ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲା: ଆସନ୍ତା ୨୨ ତାରିଖରେ ଦୋଷୀମାନଙ୍କୁ ହୋଇ ନ ପାରେ ଫାଶୀ

ରାଜକ୍ଷମା ଆବେଦନର ଆଳ ଦେଖାଇ ଡେଥ୍‌ ୱାରେଣ୍ଟ ଉପରେ ରହିତାଦେଶ ଲାଗି ମୁକେଶ ଗତ କାଲି ଦିଲ୍ଲୀ ହାଇ କୋର୍ଟରେ ବି ଆବେଦନ କରିଥିଲା । ଏହାକୁ ହାଇ କୋର୍ଟ ଖାରଜ କରିଦେବା ସହିତ ଟ୍ରାଏଲ୍ କୋର୍ଟରେ ଆବେଦନ କରିବାକୁ କହିଥିଲେ । ଜେଲ୍ ଆଇନ୍ ଅନୁସାରେ ରାଷ୍ଟ୍ରପତିଙ୍କ ଦ୍ବାରା ରାଜକ୍ଷମା ପ୍ରତ୍ୟାଖାନ ହେଲେ ଏହାର ୧୪ ଦିନ ପରେ ହିଁ ଫାଶୀ ଦିଆଯାଇଥାଏ ।

ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲା: ଆସନ୍ତା ୨୨ ତାରିଖରେ ଦୋଷୀମାନଙ୍କୁ ହୋଇ ନ ପାରେ ଫାଶୀ
ମୃତ୍ୟୁ ଦଣ୍ଡ ପାଇଥିବା ଚ଼ାରି ଦୋଷୀ
  • News18 Odia
  • Last Updated: January 16, 2020, 5:18 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଆସନ୍ତା ୨୨ ତାରିଖରେ ଦୋଷୀଙ୍କୁ ହୋଇ ନ ପାରେ ଫାଶୀ । ଡେଥ୍ ୱାରେଣ୍ଟ ବିରୋଧରେ ରୋକ୍ ଲଗାଇବାକୁ ନେଇ ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ଦୋଷୀ ମୁକେଶ ସିଂହ କରିଥିବା ଆବଦେନର ଶୁଣାଣି କରି କୋର୍ଟ ଏହା କହିଛନ୍ତି ।

ଦୋଷୀମାନଙ୍କ ପକ୍ଷରୁ ଦାଖଲ କରାଯାଇଥିବା ଦସ୍ତାବେଜର ଆଧାରରେ କୋର୍ଟ କହିଛନ୍ତି ଯେ ଯେହେତୁ ଦୋଷୀମାନଙ୍କ ରାଜକ୍ଷମା ଆବେଦନ ଉପରେ ନିଷ୍ପତ୍ତିରେ ବିଳମ୍ବ ହେଉଛି, ସେଥିପାଇଁ ୨୨ ତାରିଖ ଦିନ ଫାଶୀ ଦିଆଯାଇ ପାରିବ ନାହିଁ ।

ପୂର୍ବରୁ  ଦୋଷୀ ମୁକେଶ ସିଂର ରାଜକ୍ଷମା ଆବେଦନ ଉଭୟ ଦିଲ୍ଲୀ ସରକାର ଓ ଦିଲ୍ଲୀର ଉପରାଜ୍ୟପାଳ ଖାରଜ କରିଛନ୍ତି । ମୁକେଶର ଆବେଦନକୁ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ପଠାଇ ଦେଇଛନ୍ତି ଦିଲ୍ଲୀ ଉପରାଜ୍ୟପାଳ । ବର୍ତ୍ତମାନ ଏହାର ଅନୁଧ୍ୟାନ ପରେ ଖୁବ ଶୀଘ୍ର ରାଷ୍ଟ୍ରପତିଙ୍କ ନିକଟକୁ ପଠାଯିବ ।

ଆସନ୍ତା ୨୨ ତାରିଖ‌ରେ ଚ଼ାରି ଜଣ ଦୋଷୀଙ୍କୁ ଫାଶୀ ଦେବା ପାଇଁ ଡେଥ୍‌ ୱାରେଣ୍ଟ ଜାରି କରିଥିଲେ ଦିଲ୍ଲୀର ପଟିଆଲା ହାଉସ କୋର୍ଟ । ଏହା ପରେ ତିନି ଜଣ ଦୋଷୀ ସୁପ୍ରିମ କୋର୍ଟରେ କ୍ୟୁରେଟିଭ ପିଟିସନ ଦାଖଲ କରିଥିଲେ । ଏହାକୁ ସୁପ୍ରିମ କୋର୍ଟ ଖାରଜ କରିବା ପରେ ଦୋଷୀ ମୁକେଶ ରାଜକ୍ଷମା ପାଇଁ ଆବେଦନ କରିଥିଲା, ଯାହାକୁ ଆଜି ଦିଲ୍ଲୀ ସରକାର ଓ ଉପରାଜ୍ୟପାଳ ଖାରଜ କରି ଦେଇଛନ୍ତି ।

ରାଜକ୍ଷମା ଆବେଦନର ଆଳ ଦେଖାଇ ଡେଥ୍‌ ୱାରେଣ୍ଟ ଉପରେ ରହିତାଦେଶ ଲାଗି ମୁକେଶ ଗତ କାଲି ଦିଲ୍ଲୀ ହାଇ କୋର୍ଟରେ ବି ଆବେଦନ କରିଥିଲା । ଏହାକୁ ହାଇ କୋର୍ଟ ଖାରଜ କରିଦେବା ସହିତ ଟ୍ରାଏଲ୍‌ କୋର୍ଟରେ ଆବେଦନ କରିବାକୁ କହିଥିଲେ । ଜେଲ୍ ଆଇନ୍‌ ଅନୁସାରେ ରାଷ୍ଟ୍ରପତିଙ୍କ ଦ୍ବାରା ରାଜକ୍ଷମା ପ୍ରତ୍ୟାଖାନ ହେଲେ ଏହାର ୧୪ ଦିନ ପରେ ହିଁ ଫାଶୀ ଦିଆଯାଇଥାଏ ।
First published: January 16, 2020, 5:18 PM IST