଲୋଗ୍ରାମ। ସୂଚନା ପ୍ରଦାନ କରି ଡାକ୍ତର ଦଳର ଡିନ୍ କହିଛନ୍ତି ଯେ ଝିଅଟି ସୁସ୍ଥ ଅଛି ଏବଂ ବର୍ତ୍ତମାନ କମଲା ରାଜା ହସ୍ପିଟାଲରେ ନିରନ୍ତର ମନିଟରିଂ ଚାଲିଛି। ଅସ୍ତ୍ରୋପଚାର ମାଧ୍ୟମରେ ତାଙ୍କର ଅତିରିକ୍ତ ଦୁଇ ଗୋଡ ହଟାଯିବ ବୋଲି ଦଳ କହିଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।