ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ଅଶ୍ଳୀଳ ଭିଡିଓ ମାମଲାରେ ରାଜ୍ କୁନ୍ଦ୍ରାଙ୍କ ବଢ଼ିଲା ସମସ୍ୟା; ତାଙ୍କ ୪ ଜଣ କର୍ମଚାରୀ ସାଜିବେ ସରକାରୀ ସାକ୍ଷୀ

ଅଶ୍ଳୀଳ ଭିଡିଓ ମାମଲାରେ ରାଜ୍ କୁନ୍ଦ୍ରାଙ୍କ ବଢ଼ିଲା ସମସ୍ୟା; ତାଙ୍କ ୪ ଜଣ କର୍ମଚାରୀ ସାଜିବେ ସରକାରୀ ସାକ୍ଷୀ

ଥମିବାର ନାଁ ନେଉନାହିଁ ରାଜ୍ କୁନ୍ଦ୍ରାଙ୍କ ଅଶ୍ଳୀଳ ଫିଲ୍ମ ନିର୍ମାଣ ମାମଲା । ମୁମ୍ବାଇ କ୍ରାଇମ୍ ବ୍ରାଞ୍ଚ୍ ହାତରେ ଲାଗିଲା ବଡ଼ ସଫଳତା । ସରକାରୀ ସାକ୍ଷୀ ହେବାକୁ ରାଜି ହେଲେ ରାଜ୍ କୁନ୍ଦ୍ରାଙ୍କ ଚାରି ଜଣ କର୍ମଚାରୀ ।

ଅଶ୍ଳୀଳ ଭିଡିଓ ମାମଲାରେ ରାଜ୍ କୁନ୍ଦ୍ରାଙ୍କ ବଢ଼ିଲା ସମସ୍ୟା; ତାଙ୍କ ୪ ଜଣ କର୍ମଚାରୀ ସାଜିବେ ସରକାରୀ ସାକ୍ଷୀ
ରାଜ୍ କୁନ୍ଦ୍ରାଙ୍କ ୪ ଜଣ କର୍ମଚାରୀ ସାଜିବେ ସରକାରୀ ସାକ୍ଷୀ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ଅଶ୍ଳୀଳ ଚଳଚ୍ଚିତ୍ରି ନିର୍ମାଣ ମାମଲାର ତଦନ୍ତ ଚାଲୁଥିବା ବେଳେ ବଲିଉଡ୍ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ବାମୀ ରାଜ୍ କୁନ୍ଦ୍ରାଙ୍କ ଅସୁବିଧା ଦିନକୁ ଦିନ ବଢ଼ିବାରେ ଲାଗିଛି । ଇତିମଧ୍ୟରେ ଏହି ମାମଲାରେ ମୁମ୍ବାଇ କ୍ରାଇମ୍ ବ୍ରାଞ୍ଚର ପ୍ରପର୍ଟି ସେଲ୍ ଏକ ବଡ଼ ସଫଳତା ହାସଲ କରିଛି । ରାଜ୍ କୁନ୍ଦ୍ରାଙ୍କ କମ୍ପାନୀର ଚାରି ଜଣ କର୍ମଚାରୀ ବର୍ତ୍ତମାନ ସରକାରୀ ସାକ୍ଷୀ ହେବାକୁ ରାଜି ହୋଇଛନ୍ତି । ସରକାରୀ ସାକ୍ଷୀ ହୋଇ ସେ ଅଶ୍ଳୀଳ ବ୍ୟବସାୟକୁ ପ୍ରକାଶ କରିବାକୁ ପୋଲିସକୁ ସାହାଯ୍ୟ କରିବେ ।

ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଚାରି ଜଣ କ୍ରାଇମ୍ ବ୍ରାଞ୍ଚର ପ୍ରପର୍ଟି ସେଲ୍ ଆଗରେ ଅନେକ ରହସ୍ୟ ଖୋଲିଛନ୍ତି । ଏହି ପୂରା ରାକେଟ୍ କିପରି ଚାଲୁଥିଲା ସେମାନେ ଜଣାଇଛନ୍ତି । ମୁମ୍ବାଇ କ୍ରାଇମ୍ ବ୍ରାଞ୍ଚର ପଚରାଉଚରା ବେଳେ ରାଜ୍ କୁନ୍ଦ୍ରାଙ୍କ କର୍ମଚାରୀମାନେ କହିଛନ୍ତି ଯେ ଏହି ଦେଢ଼ ବର୍ଷ ମଧ୍ୟରେ ରାଜ୍ କୁନ୍ଦ୍ରା ଅଶ୍ଳୀଳ ଭିଡିଓ ମାଧ୍ୟମରେ ପ୍ରାୟ ୨୫ କୋଟି ଟଙ୍କା ରୋଜଗାର କରିସାରିଛନ୍ତି ।

ସେମାନେ ଆହୁରି କହିଛନ୍ତି ଯେ ଅଶ୍ଳୀ ଚଳଚ୍ଚିତ୍ର ମାଧ୍ୟମରେ ଅର୍ଜିତ ଟଙ୍କା ପ୍ରଥମେ କନେରିନ୍ କମ୍ପାନୀକୁ ଓ ପରେ ଅନ୍ୟ ଉପାୟରେ ରାଜ୍ କୁନ୍ଦ୍ରାକୁ ପଠାଯାଇଥିଲା । ବର୍ତ୍ତମାନ କ୍ରାଇମ୍ ବ୍ରାଞ୍ଚ୍ ସନ୍ଦେହ କରୁଛି ଯେ ଏହି ଅନ୍ୟ ଉପାୟ ‘କ୍ରିପ୍ଟୋ ମୁଦ୍ରା’ ହୋଇପାରେ । ପୋଲିସ ଏବେ ଯାଞ୍ଚ କରୁଛି ଯେ ରାଜ୍ କୁନ୍ଦ୍ରାଙ୍କ ପାଖରେ କିପରି ଟଙ୍କା ପହଞ୍ଚୁଥିଲା ।

ଏଥି ସହିତ, ରାଜ୍ କୁନ୍ଦ୍ରାଙ୍କ ସିକ୍ରେଟ୍ ଆଲମାରିରୁ ପୋଲିସ ହାତରେ ଲାଗିଛି ୫୧ଟି ଭିଡିଓ । ରାଜ୍ କୁନ୍ଦ୍ରାଙ୍କ କର୍ମଚାରୀମାନେ ପଚରାଉଚରା ସମୟରେ ଅଫିସ ଭିତରେ ଥିବା ତାଙ୍କ ଗୁପ୍ତ ଆଲମାରି ବିଷୟରେ କ୍ରାଇମ୍ ବ୍ରାଞ୍ଚକୁ କହିଥିଲେ । ଏହି ସୂଚନା ପରେ ହିଁ କ୍ରାଇମ୍ ବ୍ରାଞ୍ଚ୍ ଦଳ ଶନିବାର ରାଜଙ୍କ କାର୍ଯ୍ୟାଳୟରେ ଚଢ଼ାଉ କରିଥିଲେ ।

ସରକାରୀ ସାକ୍ଷୀ ହେବାକୁ ପ୍ରସ୍ତୁତ କର୍ମଚାରୀଙ୍କ ଅନୁଯାୟୀ, ଅଶ୍ଳୀଳ ଚଳଚ୍ଚିତ୍ରରୁ ରୋଜଗାରର ସମସ୍ତ ଦଲିଲ ଏହି ଆଲମାରିରେ ରଖାଯାଇଥିଲା । ଅଭିନେତ୍ରୀ ଗେହେନା ଭସିଷ୍ଟ ଓ ଉମେଶ କାମତଙ୍କୁ ଗିରଫ କରିବା ପରେ ସମସ୍ତ ଦସ୍ତାବିଜ ଏହି ଆଲମାରିରେ ଲୁଚାଇ ଦିଆଯାଇଥିଲା, ଯାହା ପୋଲିସ ହାତରେ କେବେ ଲାଗିନଥାଆନ୍ତା ।
Published by: Lipina Das
First published: July 25, 2021, 5:40 PM IST